ଏବେ ଇଂଲଣ୍ଡ ଟିମ୍‌ରୁ ଖେଳିବେ ଟିମ୍‌ ଇଣ୍ଡିଆର ଏହି  ଓପନିଂ ବ୍ୟାଟ୍ସମ୍ୟାନ! କହିଲେ ପୂରଣ ହେଲା ସ୍ବପ୍ନ 

ନୂଆଦିଲ୍ଲୀ,୧୦।୬: ଆଇପିଏଲ୍‌ ଶେଷ ହେବା ପରେ ଟିମ୍‌ ଇଣ୍ଡିଆ ଏବେ ଇଂଲଣ୍ଡରେ ଅଛି। ଏଠାରେ ଦଳ ଖେଳାଯିବାକୁ ଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଲାଗି ଅଭ୍ୟାସ କରୁଛି। ଏହି ଟେଷ୍ଟ ସିରିଜ ମଧ୍ୟରେ ଭାରତୀୟ ଟିମ୍‌ରୁ ଏକ ବଡ଼ ଖବର ଆସିଛି। ଦଳର ଜଣେ ଓପନିଂ ବ୍ୟାଟ୍ସମ୍ୟାନ୍‌ ଏବେ ଇଂଲଣ୍ଡ ପକ୍ଷରୁ ଖେଳୁଥିବା ନଜର ଆସିବେ। ସେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ଲାଗି ଦଳରେ ସାମିଲ ହୋଇ ନ ଥିଲେ ହେଁ ତାଙ୍କୁ ଇଂଲଣ୍ଡରେ […] The post ଏବେ ଇଂଲଣ୍ଡ ଟିମ୍‌ରୁ ଖେଳିବେ ଟିମ୍‌ ଇଣ୍ଡିଆର ଏହି  ଓପନିଂ ବ୍ୟାଟ୍ସମ୍ୟାନ! କହିଲେ ପୂରଣ ହେଲା ସ୍ବପ୍ନ  appeared first on Dharitri Odia News.

ଏବେ ଇଂଲଣ୍ଡ ଟିମ୍‌ରୁ ଖେଳିବେ ଟିମ୍‌ ଇଣ୍ଡିଆର ଏହି  ଓପନିଂ ବ୍ୟାଟ୍ସମ୍ୟାନ! କହିଲେ ପୂରଣ ହେଲା ସ୍ବପ୍ନ 
ନୂଆଦିଲ୍ଲୀ,୧୦।୬: ଆଇପିଏଲ୍‌ ଶେଷ ହେବା ପରେ ଟିମ୍‌ ଇଣ୍ଡିଆ ଏବେ ଇଂଲଣ୍ଡରେ ଅଛି। ଏଠାରେ ଦଳ ଖେଳାଯିବାକୁ ଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଲାଗି ଅଭ୍ୟାସ କରୁଛି। ଏହି ଟେଷ୍ଟ ସିରିଜ ମଧ୍ୟରେ ଭାରତୀୟ ଟିମ୍‌ରୁ ଏକ ବଡ଼ ଖବର ଆସିଛି। ଦଳର ଜଣେ ଓପନିଂ ବ୍ୟାଟ୍ସମ୍ୟାନ୍‌ ଏବେ ଇଂଲଣ୍ଡ ପକ୍ଷରୁ ଖେଳୁଥିବା ନଜର ଆସିବେ। ସେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ଲାଗି ଦଳରେ ସାମିଲ ହୋଇ ନ ଥିଲେ ହେଁ ତାଙ୍କୁ ଇଂଲଣ୍ଡରେ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିବ। କ୍ରିକେଟରଜଣଙ୍କ ହେଲେ ଋତୁରାଜ ଗାଏକଓ୍ବାଡ଼।
ଋତୁରାଜ କାଉଣ୍ଟିଂ ଚାମ୍ପିଅନଶିପ୍‌ ଡିଭିଜନ ୧ରେ ୟର୍କସାୟାର ଟିମ୍‌ ପାଇଁ ଖେଳିବାକୁ ଯାଉଛନ୍ତି। ଏହି ଟୁର୍ନାମେଣ୍ଟ ପୁଣିଥରେ ଜୁନ ୨୨ରୁ ଆରମ୍ଭ ହେଉଛି। ଏହା ଋତୁରାଜଙ୍କ ପ୍ରଥମ କାଉଣ୍ଟିଂ ମ୍ୟାଚ୍‌ ହୋଇଥିବା ବେଳେ ସେ ଜୁଲାଇରେ ସରେ ବିପକ୍ଷରେ ଖେଳିବା ଲାଗି ଦଳରେ ଯୋଗଦେବେ।
ଋତୁରାଜ ଅଗଷ୍ଟ ୫ ରୁ ଆରମ୍ଭ ହେଉଥିବା ODI କପରେ ୟର୍କସାୟାର ପାଇଁ ଖେଳିବାକୁ ମଧ୍ୟ ଉପଲବ୍ଧ ହେବେ ଏବଂ ଏହି ଟୁର୍ନାମେଣ୍ଟ ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ଖେଳାଯିବ। କାଉଣ୍ଟି ଚାମ୍ପିଅନଶିପ ଟୁର୍ନାମେଣ୍ଟ ବିଷୟରେ କହିବାକୁ ଗଲେ, ଏହି ଟର୍ନାମେଣ୍ଟ ସେପ୍ଟେମ୍ବର ୨୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ୟର୍କସାୟାରରେ ଯୋଗ ଦେବା ପରେ, ଋତୁରାଜ ଗାୟକୱାଡ କହିଛନ୍ତି, ‘ମୁଁ ବାକି ଥିବା ଇଂଲଣ୍ଡର ଘରୋଇ ସିଜିନରେ ୟର୍କସାୟାରରେ ଯୋଗ ଦେଇ ବହୁତ ଖୁସି। ଏହି ଦେଶରେ କ୍ରିକେଟ ଅଭିଜ୍ଞତା ପାଇବା ମୋର ସ୍ବପ୍ନ ଥିଲା ଏବଂ ଇଂଲଣ୍ଡରେ ୟର୍କସାୟାରଠାରୁ ବଡ଼ ଅନ୍ୟ କ୍ଲବ ନାହିଁ। ମୁଁ ଜାଣେ ଯେ ମୁଁ ଗୁରୁତ୍ୱପୂର୍ଣ୍ଣ ସିଜିନ ପାଇଁ ଦଳ ସହିତ ରହିବି। କାଉଣ୍ଟି ଚାମ୍ପିଅନଶିପର ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବା ଏବଂ ତା’ପରେ ODI କପରେ ଅଂଶଗ୍ରହଣ କରିବା ମୋ ପାଇଁ ଏକ ମହାନ ସୁଯୋଗ। ମୁଁ ୟର୍କସାୟାରର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଚାହେଁ।’
ଋତୁରାଜ ଏଯାବତ ଟିମ ଇଣ୍ଡିଆ ପାଇଁ ଗୋଟିଏ ବି ଟେଷ୍ଟ ମ୍ୟାଚ ଖେଳିନାହାନ୍ତି। ସୀମିତ ଓଭର କ୍ରିକେଟରେ, ସେ ଭାରତ ପାଇଁ ୬ ଦିନିକିଆ ମ୍ୟାଚ୍‌ରେ ୧୯.୧୬  ହାରରେ ୧୧୫ ରନ କରିଛନ୍ତି। କେବଳ ଏତିକି ନୁହେଁ, ସେ ୨୩ ଟି T20 ମ୍ୟାଚ୍‌ରେ ୩୯.୫୬ ହାରରେ ୬୩୩ରନ କରିଛନ୍ତି। T20 କ୍ରିକେଟରେ ଗାଏକୱାଡଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର ହେଉଛି ୧୨୩* ରନ।

The post ଏବେ ଇଂଲଣ୍ଡ ଟିମ୍‌ରୁ ଖେଳିବେ ଟିମ୍‌ ଇଣ୍ଡିଆର ଏହି  ଓପନିଂ ବ୍ୟାଟ୍ସମ୍ୟାନ! କହିଲେ ପୂରଣ ହେଲା ସ୍ବପ୍ନ  appeared first on Dharitri Odia News.