କୋଇଲା ଖଣିରେ ଅଘଟଣ: ୧୦ ମୃତ, ୬ ନିଖୋଜ
ବେଜିଂ,୧୩ା୧: ଚାଇନାର ହେନାନ ପ୍ରଦେଶର ଏକ କୋଇଲା ଖଣିରେ ଦୁର୍ଘଟଣା ପରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ନିଖୋଜ ଅଛନ୍ତି। ଶନିବାର ସକାଳେ ସ୍ଥାନୀୟ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। କୋଇଲା ଏବଂ ବିସ୍ଫୋରଣ ଯୋଗୁ ଏହି ଅଘଟଣ ଘଟିଥିବା ସ୍ଥାନୀୟ ସରକାରୀ ସୂତ୍ରରୁ ପ୍ରକାଶ। ଏହି ଦୁର୍ଘଟଣା ପିଙ୍ଗ୍ଦିଙ୍ଗ୍ଶାନ ତିଆନାନ କୋଇଲା ଖଣି କୋଲ୍ ମାଇନିଙ୍ଗ୍ରେ ଘଟିଛି। ଦୁର୍ଘଟଣା ଘଟିଥିବା ବେଳେ ସମୁଦାୟ ୪୨୫ ଲୋକ ଭୂତଳ କାମ କରୁଥିଲେ ଏବଂ […] The post କୋଇଲା ଖଣିରେ ଅଘଟଣ: ୧୦ ମୃତ, ୬ ନିଖୋଜ appeared first on Dharitri Odia News.
ବେଜିଂ,୧୩ା୧: ଚାଇନାର ହେନାନ ପ୍ରଦେଶର ଏକ କୋଇଲା ଖଣିରେ ଦୁର୍ଘଟଣା ପରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ନିଖୋଜ ଅଛନ୍ତି। ଶନିବାର ସକାଳେ ସ୍ଥାନୀୟ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।
କୋଇଲା ଏବଂ ବିସ୍ଫୋରଣ ଯୋଗୁ ଏହି ଅଘଟଣ ଘଟିଥିବା ସ୍ଥାନୀୟ ସରକାରୀ ସୂତ୍ରରୁ ପ୍ରକାଶ।
ଏହି ଦୁର୍ଘଟଣା ପିଙ୍ଗ୍ଦିଙ୍ଗ୍ଶାନ ତିଆନାନ କୋଇଲା ଖଣି କୋଲ୍ ମାଇନିଙ୍ଗ୍ରେ ଘଟିଛି।
ଦୁର୍ଘଟଣା ଘଟିଥିବା ବେଳେ ସମୁଦାୟ ୪୨୫ ଲୋକ ଭୂତଳ କାମ କରୁଥିଲେ ଏବଂ ସେମାନଙ୍କ ମଧ୍ୟରୁ ୩୮୦ ଜଣଙ୍କୁ ଖଣିରୁ ସ୍ଥାନାନ୍ତର କରାଯାଇଛି ବୋଲି ସରକାରୀ ସୂତ୍ରରୁ ପ୍ରକାଶ। ଆଜି ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ସେ କହିଛନ୍ତି। କୋଇଲା ଖଣି ଦାୟିତ୍ୱରେ ଥିବା ଲୋକଙ୍କୁ ସାଧାରଣ ସୁରକ୍ଷା ଅଧିକାରୀମାନେ ଅଟକ ରଖିଛନ୍ତି।
ଚାଇନାରେ ଖଣି ଦୁର୍ଘଟଣା ସାଧାରଣ କଥା। ତେବେ ନିକଟ ଅତୀତରେ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି। କୋଇଲା ଉତ୍ପାଦନକାରୀ ତଥା ଉପଭୋକ୍ତା ହେଉଛି ଚାଇନା। ଚାଇନାର ଖଣି ଶିଳ୍ପ ଦୀର୍ଘଦିନରୁ ଦୁନିଆର ସବୁଠାରୁ ମାରାତ୍ମକ ସ୍ଥାନ ହୋଇଆସୁଛି, ଖଣି ଦୁର୍ଘଟଣା ବାରମ୍ବାର ଘଟୁଛି।
The post କୋଇଲା ଖଣିରେ ଅଘଟଣ: ୧୦ ମୃତ, ୬ ନିଖୋଜ appeared first on Dharitri Odia News.