୨୪ ଘଣ୍ଟା ଭିତରେ ଦଶହରା ତୋରଣ ଖୋଲ, ସିଏମସିକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଦଶହରା ତୋରଣ ଗୁଡିକୁ ତୁରନ୍ତ ଖୋଲ। କଟକ ସହର ଭିତରେ ଠିଆ ହୋଇଥିବା ବିଭିନ୍ନ ତୋରଣ ଗୁଡିକୁ ୨୪ ଘଣ୍ଟା ଭିତରେ ଖୋଲିବା ଲାଗି ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତା ସହିତ ବିପଦ ସଙ୍କୁଳ ଅବସ୍ଥାରେ ଥିବା ହୋର୍ଡିଙ୍ଗ ଗୁଡିକୁ ଖୋଲିଦେବା ପାଇଁ ମଧ୍ୟ ସି ଏମ ସି ପ୍ରଶାସନକୁ ଆଜି ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ଆଜି କଟକ ସହର ସମସ୍ୟା ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରିଛନ୍ତି ହାଇକୋର୍ଟ। ସମ୍ଭାବ୍ୟ ପରିସ୍ଥିତିର   ମୁକାବିଲା ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରିବା ଲାଗି ଆଜି ସି ଏମ ସି କୁ ନିର୍ଦ୍ଦେଶ ହୋଇଛି। ବିଶେଷ କରି ବିପଦ ସଙ୍କୁଳ ଅବସ୍ଥାରର ଥିବା  ଗଛ ଗୁଡିକୁ କାଟିବା। ଜଳ ନିଷ୍କାସନ ପାଇଁ ଯୁଦ୍ଧ କାଳୀନ ଭିତ୍ତିରେ ନର୍ଦ୍ଦମା ସଫେଇ କରିବା ଏବଂ ସହର ଭିତରେ ଯେପରି ଜୀବନଯାତ୍ରା ପ୍ରଭାବିତ ନହେବ, ସେଥିଲାଗି ଆଗୁଆ ପଦକ୍ଷେପ ନେବାକୁ ଆଜି ସି ଏମ ସିକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

୨୪ ଘଣ୍ଟା ଭିତରେ ଦଶହରା ତୋରଣ ଖୋଲ, ସିଏମସିକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଦଶହରା ତୋରଣ ଗୁଡିକୁ ତୁରନ୍ତ ଖୋଲ। କଟକ ସହର ଭିତରେ ଠିଆ ହୋଇଥିବା ବିଭିନ୍ନ ତୋରଣ ଗୁଡିକୁ ୨୪ ଘଣ୍ଟା ଭିତରେ ଖୋଲିବା ଲାଗି ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତା ସହିତ ବିପଦ ସଙ୍କୁଳ ଅବସ୍ଥାରେ ଥିବା ହୋର୍ଡିଙ୍ଗ ଗୁଡିକୁ ଖୋଲିଦେବା ପାଇଁ ମଧ୍ୟ ସି ଏମ ସି ପ୍ରଶାସନକୁ ଆଜି ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। 

ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ଆଜି କଟକ ସହର ସମସ୍ୟା ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରିଛନ୍ତି ହାଇକୋର୍ଟ। ସମ୍ଭାବ୍ୟ ପରିସ୍ଥିତିର   ମୁକାବିଲା ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରିବା ଲାଗି ଆଜି ସି ଏମ ସି କୁ ନିର୍ଦ୍ଦେଶ ହୋଇଛି। ବିଶେଷ କରି ବିପଦ ସଙ୍କୁଳ ଅବସ୍ଥାରର ଥିବା  ଗଛ ଗୁଡିକୁ କାଟିବା। ଜଳ ନିଷ୍କାସନ ପାଇଁ ଯୁଦ୍ଧ କାଳୀନ ଭିତ୍ତିରେ ନର୍ଦ୍ଦମା ସଫେଇ କରିବା ଏବଂ ସହର ଭିତରେ ଯେପରି ଜୀବନଯାତ୍ରା ପ୍ରଭାବିତ ନହେବ, ସେଥିଲାଗି ଆଗୁଆ ପଦକ୍ଷେପ ନେବାକୁ ଆଜି ସି ଏମ ସିକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।