ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍ : ଘଟଣାସ୍ଥଳରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ

ବାଙ୍କୀ ୧୪।୩: ବାଙ୍କୀ ଥାନା ଅନ୍ତର୍ଗତ କୁସୁପଙ୍ଗି ଗ୍ରାମ ଛକ ନିକଟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପୋଷ୍ଟମର୍ଟମ ପାଇଁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ତଦନ୍ତ ଚଳାଇଛି । ସୂଚନାଯୋଗ୍ୟ ଯେ, ଗୁରୁବାର ସକାଳ ସମୟରେ କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ କୁସୁପଙ୍ଗି ନିକଟ ଏକ ଟର୍ନିଙ୍ଗ ପଏଣ୍ଟରେ ଦୁର୍ଘଟଣା ଘଟଛି । କଟକ ପଟୁ ଏକ ଟ୍ରକ୍ ବାଙ୍କୀ ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଏକ ବାଇକ୍ ଦ୍ରୁତ ଗତିରେ ଆସି ଟ୍ରକକୁ ପିଟିଥିଲା । ଯାହା ଫଳରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ଟର୍ନିଙ୍ଗ ପଏଣ୍ଟରେ ଦ୍ରୁତ ଗତିରେ ଗାଡି ଚଲାଇବା ପଡିଛି ମହଙ୍ଗା । ଅକାରଣେ ଗଲା ଦୁଇ ଜୀବନ । କୁସୁପଙ୍ଗି ଗ୍ରାମ ଲୋକଙ୍କ କହିବା କଥା ଏହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ହେଉଛି ହେଲେ ଏଠି ପ୍ରଶାସନ ପକ୍ଷରୁ ସଚେତନ କରାଇବା ଭଳି ସ୍ପୀଡ଼ ବ୍ରେକର ବ୍ୟବସ୍ଥା କରାଯାଉନାହିଁ । ଯାହା ଫଳରେ ଦ୍ରୁତ ଗତିରେ ଆସୁଥିବା ଲୋକଙ୍କର ଏଭଳି ଅବସ୍ଥା ଦେଖିବାକୁ ମିଳୁଛି । ଆଗକୁ କିଭଳି ଦୁର୍ଘଟଣା ରୋକଯାଇ ପାରିବ ସେଥିପାଇଁ ସ୍ପିଡ଼ ବ୍ରେକର ବ୍ୟବସ୍ଥା କରାଇବାକୁ ପ୍ରଶାସନକୁ ନିବେଦନ କରିଛନ୍ତି ।You Can Read :ପରୀକ୍ଷା ଦେବାକୁ ଅଟୋରେ ଯାଉଥିଲେ, ଅଧାରାସ୍ତାରେ ଧକ୍କା ଦେଲା କାର୍‌ 

ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍ : ଘଟଣାସ୍ଥଳରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ

ବାଙ୍କୀ ୧୪।୩: ବାଙ୍କୀ ଥାନା ଅନ୍ତର୍ଗତ କୁସୁପଙ୍ଗି ଗ୍ରାମ ଛକ ନିକଟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପୋଷ୍ଟମର୍ଟମ ପାଇଁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ତଦନ୍ତ ଚଳାଇଛି । 

ସୂଚନାଯୋଗ୍ୟ ଯେ, ଗୁରୁବାର ସକାଳ ସମୟରେ କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ କୁସୁପଙ୍ଗି ନିକଟ ଏକ ଟର୍ନିଙ୍ଗ ପଏଣ୍ଟରେ ଦୁର୍ଘଟଣା ଘଟଛି । କଟକ ପଟୁ ଏକ ଟ୍ରକ୍ ବାଙ୍କୀ ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଏକ ବାଇକ୍ ଦ୍ରୁତ ଗତିରେ ଆସି ଟ୍ରକକୁ ପିଟିଥିଲା । ଯାହା ଫଳରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । 

ଟର୍ନିଙ୍ଗ ପଏଣ୍ଟରେ ଦ୍ରୁତ ଗତିରେ ଗାଡି ଚଲାଇବା ପଡିଛି ମହଙ୍ଗା । ଅକାରଣେ ଗଲା ଦୁଇ ଜୀବନ । କୁସୁପଙ୍ଗି ଗ୍ରାମ ଲୋକଙ୍କ କହିବା କଥା ଏହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ହେଉଛି ହେଲେ ଏଠି ପ୍ରଶାସନ ପକ୍ଷରୁ ସଚେତନ କରାଇବା ଭଳି ସ୍ପୀଡ଼ ବ୍ରେକର ବ୍ୟବସ୍ଥା କରାଯାଉନାହିଁ । ଯାହା ଫଳରେ ଦ୍ରୁତ ଗତିରେ ଆସୁଥିବା ଲୋକଙ୍କର ଏଭଳି ଅବସ୍ଥା ଦେଖିବାକୁ ମିଳୁଛି । ଆଗକୁ କିଭଳି ଦୁର୍ଘଟଣା ରୋକଯାଇ ପାରିବ ସେଥିପାଇଁ ସ୍ପିଡ଼ ବ୍ରେକର ବ୍ୟବସ୍ଥା କରାଇବାକୁ ପ୍ରଶାସନକୁ ନିବେଦନ କରିଛନ୍ତି ।

You Can Read :

ପରୀକ୍ଷା ଦେବାକୁ ଅଟୋରେ ଯାଉଥିଲେ, ଅଧାରାସ୍ତାରେ ଧକ୍କା ଦେଲା କାର୍‌