ହିଜାବ ବିରୋଧରେ ଛାତ୍ରୀଙ୍କ ଅଜବ ବିରୋଧ, ରାସ୍ତା ମଝିରେ କାଢିଦେଲେ ପିନ୍ଧିଥିବା ପୋଷାକ

ନୂଆଦିଲ୍ଲୀ ୦୩।୧୧: ଦୀର୍ଘ ସମୟ ଧରି ଇରାନରେ ଚାଲୁଛି ହିଜାବ ବିରୋଧି ବିବାଦ । ଏବେ ଏହା ନେଇଛି ତୀବ୍ର ରୂପ । ନିକଟରେ ଜଣେ ମହିଳା ରାସ୍ତା ମଝିରେ କରିଛନ୍ତି ଅଜବ ବିରୋଧ । ସେ ନିଜର ରାସ୍ତା ମଝିରେ ନିଜର ପିନ୍ଧିଥିବା ପୋଷାକ କାଢି ଦେଇଛନ୍ତି ।  ବର୍ତ୍ତମାନ ଏହି ଭିଡିଓ ଭାଇରାଲ୍‌ ହେଉଛି । ରିପୋର୍ଟ ଅନୁଯାୟୀ, ହିଜାବ ବିରୋଧ ପାଇଁ ଶନିବାର ଇରାନର ଏକ ବିଶ୍ୱବିଦ୍ୟାଳୟରେ ନିଜର ପୋଷାକ କାଢି ଦେଇଥିଲେ ମହିଳା । ସୋସିଆଲ ମିଡିଆରେ ଏହି ଭିଡିଓ ପୋଷ୍ଟ କରାଯାଇଛି । ଭିଡିଓରେ ଦେଖିବାକୁ ମିଳୁଛି କି ଜଣେ ଅଜ୍ଞାତ ମହିଳାଙ୍କୁ ଇସଲାମିକ ଆଜାଦ ବିଶ୍ୱବିଦ୍ୟାଳୟର ସୁରକ୍ଷାକର୍ମୀ ଅଟକ ରଖିଛନ୍ତି । ତେବେ ଏହାକୁ ନେଇ ବିଶ୍ୱବିଦ୍ୟାଳୟ ମୁଖପାତ୍ର ଅମୀର ମହଜୁବ କହିଛନ୍ତି, ପୋଲିସ ଷ୍ଟେସନରେ ଜଣାପଡିଲା କି ମହିଳା ଜଣକ ଗମ୍ଭୀର ମାନସିକ ରୋଗରେ ପୀଡିତ । ତେବେ କିଛି ସୋସିଆଲ ମିଡିଆ ୟୁଜର୍ସ ଦାବି କରିଛନ୍ତି ଯେ ମହିଳା ଜଣକ ନିଜ ବିରୋଧ ପ୍ରଦର୍ଶନ ପାଇଁ ଜାଣିଶୁଣି ନିଜ ପୋଷାକ କାଢିଛନ୍ତି । ତେବେ କିଏ ଏହି ମହିଳା ସେନେଇ କୌଣସି ସୂଚନା ମିଳିନାହିଁ । ଇରାନର ଖବରକାଗଜ ହାମଶାହ୍ରି ନିଜ ୱେବସାଇଟରେ ଲେଖିଛି କି ଏହି କାର୍ଯ୍ୟ ପାଇଁ ଦାୟୀ ମହିଳା ଜଣକଙ୍କର ମାନସିକ ସମସ୍ୟା ରହିଛି ଏବଂ ଯାଞ୍ଚ ପରେ ତାଙ୍କୁ ବୋଧହୁଏ ମାନସିକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବ।ଇରାନରେ ହିଜାବ ଛାଡ ଅଧିକାରୀଙ୍କୁ ଚ୍ୟାଲେଞ୍ଜ କରୁଥିବା ମହିଳାଙ୍କ ସଂଖ୍ୟ

ହିଜାବ ବିରୋଧରେ ଛାତ୍ରୀଙ୍କ ଅଜବ ବିରୋଧ, ରାସ୍ତା ମଝିରେ କାଢିଦେଲେ ପିନ୍ଧିଥିବା ପୋଷାକ

ନୂଆଦିଲ୍ଲୀ ୦୩।୧୧: ଦୀର୍ଘ ସମୟ ଧରି ଇରାନରେ ଚାଲୁଛି ହିଜାବ ବିରୋଧି ବିବାଦ । ଏବେ ଏହା ନେଇଛି ତୀବ୍ର ରୂପ । ନିକଟରେ ଜଣେ ମହିଳା ରାସ୍ତା ମଝିରେ କରିଛନ୍ତି ଅଜବ ବିରୋଧ । ସେ ନିଜର ରାସ୍ତା ମଝିରେ ନିଜର ପିନ୍ଧିଥିବା ପୋଷାକ କାଢି ଦେଇଛନ୍ତି ।  ବର୍ତ୍ତମାନ ଏହି ଭିଡିଓ ଭାଇରାଲ୍‌ ହେଉଛି । ରିପୋର୍ଟ ଅନୁଯାୟୀ, ହିଜାବ ବିରୋଧ ପାଇଁ ଶନିବାର ଇରାନର ଏକ ବିଶ୍ୱବିଦ୍ୟାଳୟରେ ନିଜର ପୋଷାକ କାଢି ଦେଇଥିଲେ ମହିଳା । 

ସୋସିଆଲ ମିଡିଆରେ ଏହି ଭିଡିଓ ପୋଷ୍ଟ କରାଯାଇଛି । ଭିଡିଓରେ ଦେଖିବାକୁ ମିଳୁଛି କି ଜଣେ ଅଜ୍ଞାତ ମହିଳାଙ୍କୁ ଇସଲାମିକ ଆଜାଦ ବିଶ୍ୱବିଦ୍ୟାଳୟର ସୁରକ୍ଷାକର୍ମୀ ଅଟକ ରଖିଛନ୍ତି । ତେବେ ଏହାକୁ ନେଇ ବିଶ୍ୱବିଦ୍ୟାଳୟ ମୁଖପାତ୍ର ଅମୀର ମହଜୁବ କହିଛନ୍ତି, ପୋଲିସ ଷ୍ଟେସନରେ ଜଣାପଡିଲା କି ମହିଳା ଜଣକ ଗମ୍ଭୀର ମାନସିକ ରୋଗରେ ପୀଡିତ । ତେବେ କିଛି ସୋସିଆଲ ମିଡିଆ ୟୁଜର୍ସ ଦାବି କରିଛନ୍ତି ଯେ ମହିଳା ଜଣକ ନିଜ ବିରୋଧ ପ୍ରଦର୍ଶନ ପାଇଁ ଜାଣିଶୁଣି ନିଜ ପୋଷାକ କାଢିଛନ୍ତି । ତେବେ କିଏ ଏହି ମହିଳା ସେନେଇ କୌଣସି ସୂଚନା ମିଳିନାହିଁ । ଇରାନର ଖବରକାଗଜ ହାମଶାହ୍ରି ନିଜ ୱେବସାଇଟରେ ଲେଖିଛି କି ଏହି କାର୍ଯ୍ୟ ପାଇଁ ଦାୟୀ ମହିଳା ଜଣକଙ୍କର ମାନସିକ ସମସ୍ୟା ରହିଛି ଏବଂ ଯାଞ୍ଚ ପରେ ତାଙ୍କୁ ବୋଧହୁଏ ମାନସିକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବ।

ଇରାନରେ ହିଜାବ ଛାଡ ଅଧିକାରୀଙ୍କୁ ଚ୍ୟାଲେଞ୍ଜ କରୁଥିବା ମହିଳାଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗୁଛି । ସେପ୍ଟେମ୍ବର ୨୦୨୨ରେ ହିଜାବ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ନୈତିକତା ପୋଲିସର ହେପାଜତରେ ଜଣେ ଇରାନୀୟ କୁର୍ଦ୍ଦ ମହିଳାଙ୍କ ମୃତ୍ୟୁ ପରେ ଏହା ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ହୋଇଥିଲା । ଇରାନର ଶାସନ ଏବଂ ସୁରକ୍ଷା ବାହିନୀ ଏହି ବିଦ୍ରୋହକୁ ଦମନ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଫଳସ୍ୱରୂପ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା।