‘ବୈଶ୍ୱିକ ଆହ୍ୱାନର ସାମନା ପାଇଁ ଜାତିସଂଘରେ ସଂସ୍କାର ଆଜିର ଆବଶ୍ୟକତା’, ପୋଲାଣ୍ଡରେ କହିଲେ ପିଏମ୍ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୋଲାଣ୍ଡ ଗସ୍ତର ଦ୍ୱିତୀୟ ଦିନରେ ନିଜ ସମକକ୍ଷ ଡୋନଲ୍ଡ ଟସ୍କଙ୍କ ସହ ମିଳିତ ସାମ୍ୱାଦିକ ସମ୍ମିଳନୀକୁ ସମ୍ୱୋଧନ କରିଛନ୍ତି । ପୋଲାଣ୍ଡ ପିଏମ୍ଙ୍କ ସମ୍ୱୋଧନ ଉପରେ ପ୍ରତିକ୍ରିୟା ଦେଇ ପିଏମ୍ ମୋଦୀ କହିଛନ୍ତି, 'ପ୍ରଧାନମନ୍ତ୍ରୀ ଟସ୍କଙ୍କ ବୟାନ ଏବଂ ସ୍ୱାଗତଃ ପାଇଁ ମୁଁ ଧନ୍ୟବାଦ ଜଣାଉଛି । ଭାରତ-ପୋଲାଣ୍ଡ ବନ୍ଧୁତାକୁ ମଜଭୁତ କରିବା ପାଇଁ ଆପଣଙ୍କ ଅମୂଲ୍ୟ ପ୍ରୟାସ ବାସ୍ତବରେ ପ୍ରଶଂସାଯୋଗ୍ୟ । ମୁଁ ଆପଣଙ୍କ ଯୋଗାଦାନ ପାଇଁ ହୃଦୟରୁ ଧନ୍ୟବାଦ ଜଣାଉଛି ।'ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ସମ୍ୱୋଧନରେ କହିଛନ୍ତି ଯେ ଆଜି ୪୫ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ପୋଲାଣ୍ଡ ଗସ୍ତରେ ଆସିଛନ୍ତି । ମୋର ତୃତୀୟ କାର୍ଯ୍ୟକାଳର ଆରମ୍ଭରେ ହିଁ ମୋତେ ଏହି ସୌଭାଗ୍ୟ ମିଳିଛି । ଏହି ଅବସରରେ ମୁଁ ପୋଲାଣ୍ଡ ସରକାର ଏବଂ ଏଠାକାର ଲୋକଙ୍କୁ କୃତଜ୍ଞତା ଜଣାଉଛି । ୨୦୨୨ରେ ୟୁକ୍ରେନ ସଂକଟ ସମୟରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବାରେ ପୋଲାଣ୍ଡ ଯେଉଁ ଉଦାରତା ଦେଖାଇଥିଲା, ତାହା ଭାରତବାସୀ କେବେ ଭୁଲି ପାରିବେ ନାହିଁ ।Addressing the press meet with PM @donaldtusk of Poland. https://t.co/Jqqn27ZeJq— Narendra Modi (@narendramodi) August 22, 2024ପିଏମ୍ ମୋଦୀ କହିଛନ୍ତି ଯେ ଭାରତ ଏବଂ ପୋଲାଣ୍ଡ ପାଇଁ ଆଜିର ଦିନ ଗୁରୁତ୍ୱ ରଖୁଛି । ଚଳିତ ବର୍ଷ ଆମେ ଆମ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୋଲାଣ୍ଡ ଗସ୍ତର ଦ୍ୱିତୀୟ ଦିନରେ ନିଜ ସମକକ୍ଷ ଡୋନଲ୍ଡ ଟସ୍କଙ୍କ ସହ ମିଳିତ ସାମ୍ୱାଦିକ ସମ୍ମିଳନୀକୁ ସମ୍ୱୋଧନ କରିଛନ୍ତି । ପୋଲାଣ୍ଡ ପିଏମ୍ଙ୍କ ସମ୍ୱୋଧନ ଉପରେ ପ୍ରତିକ୍ରିୟା ଦେଇ ପିଏମ୍ ମୋଦୀ କହିଛନ୍ତି, 'ପ୍ରଧାନମନ୍ତ୍ରୀ ଟସ୍କଙ୍କ ବୟାନ ଏବଂ ସ୍ୱାଗତଃ ପାଇଁ ମୁଁ ଧନ୍ୟବାଦ ଜଣାଉଛି । ଭାରତ-ପୋଲାଣ୍ଡ ବନ୍ଧୁତାକୁ ମଜଭୁତ କରିବା ପାଇଁ ଆପଣଙ୍କ ଅମୂଲ୍ୟ ପ୍ରୟାସ ବାସ୍ତବରେ ପ୍ରଶଂସାଯୋଗ୍ୟ । ମୁଁ ଆପଣଙ୍କ ଯୋଗାଦାନ ପାଇଁ ହୃଦୟରୁ ଧନ୍ୟବାଦ ଜଣାଉଛି ।'
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ସମ୍ୱୋଧନରେ କହିଛନ୍ତି ଯେ ଆଜି ୪୫ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ପୋଲାଣ୍ଡ ଗସ୍ତରେ ଆସିଛନ୍ତି । ମୋର ତୃତୀୟ କାର୍ଯ୍ୟକାଳର ଆରମ୍ଭରେ ହିଁ ମୋତେ ଏହି ସୌଭାଗ୍ୟ ମିଳିଛି । ଏହି ଅବସରରେ ମୁଁ ପୋଲାଣ୍ଡ ସରକାର ଏବଂ ଏଠାକାର ଲୋକଙ୍କୁ କୃତଜ୍ଞତା ଜଣାଉଛି । ୨୦୨୨ରେ ୟୁକ୍ରେନ ସଂକଟ ସମୟରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବାରେ ପୋଲାଣ୍ଡ ଯେଉଁ ଉଦାରତା ଦେଖାଇଥିଲା, ତାହା ଭାରତବାସୀ କେବେ ଭୁଲି ପାରିବେ ନାହିଁ ।
Addressing the press meet with PM @donaldtusk of Poland. https://t.co/Jqqn27ZeJq— Narendra Modi (@narendramodi) August 22, 2024
ପିଏମ୍ ମୋଦୀ କହିଛନ୍ତି ଯେ ଭାରତ ଏବଂ ପୋଲାଣ୍ଡ ପାଇଁ ଆଜିର ଦିନ ଗୁରୁତ୍ୱ ରଖୁଛି । ଚଳିତ ବର୍ଷ ଆମେ ଆମର କୂଟନୈତିକ ସମ୍ପର୍କ ସ୍ଥାପନର ୭୦ ବର୍ଷ ପୂର୍ତ୍ତି ପାଳନ କରୁଛି । ଏହି ଅବସରରେ ଆମେ ଆମ ସମ୍ପର୍କକୁ ରଣନୈତିକ ସହଭାଗୀତାରେ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନେଇଛୁ । ଭାରତ ଏବଂ ପୋଲାଣ୍ଡର ସମ୍ପର୍କ ଗଣତନ୍ତ୍ର ଏବଂ ଆଇନ ବ୍ୟବସ୍ଥା ପରି ମିଳିତ ମୂଲ୍ୟବୋଧ ଉପରେ ଆଧାରିତ । ଭାରତ ଏବଂ ପୋଲାଣ୍ଡ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ବି ଏକାସଙ୍ଗରେ ଆଗକୁ ବଢନ୍ତି । ବୈଶ୍ୱିକ ଆହ୍ୱାନର ସାମନା କରିବା ପାଇଁ ଜାତିସଂଘ ଏବଂ ଅନ୍ୟ ଅନ୍ତରାଷ୍ଟ୍ରୀୟ ସଂସ୍ଥାନରେ ସଂସ୍କାର ଆଜିର ଆବଶ୍ୟକତା ବୋଲି ଆମେ ବିଶ୍ୱାସ କରୁଛୁ ।
ପିଏମ୍ ମୋଦୀ କହିଛନ୍ତି ଯେ ୟୁକ୍ରେନ ଏବଂ ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଆମ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ । ଭାରତର ଦୃଢ ବିଶ୍ୱାସ ଯେ ରଣଭୂମିରେ କୌଣସି ସମସ୍ୟାର ସମାଧାନ ହୋଇପାରିବ ନାହିଁ । କୌଣସି ସଂକଟରେ ନୀରିହ ଲୋକଙ୍କ ଜୀବନହାନି ସମ୍ପୂର୍ଣ୍ଣ ମାନବତା ପାଇଁ ବଡ଼ ଆହ୍ୱାନ ହୋଇଛି । ଆମେ ଶାନ୍ତି ଏବଂ ସ୍ଥିରତା ପାଇଁ କୂଟନୀତିର ସମର୍ଥନ କରୁଛି । ଏଥିପାଇଁ ଭାରତ ନିଜ ବନ୍ଧୁ ରାଷ୍ଟ୍ରଙ୍କ ସହ ମିଶି ସବୁ ସମ୍ଭବ ସହଯୋଗ ଦେବା ପାଇଁ ପ୍ରସ୍ତୁତ ଅଛି ।