ଦଶମ ତମ ରାଜ୍ୟସ୍ତରୀୟ ସାରଙ୍ଗଡିଆନ ଫୁଟବଲଚ୍ୟାଲେଞ୍ଜ କପ -୨୦୨୪ ଉଦ୍‌ଘାଟିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର କ. ନୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଡ଼ ଉଚ୍ଚ ବିଦ୍ୟାଳୟର ଖେଳ ପଡିଆରେ ଦଶମ ତମ ରାଜ୍ୟ ସ୍ତରୀୟ ସାରଙ୍ଗଡିଆନ ଫୁଟବଲ ଚାଲେଞ୍ଜ କପ-୨୦୨୪ ଉଦଘାଟିତ ହୋଇଯାଇଛି । ଉଦଘାଟନର ପ୍ରଥମ ଖେଳ ଦିବସ ରେ ମୁଖ୍ୟ ଅତିଥି ଭାବେ କ. ନୂଆଗାଁ ବ୍ଲକ ଅଧକ୍ଷା ସୁଲୋଚନା ଦଳବେହେରା, ସମ୍ମାନିତ ଅତିଥି ଭାବେ କ.ନୂଆଗାଁ ବ୍ଲକ ଜିଲ୍ଲା ପରିଷଦ ସଭ୍ୟା ଅନିତା ମଳିକ ସାରଙ୍ଗଡ଼ ଉଚ୍ଚ ବିଦ୍ୟାଳୟର […] The post ଦଶମ ତମ ରାଜ୍ୟସ୍ତରୀୟ ସାରଙ୍ଗଡିଆନ ଫୁଟବଲଚ୍ୟାଲେଞ୍ଜ କପ -୨୦୨୪ ଉଦ୍‌ଘାଟିତ appeared first on Odisha.News.

ଦଶମ ତମ ରାଜ୍ୟସ୍ତରୀୟ ସାରଙ୍ଗଡିଆନ ଫୁଟବଲଚ୍ୟାଲେଞ୍ଜ କପ -୨୦୨୪ ଉଦ୍‌ଘାଟିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର କ. ନୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଡ଼ ଉଚ୍ଚ ବିଦ୍ୟାଳୟର ଖେଳ ପଡିଆରେ ଦଶମ ତମ ରାଜ୍ୟ ସ୍ତରୀୟ ସାରଙ୍ଗଡିଆନ ଫୁଟବଲ ଚାଲେଞ୍ଜ କପ-୨୦୨୪ ଉଦଘାଟିତ ହୋଇଯାଇଛି । ଉଦଘାଟନର ପ୍ରଥମ ଖେଳ ଦିବସ ରେ ମୁଖ୍ୟ ଅତିଥି ଭାବେ କ. ନୂଆଗାଁ ବ୍ଲକ ଅଧକ୍ଷା ସୁଲୋଚନା ଦଳବେହେରା, ସମ୍ମାନିତ ଅତିଥି ଭାବେ କ.ନୂଆଗାଁ ବ୍ଲକ ଜିଲ୍ଲା ପରିଷଦ ସଭ୍ୟା ଅନିତା ମଳିକ ସାରଙ୍ଗଡ଼ ଉଚ୍ଚ ବିଦ୍ୟାଳୟର ପୂର୍ବତନ ବିଜ୍ଞାନ ଶିକ୍ଷକ ଶରତ ଚନ୍ଦ୍ର କୋଠଦଳେଇ, ସାରଙ୍ଗଡ଼ ଉଚ୍ଚ ବିଦ୍ୟାଳୟ ର ଅବସର ପ୍ରାପ୍ତ ଖେଳ ଶିକ୍ଷକ ରମାକାନ୍ତ ପାତ୍ର, ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ବରିଷ୍ଠ ଅଧ୍ୟାପକ ସୁଶାନ୍ତ କୁମାର ଦାସ, ଉପଦେଷ୍ଟା ସହଦେବ ପାତ୍ର, ସାରଙ୍ଗଡ଼ ଫୁଟବଲ ସଙ୍ଘ ର ସଭାପତି ସତ୍ୟବାନ ପ୍ରଧାନ ଉପସଭାପତି ପୁରୋସ୍ତମ ସାହୁ, ସମ୍ପାଦକ ଠାକୁର ବିଷୋୟୀ, ପୀତବାସ ବିଷୋୟୀ ପ୍ରମୁଖ ଯୋଗ ଦେଇଥିଲେ l ଏଥିରେ ମୁଖ୍ୟ ରେଫରୀ ଭାବେ ଶ୍ୟାମ ସୁନ୍ଦର ଶାହ ଏବଂ ସହକାରୀ ରେଫରୀ ଭାବେ ଦୀପକ କୋଠଦଳେଇ, ଅଶ୍ଵିନୀ ପାତ୍ର ଏବଂ ରାଧାକାନ୍ତ ବିଷୋୟୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ଉଦଘାଟନ ମ୍ୟାଚ ରେ ସ୍ପୋର୍ଟ ହଷ୍ଟେଲ ଫୁଲବାଣୀ ଏବଂ ଫୁଟବଲ ଏକାଡେମୀ ଭଞ୍ଜନଗର ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ ରେ ୨-୦ ଗୋଲ ରେ ସ୍କୋର୍ଟ ହଷ୍ଟେଲ ଫୁଲବାଣୀ –ବିଜୟୀ ହୋଇଥିଲେ । ଏହି ରାଜ୍ୟ ସୁରୀୟ ସାରଙ୍ଗଡିଆନ ଫୁଟବଲ ଚାଲେଞ୍ଜ କପ ସାରଙ୍ଗଡ଼ ଫୁଟବଲଏବଂ ଆଥଲେଟିକ ଆସୋସିଏସନ ଏବଂ ଗାଲାକ୍ସି ସ୍ମୋର୍ଟ ଏଣ୍ଡ କଲଚୁରାଲ କ୍ଲବ ର ମିଳିତ ଆନୁକୂଲ୍ୟରେ ଆୟୋଜନ କରାଯାଇଛି ।

The post ଦଶମ ତମ ରାଜ୍ୟସ୍ତରୀୟ ସାରଙ୍ଗଡିଆନ ଫୁଟବଲଚ୍ୟାଲେଞ୍ଜ କପ -୨୦୨୪ ଉଦ୍‌ଘାଟିତ appeared first on Odisha.News.