ଆମେରିକା ନିର୍ବାଚନ: ଆସିଲା ଟ୍ରେଣ୍ଡ, ଜଣାପଡିଲା କିଏ ଆଗରେ…
ଓ୍ବାଶିଂଟନ୍,୫।୧୧: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଗୋଟିଏ ପଟେ ଡେମୋକ୍ରାଟିକ ପାର୍ଟିର କମଲା ହାରିସ ଥିବାବେଳେ ଅନ୍ୟପଟେ ଅଛନ୍ତି ରିପ୍ଲବିକାନର ଡୋନାଲ୍ଡ ଟ୍ରମ୍ପ ରହିଛନ୍ତି। ଦେଶର ବିଭିନ୍ନ ପୁଲିଂ ବୁଥରେ ଭୋଟିଂ ଚାଲିଥିବା ବେଳେ ଏମିତି ଏକ ସହର ରହିଛି, ଯାହାର ନିର୍ବାଚନ ରେଜଲ୍ଟ ସାମ୍ନାକୁ ଆସିଛି। ଆମେରିକାର ଡିକ୍ସଭିଲ ନଚ୍ର ଭୋଟରମାନେ ମତାଧିକାର ସାବ୍ୟସ୍ତ କରି ସାରିଛନ୍ତି। ଭୋଟ ଦେଇ ହ୍ବାଇଟ ହାଉସକୁ କାହାକୁ […] The post ଆମେରିକା ନିର୍ବାଚନ: ଆସିଲା ଟ୍ରେଣ୍ଡ, ଜଣାପଡିଲା କିଏ ଆଗରେ… appeared first on Dharitri Odia News.
ଓ୍ବାଶିଂଟନ୍,୫।୧୧: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଗୋଟିଏ ପଟେ ଡେମୋକ୍ରାଟିକ ପାର୍ଟିର କମଲା ହାରିସ ଥିବାବେଳେ ଅନ୍ୟପଟେ ଅଛନ୍ତି ରିପ୍ଲବିକାନର ଡୋନାଲ୍ଡ ଟ୍ରମ୍ପ ରହିଛନ୍ତି। ଦେଶର ବିଭିନ୍ନ ପୁଲିଂ ବୁଥରେ ଭୋଟିଂ ଚାଲିଥିବା ବେଳେ ଏମିତି ଏକ ସହର ରହିଛି, ଯାହାର ନିର୍ବାଚନ ରେଜଲ୍ଟ ସାମ୍ନାକୁ ଆସିଛି।
ଆମେରିକାର ଡିକ୍ସଭିଲ ନଚ୍ର ଭୋଟରମାନେ ମତାଧିକାର ସାବ୍ୟସ୍ତ କରି ସାରିଛନ୍ତି। ଭୋଟ ଦେଇ ହ୍ବାଇଟ ହାଉସକୁ କାହାକୁ ପଠାଇବାକୁ ଚାହୁଁଛନ୍ତି, ତା’ର ନିଷ୍ପତ୍ତି ନେଇ ସାରିଛନ୍ତି।
ଉତ୍ତର-ପୂର୍ବ ରାଜ୍ୟ ନ୍ୟୁ ହାମ୍ପଶାୟରର ଅତ୍ୟନ୍ତ ଛୋଟ ଅଞ୍ଚଳ ହେଉଛି ଡିକ୍ସଭିଲ ନଚ। ଏଠାରେ କମଲା ହାରିସ ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଟାଇ ହୋଇଛି। ଅର୍ଥାତ ଉଭୟ ତିନୋଟି ଲେଖାଏ ବାଲଟ ପାଇଛନ୍ତି। ଡିକ୍ସଭିଲ ନଚ ବାସିନ୍ଦାମାନେ ୨୦୨୦ରେ ତତ୍କାଳୀନ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନଙ୍କୁ ସର୍ବସମ୍ମତି କ୍ରମେ ଭୋଟ ଦେଇଥିଲେ। ଜାନୁଆରୀରେ ରିପବ୍ଲିକାନ ପ୍ରାର୍ଥୀ ନିକ୍କି ହାଲିଙ୍କୁ ଡିକ୍ସଭିଲ ନଚ ଭୋଟରମାନେ ଏକତରଫା ସମର୍ଥନ ଦେଇଥିଲେ। ତେବେ ସେ ରାଷ୍ଟ୍ରପତି ରେସ୍ରୁ ଓହରି ଯାଇଥିଲେ। ଲାଗୁଥିଲା ଟ୍ରମ୍ପ ଏଠାରେ ପୁଣି ସମର୍ଥନ ପାଇବେ। କିନ୍ତୁ ଏଠାରେ ସ୍ଥିତି ସମାନ ରହିଛି। ଉଭୟ ହାରିସ ଓ ଟ୍ରମ୍ପ ୩ଟି ଲେଖାଏ ବାଲଟ ପାଇଛନ୍ତି।
The post ଆମେରିକା ନିର୍ବାଚନ: ଆସିଲା ଟ୍ରେଣ୍ଡ, ଜଣାପଡିଲା କିଏ ଆଗରେ… appeared first on Dharitri Odia News.