ଦିବାକର ପାତ୍ର ହେଲେ ପୁରୀ ଜିଲ୍ଲା ବିଜେଡି ସଭାପତି, ମହେଶ୍ଵରଙ୍କ ବିୟୋଗ ପରେ ଖାଲି ପଡ଼ିଥିଲା ପଦ

ପୁରୀ: ବିଜେଡ଼ିର ବରିଷ୍ଠ ନେତା ସ୍ଵର୍ଗତ ମହେଶ୍ଵର ମହାନ୍ତିଙ୍କ ବିୟୋଗ ପରେ ପୁରୀ ଜିଲ୍ଲା ବିଜୁ ଜନତା ଦଳ ସଭାପତି ପଦ ଖାଲି ପଡ଼ିଥିଲା। ତେବେ ମୁଣ୍ଡ ଉପରେ ନିର୍ବାଚନ ଥିବାରୁ ପୁରୀ ଜିଲା ବିଜେଡି ସଭାପତି ପଦ ପୂରଣ କରାଯାଇଛି। ପୁରୀ ସଦର ବ୍ଳକ୍ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ଦିବାକର ପାତ୍ରଙ୍କୁ ପୁରୀ ଜିଲା ବିଜେଡି ସଭାପତି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତ କରିଛନ୍ତି। ସେପଟେ ନୂଆ ପଦ ମିଳିବା ପରେ ବେଶ୍ ଉତ୍ସାହିତ ଅଛନ୍ତି ଦିବାକର ପାତ୍ର। ବିଶେଷ କରି ତାଙ୍କ ଉପରେ ଦଳର ସୁପ୍ରିମୋ ଆସ୍ତା ପ୍ରକଟ କରିଥିବାରୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି। Also read- ପୁଣି ଏମକେସିଜି ମେଡିକାଲ କ୍ୟାମ୍ପସରେ ରାଗିଂ ! ପୀଡ଼ିତ ଛାତ୍ରଙ୍କ ଟୁଇଟ୍ ପରେ କଲେଜ୍ କର୍ତ୍ତୃପକ୍ଷ ଓ ପୋଲିସ ତତ୍ପର ପୁରୀ ଜିଲ୍ଲା ବିଜେଡି ସଭାପତି ପଦ ପାଇବା ପରେ ଏକ ସାମ୍ୱାଦିକ ସମ୍ମିଳନୀ ରେ ଦିବାକର ପାତ୍ର କହିଛନ୍ତି ପୁରୀ ଜିଲ୍ଲାରେ ସଙ୍ଗଠନ କୁ ଦୃଢ଼ କରିବା, ଜିଲା ର ୬ ଟି ନିର୍ବାଚନ ମଣ୍ଡଳୀ ଆସନ ଯେଭଳି ବିଜେଡି ହାତ କୁ ଆସିବ ସେନେଇ ସେ ସ୍ଵତନ୍ତ୍ର ରଣନୀତି କରି କାର୍ଯ୍ୟ କରିବେ। ପୁରୀ ଜିଲ୍ଲାରେ ଥିବା ଦଳର ବିଧାୟକ, ବରିଷ୍ଠ ନେତା, କର୍ମୀ ଙ୍କ ସହଯୋଗ ରେ ସେ କାର୍ଯ୍ୟ କରିବେ। ତେବେ ପୁରୀ ଜିଲ୍ଲାର ଦୁଇଟି ଗୁରୁତ୍ବପୁର୍ଣ ଆସନ ପୁରୀ ସଦର ଓ ବ୍ରହ୍ମଗିରି ଗତ ୨୦୧୯ ନିର୍ବାଚନରେ ବିଜେଡ଼ି ପରାସ୍ତ ହୋଇଥିବା ବେଳେ

ଦିବାକର ପାତ୍ର ହେଲେ ପୁରୀ ଜିଲ୍ଲା ବିଜେଡି ସଭାପତି, ମହେଶ୍ଵରଙ୍କ ବିୟୋଗ ପରେ ଖାଲି ପଡ଼ିଥିଲା ପଦ

ପୁରୀ: ବିଜେଡ଼ିର ବରିଷ୍ଠ ନେତା ସ୍ଵର୍ଗତ ମହେଶ୍ଵର ମହାନ୍ତିଙ୍କ ବିୟୋଗ ପରେ ପୁରୀ ଜିଲ୍ଲା ବିଜୁ ଜନତା ଦଳ ସଭାପତି ପଦ ଖାଲି ପଡ଼ିଥିଲା। ତେବେ ମୁଣ୍ଡ ଉପରେ ନିର୍ବାଚନ ଥିବାରୁ ପୁରୀ ଜିଲା ବିଜେଡି ସଭାପତି ପଦ ପୂରଣ କରାଯାଇଛି। ପୁରୀ ସଦର ବ୍ଳକ୍ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ଦିବାକର ପାତ୍ରଙ୍କୁ ପୁରୀ ଜିଲା ବିଜେଡି ସଭାପତି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତ କରିଛନ୍ତି। ସେପଟେ ନୂଆ ପଦ ମିଳିବା ପରେ ବେଶ୍ ଉତ୍ସାହିତ ଅଛନ୍ତି ଦିବାକର ପାତ୍ର। ବିଶେଷ କରି ତାଙ୍କ ଉପରେ ଦଳର ସୁପ୍ରିମୋ ଆସ୍ତା ପ୍ରକଟ କରିଥିବାରୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି।

Also read- ପୁଣି ଏମକେସିଜି ମେଡିକାଲ କ୍ୟାମ୍ପସରେ ରାଗିଂ ! ପୀଡ଼ିତ ଛାତ୍ରଙ୍କ ଟୁଇଟ୍ ପରେ କଲେଜ୍ କର୍ତ୍ତୃପକ୍ଷ ଓ ପୋଲିସ ତତ୍ପର

ପୁରୀ ଜିଲ୍ଲା ବିଜେଡି ସଭାପତି ପଦ ପାଇବା ପରେ ଏକ ସାମ୍ୱାଦିକ ସମ୍ମିଳନୀ ରେ ଦିବାକର ପାତ୍ର କହିଛନ୍ତି ପୁରୀ ଜିଲ୍ଲାରେ ସଙ୍ଗଠନ କୁ ଦୃଢ଼ କରିବା, ଜିଲା ର ୬ ଟି ନିର୍ବାଚନ ମଣ୍ଡଳୀ ଆସନ ଯେଭଳି ବିଜେଡି ହାତ କୁ ଆସିବ ସେନେଇ ସେ ସ୍ଵତନ୍ତ୍ର ରଣନୀତି କରି କାର୍ଯ୍ୟ କରିବେ। ପୁରୀ ଜିଲ୍ଲାରେ ଥିବା ଦଳର ବିଧାୟକ, ବରିଷ୍ଠ ନେତା, କର୍ମୀ ଙ୍କ ସହଯୋଗ ରେ ସେ କାର୍ଯ୍ୟ କରିବେ। ତେବେ ପୁରୀ ଜିଲ୍ଲାର ଦୁଇଟି ଗୁରୁତ୍ବପୁର୍ଣ ଆସନ ପୁରୀ ସଦର ଓ ବ୍ରହ୍ମଗିରି ଗତ ୨୦୧୯ ନିର୍ବାଚନରେ ବିଜେଡ଼ି ପରାସ୍ତ ହୋଇଥିବା ବେଳେ ଏହି ଦୁଇଟି ଆସନ ପୁଣି କିଭଳି ବିଜେଡି ହାତକୁ ଆସିବ ସେ ଦିଗରେ ସେ ଅଧିକ ଫୋକସ ଦେବେ ବୋଲି କହିଛନ୍ତି।

ପୁରୀ ଓ ବ୍ରହ୍ମଗିରିରେ ବିଜେଡିର ସ୍ଥିତି ବେଶ୍ ଦୃଢ଼ ରହିଛି ବୋଲି କହିଛନ୍ତି ଦିବାକର। ଆଗାମୀ ନିର୍ବାଚନରେ ଏହି ଦୁଇ ଆସନରେ ବିଜେଡି ବିପୁଳ ବିଜୟ ହାସଲ କରିବ। ତେବେ ପୁରୀ ବିଧାନସଭା ଆସନରେ ଏକାଧିକ ଆଶାୟୀ ଥିବା ବେଳେ ଗୋଷ୍ଠୀ କନ୍ଦଳ ଥିବାରୁ ସେ କିଭଳି ପରିଚାଳନା କରିବେ ବୋଲି ସାମ୍ୱାଦିକ ଙ୍କ ପ୍ରଶ୍ନ ର ଉତ୍ତର ଦେଇ ସେ କହିଛନ୍ତି ବିଜେଡି ଏକ ଶୃଙ୍ଖଳିତ ଦଳ। ଏଠାରେ ଦଳର ସୁପ୍ରିମୋ ଯାହା ନିର୍ଦ୍ଦେଶ ଦିଅନ୍ତି ତାହା ନେତା ଓ କର୍ମୀ ପାଳନ କରନ୍ତି। ଏଣୁ ଯିଏ ବିଶୃଙ୍ଖଳା କରିବ ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡ଼ା କାର୍ଯ୍ୟାନୁଷ୍ଠାନ ନେବେ। ତେବେ ଯାହାବି ଦଳରେ ସମସ୍ୟା ରହିଛି ଦିନେ ଦୁଇ ଦିନ ଭିତରେ ସମାଧାନ ହୋଇଯିବ ବୋଲି ପୁରୀ ଜିଲା ବିଜେଡ଼ିର ନବ ନିଯୁକ୍ତ ସଭାପତି ଦିବାକର ପାତ୍ର କହିଛନ୍ତି।

The post ଦିବାକର ପାତ୍ର ହେଲେ ପୁରୀ ଜିଲ୍ଲା ବିଜେଡି ସଭାପତି, ମହେଶ୍ଵରଙ୍କ ବିୟୋଗ ପରେ ଖାଲି ପଡ଼ିଥିଲା ପଦ appeared first on Prameya News7.