ଦିନକୁ ଦିନ ବଢୁଛି କିଟ୍‌ ଅଡୁଆ; ଦୋଷୀ ପାଇବେ ଦଣ୍ଡ, ସରକାରୀ ସ୍ତରରେ ବଢ଼ିଲା ହଲଚଲ୍

କନକ ବ୍ୟୁରୋ : କିଟ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଓ ପରେ ସୃଷ୍ଟି ହୋଇଥିବା ଅଶାନ୍ତିକୁ ପ୍ରଶମିତ କରିବାକୁ ସରକାରୀ ସ୍ତରରେ ତତ୍ପରତା ବଢିଯାଇଛି । ଉଚ୍ଚସ୍ତରୀୟ କମିଟିରେ କିଟ୍ ମୁଖିଆ ହଜାର ହେବା ପରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝି ନେପାଳ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୃତି ଦେଇଛନ୍ତି । ନେପାଳ ଦୂତାବାସର ଅଧିକାରୀ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି । କିଟ ପରିସରରେ ଶିକ୍ଷା ବାତାବରଣ ଫେରାଇ ଆଣିବାକୁ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଘଟଣା ପରେ କିଟ ନାଁରେ ନୂଆ ନୂଆ ଅଭିଯୋଗ ଆସୁଛି । ଆଇନ ମନ୍ତ୍ରୀ ଆଜି ଏହାର ଉତ୍ତର ରଖିଛନ୍ତି । ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି,  ଉଚ୍ଚସ୍ତରୀୟ ଯାଞ୍ଚ କମିଟି ରିପୋର୍ଟ ଆଧାରରେ ହେବ କାର୍ଯ୍ୟାନୁଷ୍ଠାନ । କିଟ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିବା ଘଟଣାରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ବିସ୍ଫୋରକ ବୟାନ ଦେଇଛନ୍ତି । କିଟରେ ଜାତିଆଣବାଦ ଚାଲିଥିବା ଅଭିଯୋଗ ଆଣିଛନ୍ତି ବିଜୟ । ଏନେଇ ଓଡ଼ିଶା ସରକାର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି କହିଛନ୍ତି । ସେପଟେ କିଟରେ ପ୍ରତିବାଦର ସ୍ୱର ଥମୁନାହିଁ । ଓଡିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ କିଟ୍ ବିଶ୍ୱବିଦ୍ୟାଳ

ଦିନକୁ ଦିନ ବଢୁଛି କିଟ୍‌ ଅଡୁଆ; ଦୋଷୀ ପାଇବେ ଦଣ୍ଡ, ସରକାରୀ ସ୍ତରରେ ବଢ଼ିଲା ହଲଚଲ୍

କନକ ବ୍ୟୁରୋ : କିଟ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଓ ପରେ ସୃଷ୍ଟି ହୋଇଥିବା ଅଶାନ୍ତିକୁ ପ୍ରଶମିତ କରିବାକୁ ସରକାରୀ ସ୍ତରରେ ତତ୍ପରତା ବଢିଯାଇଛି । ଉଚ୍ଚସ୍ତରୀୟ କମିଟିରେ କିଟ୍ ମୁଖିଆ ହଜାର ହେବା ପରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝି ନେପାଳ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୃତି ଦେଇଛନ୍ତି । ନେପାଳ ଦୂତାବାସର ଅଧିକାରୀ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି । କିଟ ପରିସରରେ ଶିକ୍ଷା ବାତାବରଣ ଫେରାଇ ଆଣିବାକୁ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଘଟଣା ପରେ କିଟ ନାଁରେ ନୂଆ ନୂଆ ଅଭିଯୋଗ ଆସୁଛି । ଆଇନ ମନ୍ତ୍ରୀ ଆଜି ଏହାର ଉତ୍ତର ରଖିଛନ୍ତି । ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି,  ଉଚ୍ଚସ୍ତରୀୟ ଯାଞ୍ଚ କମିଟି ରିପୋର୍ଟ ଆଧାରରେ ହେବ କାର୍ଯ୍ୟାନୁଷ୍ଠାନ ।

କିଟ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିବା ଘଟଣାରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ବିସ୍ଫୋରକ ବୟାନ ଦେଇଛନ୍ତି । କିଟରେ ଜାତିଆଣବାଦ ଚାଲିଥିବା ଅଭିଯୋଗ ଆଣିଛନ୍ତି ବିଜୟ । ଏନେଇ ଓଡ଼ିଶା ସରକାର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି କହିଛନ୍ତି । ସେପଟେ କିଟରେ ପ୍ରତିବାଦର ସ୍ୱର ଥମୁନାହିଁ । ଓଡିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ କିଟ୍ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ନେପାଳ ଛାତ୍ରଛାତ୍ରୀଙ୍କ ବିରୋଧରେ ହୋଇଥିବା ଅତ୍ୟାଚାରକୁ ବିରୋଧ କରି ରାସ୍ତାରେ ପ୍ରତିବାଦ କରିଛନ୍ତି କଂଗ୍ରେସ କର୍ମୀ ।

କିଟ୍ କାଣ୍ଡକୁ ନେଇ ବିଭିନ୍ନ ସ୍ତରରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏବେ ଅପେକ୍ଷା ଉଚ୍ଚସ୍ତରୀୟ କମିଟି ରିପୋର୍ଟ ପରେ ସରକାର କି ପ୍ରକାରର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ।