ଆସନ୍ତା ୨୪ରୁ ବିଶ୍ବନାଥପୁରରେ ବିରାଟ ଧନୁଯାତ୍ରା ମହୋତ୍ସବ
କଳାହାଣ୍ଡି,୨୨/୦୧-ଆସନ୍ତା ୨୪ ତାରିଖରୁ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁରଠାରେ ମହା ସମାରୋହରେ ପାଳିତ ହେବ ବିରାଟ ଧନୁଯାତ୍ରା ମହୋତ୍ସବ। ଏଇ ଧନୁଯାତ୍ରା ମହୋତ୍ସବକୁ ନେଇ ଅଞ୍ଚଳରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ଏଥିପାଇଁ ବିଶ୍ବନାଥପୁରଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶ୍ବନାଥପୁର ଗୌନ୍ତିଆ ତଥା ଲାଞ୍ଜିଗଡ଼ ବିଧାୟକଙ୍କ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇଙ୍କ ଆବାହକତ୍ବରେ ଅନୁଷ୍ଠିତ ବୈଠକରେ ଧନୁଯାତ୍ରା ମହୋତ୍ସବ ପରିଚାଳନା କମିଟିର ସଭାପତି ଭାବେ ଅନନ୍ତରାମ ପ୍ରଧାନୀ, […] The post ଆସନ୍ତା ୨୪ରୁ ବିଶ୍ବନାଥପୁରରେ ବିରାଟ ଧନୁଯାତ୍ରା ମହୋତ୍ସବ appeared first on Odisha.News.
କଳାହାଣ୍ଡି,୨୨/୦୧-ଆସନ୍ତା ୨୪ ତାରିଖରୁ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁରଠାରେ ମହା ସମାରୋହରେ ପାଳିତ ହେବ ବିରାଟ ଧନୁଯାତ୍ରା ମହୋତ୍ସବ। ଏଇ ଧନୁଯାତ୍ରା ମହୋତ୍ସବକୁ ନେଇ ଅଞ୍ଚଳରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ଏଥିପାଇଁ ବିଶ୍ବନାଥପୁରଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶ୍ବନାଥପୁର ଗୌନ୍ତିଆ ତଥା ଲାଞ୍ଜିଗଡ଼ ବିଧାୟକଙ୍କ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇଙ୍କ ଆବାହକତ୍ବରେ ଅନୁଷ୍ଠିତ ବୈଠକରେ ଧନୁଯାତ୍ରା ମହୋତ୍ସବ ପରିଚାଳନା କମିଟିର ସଭାପତି ଭାବେ ଅନନ୍ତରାମ ପ୍ରଧାନୀ, କାର୍ଯ୍ୟକାରୀ ସଭାପତି ଅଚ୍ୟୁତ ଘଡ଼େଇ, ଉପସଭାପତି ମୀନକେତନ ଦଳେଇ, ସାଧାରଣ ସଂପାଦକ ମନୋରଞ୍ଜନ ବିଶି, ଯୁଗ୍ମ ସଂପାଦକ ତରୁଣ କୁମାର ଦାସ, କ୍ଷୀରସିନ୍ଧୁ ସାହୁ, କୋଷାଧ୍ୟକ୍ଷ ମନମୋହନ ନାଏକ ପ୍ରମୁଖ ଦାୟିତ୍ବ ତୁଲାଉଛନ୍ତି। ଧନୁଯାତ୍ରା ଉପଲକ୍ଷେ ମୀନାବଜାର, ଖାଦ୍ୟ ବଜାର ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଅପେରା ପ୍ରଦର୍ଶିତ ହେବ ବୋଲି କମିଟି ସୂତ୍ରରୁ ଜଣାପଡ଼ିଛି।
The post ଆସନ୍ତା ୨୪ରୁ ବିଶ୍ବନାଥପୁରରେ ବିରାଟ ଧନୁଯାତ୍ରା ମହୋତ୍ସବ appeared first on Odisha.News.