ମହାକାଶରେ ‘ଭଗବାନଙ୍କ ହାତ’ ! ଆଶ୍ଚର୍ଯ୍ୟ କରୁଛି NASA ଜାରି କରିଥିବା ଫଟୋ
ନୂଆଦିଲ୍ଲୀ: ଆମେରିକାର ଅନ୍ତରୀକ୍ଷ ଏଜେନ୍ସୀ NASA (ନାସା) ଅନେକ ସମୟରେ ବ୍ରହ୍ମାଣ୍ଡର ଏଭଳି ସୁନ୍ଦର ଫଟୋ ସେୟାର କରିଥାଏ। ଯାହା ଦେଖିବାକୁ ଯେତିକି ରହସ୍ୟ ସେତିକି ସୁନ୍ଦର ମଧ୍ୟ। ଅବଶ୍ୟ ନାସାର ଏହାର ରହସ୍ୟ ମଧ୍ୟ କହିଥାଏ।ଏହାରି ମଧ୍ୟରେ ନାସା, ବ୍ରହ୍ମାଣ୍ଡର ଏକ ଏଭଳି ଫଟୋ ଜାରି କରିଛି ଯାହା ଚକିତ କରିଛି ଲୋକଙ୍କୁ। ଏହି ଫଟୋ ଡାର୍କ ଏନର୍ଜୀ କ୍ୟାମେରା ମାଧ୍ୟମରେ ନିଆଯାଇଛି। ଯେଉଁଥିରେ ଏକ ହାତ ଭଳି ଆକୃତି ଦେଖାଯାଇଛି। ଯାହା ଏକ ଗୋଲାକାର ଆକାଶଗଙ୍ଗାକୁ ହାତ ବଢ଼ାଇଥିବା ପରି ଜଣାପଡ଼ୁଛି। ଅବଶ୍ୟ ଏହାକୁ ନେଇ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ରଖୁଛନ୍ତି। ଲାଭଭ ସାଇନ୍ସର ଏକ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଏଥରର ଫଟୋ ଖୁବ୍ ଖାସ୍। କାରଣ ଏହି ଫଟୋରେ ଏକ ହାତ ମୁଠା ଭଳି ଆକୃତି ଦେଖାଯାଉଛି। ଏଭଳି ଲାଗୁଛି ଏହା ବୃତ୍ତାକାର ଆକାଶଗଙ୍ଗାକୁ ଧରିବାକୁ ଯାଉଛି।CG 4, a striking, cloud-shaped structure also referred to as 'God's Hand'(Credit: CTIO/NOIRLab/DOE/NSF/AURA/N. Bartmann - T.A. Rector, M. Zamani & D. de Martin) pic.twitter.com/a5vwjNIOZv— World and Science (@WorldAndScience) May 12, 2024Credit- X/WorldAndScince ରହସ୍ୟ କହିଲା NASA ?ନାସା ତରଫରୁ କୁହାଯାଇଛି ଯେ, ଏହି ଫଟୋ ନେବୁଲା କାରଣରୁ ହେଉଛି। ପ୍ରକୃତରେ ତାରା ବିସ
ନୂଆଦିଲ୍ଲୀ: ଆମେରିକାର ଅନ୍ତରୀକ୍ଷ ଏଜେନ୍ସୀ NASA (ନାସା) ଅନେକ ସମୟରେ ବ୍ରହ୍ମାଣ୍ଡର ଏଭଳି ସୁନ୍ଦର ଫଟୋ ସେୟାର କରିଥାଏ। ଯାହା ଦେଖିବାକୁ ଯେତିକି ରହସ୍ୟ ସେତିକି ସୁନ୍ଦର ମଧ୍ୟ। ଅବଶ୍ୟ ନାସାର ଏହାର ରହସ୍ୟ ମଧ୍ୟ କହିଥାଏ।
ଏହାରି ମଧ୍ୟରେ ନାସା, ବ୍ରହ୍ମାଣ୍ଡର ଏକ ଏଭଳି ଫଟୋ ଜାରି କରିଛି ଯାହା ଚକିତ କରିଛି ଲୋକଙ୍କୁ। ଏହି ଫଟୋ ଡାର୍କ ଏନର୍ଜୀ କ୍ୟାମେରା ମାଧ୍ୟମରେ ନିଆଯାଇଛି। ଯେଉଁଥିରେ ଏକ ହାତ ଭଳି ଆକୃତି ଦେଖାଯାଇଛି। ଯାହା ଏକ ଗୋଲାକାର ଆକାଶଗଙ୍ଗାକୁ ହାତ ବଢ଼ାଇଥିବା ପରି ଜଣାପଡ଼ୁଛି। ଅବଶ୍ୟ ଏହାକୁ ନେଇ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ରଖୁଛନ୍ତି।
ଲାଭଭ ସାଇନ୍ସର ଏକ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଏଥରର ଫଟୋ ଖୁବ୍ ଖାସ୍। କାରଣ ଏହି ଫଟୋରେ ଏକ ହାତ ମୁଠା ଭଳି ଆକୃତି ଦେଖାଯାଉଛି। ଏଭଳି ଲାଗୁଛି ଏହା ବୃତ୍ତାକାର ଆକାଶଗଙ୍ଗାକୁ ଧରିବାକୁ ଯାଉଛି।
CG 4, a striking, cloud-shaped structure also referred to as 'God's Hand'
(Credit: CTIO/NOIRLab/DOE/NSF/AURA/N. Bartmann - T.A. Rector, M. Zamani & D. de Martin) pic.twitter.com/a5vwjNIOZv— World and Science (@WorldAndScience) May 12, 2024
Credit- X/WorldAndScince
ରହସ୍ୟ କହିଲା NASA ?
ନାସା ତରଫରୁ କୁହାଯାଇଛି ଯେ, ଏହି ଫଟୋ ନେବୁଲା କାରଣରୁ ହେଉଛି। ପ୍ରକୃତରେ ତାରା ବିସ୍ଫୋରଣ ଫଳରେ ଏହି ନେବୁଲା ସୃଷ୍ଟି ହୋଇଛି। ଏହାର ନାଁ ‘ଗମ୍ ନେବୁଲା’ । ଏହାର ଦୂରତା ପୃଥିବୀ ଠାରୁ ୧୩୦୦ ଆଲୋକବର୍ଷ ଦୂର। ଏହା ବ୍ୟତୀତ ଏଥିରେ ଗ୍ୟାସ୍ ଏବଂ ଧୂଳିରେ ତିଆରି ବାଦଲ ରହିଛି। ଏହାର ଆକୃତି ଧୂମକେତୁ ସଦୃଶ୍ୟ । ଆଉ ଏଥିପାଇଁ ଏହାକୁ କମେଟ୍ରୀ ନେବୁଲା ମଧ୍ୟ କୁହାଯାଉଛି। ତେବେ ଏହି ନେବୁଲା ଏକ ହାତ ଆକାରର, ଏଥିପାଇଁ ଏହାକୁ ଭଗବାନଙ୍କ ହାତ ବୋଲି କୁହାଯାଉଛି। ଏହି ଫଟୋରେ ଏକ ମୁଣ୍ଡ ଏବଂ ଲମ୍ବା ଲାଞ୍ଜ ମଧ୍ୟ ଦେଖାଯାଉଛି। ଏଭଳି ପ୍ରତୀୟ ହେଉଛି ଯେ, କୌଣସି ମୁହଁ ଆକାଶଗଙ୍ଗାକୁ ଖାଇବାକୁ ଯାଉଛି।
ତେବେ ନେବୁଲା କିପରି ସୃଷ୍ଟି ହୋଇଥାଏ ଏନେଇ ବୈଜ୍ଞାନିକଙ୍କ ଭିନ୍ନ ମତ ମଧ୍ୟ ରହିଛି। କିଛି ବୈଜ୍ଞାନିକଙ୍କ ଅନୁଯାୟୀ, ବ୍ରହ୍ମାଣ୍ଡରେ ବିଶାଳ ତାରା ଠାରୁ ଆସୁଥିବା ଗରମ ବାୟୁ କାରଣରୁ ଏହା ସୃଷ୍ଟି ହୋଇଥାଏ। ୧୯୭୬ରେ ସର୍ବ ପ୍ରଥମେ କମେଟ୍ରି ଗ୍ଲୋବ୍ୟୁଲ ଦେଖାଯାଇଥିଲା।ମହାକାଶରେ ‘ଭଗବାନଙ୍କ ହାତ’ ! ଆଶ୍ଚର୍ଯ୍ୟ କରୁଛି NASA ଜାରି କରିଥିବା ଫଟୋ