ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅଟକିଲା ରୋପ୍ ଓ୍ବେ, ୩ ଘଣ୍ଟା ବନ୍ଦ ଯୋଗୁଁ ପର୍ଯ୍ୟଟକ ଅସନ୍ତୋଷ

ଭୁବନେଶ୍ବର ୧୯।୩: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅଭାବନୀୟ ଘଟଣା । ଟେଷ୍ଟିଂ ବେଳେ ଅଟକିଲା ରୋପ୍ ଓ୍ବେ । ନନ୍ଦନକାନନ କାଞ୍ଜିଆ ହ୍ରଦରେ ଲାଗିଲା ୩ଟି ବାକ୍ସ । ଯାହା ଫଳରେ ପର୍ଯ୍ୟଟକଙ୍କୁ ରୋପ୍ ୱେ ବନ୍ଦ ହୋଇଛି । ୩ ଘଣ୍ଟା ହେବ ରୋପ୍ ୱେ ବନ୍ଦ ରହିଛି । ତେବେ ଏ ନେଇ ମୁହଁ ଖୋଲୁନାହାନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ଟେକ୍ନିସିଆନ୍ କହିଲେ ସେମିତି କୌଣସି ଘଟଣା ଘଟିନାହିଁ । ଏନ୍.ଡି.ଟି. ଟେଷ୍ଟ ଚାଲିଛି । ରୋପ୍ ୱେ ବନ୍ଦ ହେବାରୁ ପର୍ଯ୍ୟଟକ ଅସନ୍ତୋଷ ଅଛନ୍ତି ।  ଗତ ଦୁଇ ଦିନ ହେବ ଚାଲିଛି ପ୍ରାଣୀ ଉଦ୍ୟାନରେ ରୋପ୍ ୱେ ଟେଷ୍ଟିଂ । କିନ୍ତୁ ତଥାପି ଆଜି ସୁଧା ଚାଲି ପାରୁନି । ରୋପ୍ ୱେ ବାକ୍ସ ପାଣିରେ ପଡ଼ିଯିବା ଖବର ପର୍ଯ୍ୟଟକଙ୍କ ମଧ୍ୟରେ ପ୍ରଚାର ହେବା ପରେ ଚାରିଆଡ଼େ ଅସନ୍ତୋଷ ଓ ଆତଙ୍କ ଖେଳି ଯାଇଥିଲା । ଏନେଇ ଭିଜିଟର ମ୍ୟାନେମେଣ୍ଟର ଏସିଏଫ ଘଟଣାସ୍ଥଳ ପରିଦର୍ଶନ କରିଥିଲେ ହେଁ କୌଣସି ପ୍ରତିକ୍ରିୟା ଦେଇ ନଥିଲେ । କିନ୍ତୁ ଏନ୍ ଡି ଟି ଟେଷ୍ଟ ଓ ସୁରକ୍ଷା ସମୀକ୍ଷା ସହ ବିଭିନ୍ନ ଦିଗକୁ ନେଇ ଏପରି ଟେଷ୍ଟିଂ ଚାଲିଛି । ଏଥିରେ କୌଣସି ବିପଦ ନାହିଁ ରୋପ୍ ୱେ ଖୁବ୍ ଶୀଘ୍ର ଚାଲିବା ନେଇ ଟେକ୍ନିକଲ୍ କୋର୍ଡିନେଟର କହିଛନ୍ତି । ସେପଟେ ରୋପ୍ ୱେ ଚଲାଉଥିବା ସଂସ୍ଥା ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଓ ପର୍ଯ୍ୟଟକଙ୍କ ନିମନ୍ତେ ଏ ସମ୍ପର୍କରେ କୌଣସି ବିଜ୍ଞପ୍ତି ଓ ସୂଚନା ନଦେବାରୁ ଏପରି ଅସୁବିଧା ଉପୁଜିଥିବା ଜଣା ପଡ଼ିଛି।

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅଟକିଲା ରୋପ୍ ଓ୍ବେ, ୩ ଘଣ୍ଟା ବନ୍ଦ ଯୋଗୁଁ ପର୍ଯ୍ୟଟକ ଅସନ୍ତୋଷ

ଭୁବନେଶ୍ବର ୩: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅଭାବନୀୟ ଘଟଣା । ଟେଷ୍ଟିଂ ବେଳେ ଅଟକିଲା ରୋପ୍ ଓ୍ବେ । ନନ୍ଦନକାନନ କାଞ୍ଜିଆ ହ୍ରଦରେ ଲାଗିଲା ୩ଟି ବାକ୍ସ । ଯାହା ଫଳରେ ପର୍ଯ୍ୟଟକଙ୍କୁ ରୋପ୍ ୱେ ବନ୍ଦ ହୋଇଛି । ୩ ଘଣ୍ଟା ହେବ ରୋପ୍ ୱେ ବନ୍ଦ ରହିଛି । 

ତେବେ ଏ ନେଇ ମୁହଁ ଖୋଲୁନାହାନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ଟେକ୍ନିସିଆନ୍ କହିଲେ ସେମିତି କୌଣସି ଘଟଣା ଘଟିନାହିଁ । ଏନ୍.ଡି.ଟି. ଟେଷ୍ଟ ଚାଲିଛି । ରୋପ୍ ୱେ ବନ୍ଦ ହେବାରୁ ପର୍ଯ୍ୟଟକ ଅସନ୍ତୋଷ ଅଛନ୍ତି ।

  ଗତ ଦୁଇ ଦିନ ହେବ ଚାଲିଛି ପ୍ରାଣୀ ଉଦ୍ୟାନରେ ରୋପ୍ ୱେ ଟେଷ୍ଟିଂ । କିନ୍ତୁ ତଥାପି ଆଜି ସୁଧା ଚାଲି ପାରୁନି । ରୋପ୍ ୱେ ବାକ୍ସ ପାଣିରେ ପଡ଼ିଯିବା ଖବର ପର୍ଯ୍ୟଟକଙ୍କ ମଧ୍ୟରେ ପ୍ରଚାର ହେବା ପରେ ଚାରିଆଡ଼େ ଅସନ୍ତୋଷ ଓ ଆତଙ୍କ ଖେଳି ଯାଇଥିଲା । ଏନେଇ ଭିଜିଟର ମ୍ୟାନେମେଣ୍ଟର ଏସିଏଫ ଘଟଣାସ୍ଥଳ ପରିଦର୍ଶନ କରିଥିଲେ ହେଁ କୌଣସି ପ୍ରତିକ୍ରିୟା ଦେଇ ନଥିଲେ । କିନ୍ତୁ ଏନ୍ ଡି ଟି ଟେଷ୍ଟ ଓ ସୁରକ୍ଷା ସମୀକ୍ଷା ସହ ବିଭିନ୍ନ ଦିଗକୁ ନେଇ ଏପରି ଟେଷ୍ଟିଂ ଚାଲିଛି । ଏଥିରେ କୌଣସି ବିପଦ ନାହିଁ ରୋପ୍ ୱେ ଖୁବ୍ ଶୀଘ୍ର ଚାଲିବା ନେଇ ଟେକ୍ନିକଲ୍ କୋର୍ଡିନେଟର କହିଛନ୍ତି । ସେପଟେ ରୋପ୍ ୱେ ଚଲାଉଥିବା ସଂସ୍ଥା ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଓ ପର୍ଯ୍ୟଟକଙ୍କ ନିମନ୍ତେ ଏ ସମ୍ପର୍କରେ କୌଣସି ବିଜ୍ଞପ୍ତି ଓ ସୂଚନା ନଦେବାରୁ ଏପରି ଅସୁବିଧା ଉପୁଜିଥିବା ଜଣା ପଡ଼ିଛି।

 You Can Read :

୩୦ ଫୁଟ ବ୍ରିଜ୍ ତଳକୁ ଖସିଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ