ସ୍ୱତନ୍ତ୍ରତା ଦିବସରେ ପାକିସ୍ତାନୀ ବି ଗାଇଲେ ଜନ-ଗଣ-ମନ, ଭାଇରାଲ ହେଲା ଭିଡିଓ...

ନୂଆଦିଲ୍ଲୀ ୧୬/୦୮: ସାରା ଭାରତ ବାସୀ ଗୁରୁବାର ପାଳିଛନ୍ତି ସ୍ୱାଧୀନତା ଦିବସ । ସାରା ଦେଶରେ ବେଶ ଆନନ୍ଦ ଉତ୍ସାହର ସହ ପାଳନ ହୋଇଛି ଏହି ଦିନ । ଲୋକମାନେ ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ସେୟାର କରି ଜଣାଇଛନ୍ତି କେମିତି ପାଳିଛନ୍ତି ସ୍ୱାଧିନତା ଦିବସ । ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଭାରତୀୟ ଲୋକେ ଜାତୀୟ ସଂଗୀତ ଗାନ କରୁଛନ୍ତି । ତେବେ ଆଶ୍ଚର୍ଯ୍ୟର କଥା ଏହି ସମାରୋହରେ ସାମିଲ ହୋଇଥିଲେ କିଛି ପାକିସ୍ତାନୀ । ଯାହା ଏବେ ସୋସିଆଲ ମିଡିଆରେ ପାଲଟିଛି ଟ୍ରେଣ୍ଡ । ପାକିସ୍ତାନୀର ଜଣେ ସାମ୍ବାଦିକ ଏହି ମୁହୂର୍ତ୍ତକୁ କାବୁ କରି ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ପୋଷ୍ଟ କରି ସେ ଲେଖିଛନ୍ତି ' ଆମେ ବ୍ରିଟେନରୁ ଅଲଗା ହୋଇଥିଲୁ, ଏବେ ଏକାଠି ହେଲୁ । ଆଉ ମିଶି କରି ପାଳୁଛୁ ସ୍ୱାଧିନତା ଦିବସ । View this post on InstagramA post shared by Farid Qureshi (@faridqureshi_uk)ପିକାଡିଲି ସର୍କସରେ ଦେଖିବାକୁ ମିଳିଥିଲା ଏହି ଅପୂର୍ବ ଦୃଶ୍ୟ । ଭିଡିଓରେ ଦର୍ଶକମାନେ ଭାରତର ଜାତୀୟ ସଂଗୀତକୁ କିପରି ସମ୍ମାନ ପ୍ରଦର୍ଶନ ଦେଇଛନ୍ତି ସେସବୁ ସ୍ପଷ୍ଟ ବାରି ହୋଇପଡିଥିଲା । ଯେଉଁଠି ପାକିସ୍ତାନୀ ଏବଂ ଭାରତୀୟମାନେ ଏହାକୁ ଗାଇଥିଲେ । ସେ ସେୟାର କରିଥିବା ଭିଡିଓରେ ଲୋକମାନେ ଉଭୟ ଭାରତ ଏବଂ ପାକିସ୍ତାନର ପତାକା ଧରି ଜନ ଗଣ ମନ୍ ଗାଉଥିବାର ନଜର ଆସିଛନ୍ତି । ସେମାନଙ୍କ ମଧ୍ୟରୁ କ

ସ୍ୱତନ୍ତ୍ରତା ଦିବସରେ ପାକିସ୍ତାନୀ ବି ଗାଇଲେ ଜନ-ଗଣ-ମନ, ଭାଇରାଲ ହେଲା ଭିଡିଓ...

ନୂଆଦିଲ୍ଲୀ ୧୬/୦୮: ସାରା ଭାରତ ବାସୀ ଗୁରୁବାର ପାଳିଛନ୍ତି ସ୍ୱାଧୀନତା ଦିବସ । ସାରା ଦେଶରେ ବେଶ ଆନନ୍ଦ ଉତ୍ସାହର ସହ ପାଳନ ହୋଇଛି ଏହି ଦିନ । ଲୋକମାନେ ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ସେୟାର କରି ଜଣାଇଛନ୍ତି କେମିତି ପାଳିଛନ୍ତି ସ୍ୱାଧିନତା ଦିବସ । 

ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଭାରତୀୟ ଲୋକେ ଜାତୀୟ ସଂଗୀତ ଗାନ କରୁଛନ୍ତି । ତେବେ ଆଶ୍ଚର୍ଯ୍ୟର କଥା ଏହି ସମାରୋହରେ ସାମିଲ ହୋଇଥିଲେ କିଛି ପାକିସ୍ତାନୀ । ଯାହା ଏବେ ସୋସିଆଲ ମିଡିଆରେ ପାଲଟିଛି ଟ୍ରେଣ୍ଡ । ପାକିସ୍ତାନୀର ଜଣେ ସାମ୍ବାଦିକ ଏହି ମୁହୂର୍ତ୍ତକୁ କାବୁ କରି ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ପୋଷ୍ଟ କରି ସେ ଲେଖିଛନ୍ତି ' ଆମେ ବ୍ରିଟେନରୁ ଅଲଗା ହୋଇଥିଲୁ, ଏବେ ଏକାଠି ହେଲୁ । ଆଉ ମିଶି କରି ପାଳୁଛୁ ସ୍ୱାଧିନତା ଦିବସ । 


ପିକାଡିଲି ସର୍କସରେ ଦେଖିବାକୁ ମିଳିଥିଲା ଏହି ଅପୂର୍ବ ଦୃଶ୍ୟ । ଭିଡିଓରେ ଦର୍ଶକମାନେ ଭାରତର ଜାତୀୟ ସଂଗୀତକୁ କିପରି ସମ୍ମାନ ପ୍ରଦର୍ଶନ ଦେଇଛନ୍ତି ସେସବୁ ସ୍ପଷ୍ଟ ବାରି ହୋଇପଡିଥିଲା । ଯେଉଁଠି ପାକିସ୍ତାନୀ ଏବଂ ଭାରତୀୟମାନେ ଏହାକୁ ଗାଇଥିଲେ । ସେ ସେୟାର କରିଥିବା ଭିଡିଓରେ ଲୋକମାନେ ଉଭୟ ଭାରତ ଏବଂ ପାକିସ୍ତାନର ପତାକା ଧରି ଜନ ଗଣ ମନ୍ ଗାଉଥିବାର ନଜର ଆସିଛନ୍ତି । 

ସେମାନଙ୍କ ମଧ୍ୟରୁ କେତେକ ମଧ୍ୟ ଏହି ମୁହୂର୍ତ୍ତରେ ରେକର୍ଡିଂ କରୁଥିବା ଦେଖିବାକୁ ମିଳିଥିଲା । ସେୟାର ହେବା ପରଠାରୁ, ଭିଡିଓଟି ବେଶ୍ ଭାଇରାଲ ହେବାରେ ଲାଗିଛି । ଏହା ଉପରେ ଅନେକ ଲୋକ ରିଆକ୍ସନ ଦେବାରେ ଲାଗିଛନ୍ତି । କିଛି ଲୋକ କହିଛନ୍ତି  ଭିଡିଓଟି ସେମାନଙ୍କୁ ହୃଦୟକୁ ଛୁଇଁଯାଇଛି । କହିବାକୁ ଗଲେ ଭାରତର ଗୋଟିଏ ଦିନ ପୂର୍ବରୁ ପାକିସ୍ତାନ ସ୍ୱାଧୀନତା ଦିବସକୁ ୧୪ ଅଗଷ୍ଟରେ ପାଳନ କରିଥାଏ । ଭାରତ ସ୍ୱାଧିନତା ଦିବସର ଦିନକ ପୂର୍ବରୁ । ୧୯୫୨ରେ ହାଫିଜ ଜଲନ୍ଦରୀଙ୍କ ଲେଖିଥିଲେ ପାକିସ୍ତାନର ଜାତୀୟ ସଂଗୀତ କୁମି ତରାନାହ ।