କାର୍ ଡିକିରେ ନେଉଥିଲେ ଗଞ୍ଜେଇ, ଗୋଡ଼ାଇ ଗୋଡ଼ାଇ ଧରିଲେ ଅବକାରୀ ଅଧିକାରୀ
ଗୋପାଳପୁର,୨୩ା୧୧(ନବୀନ ରାଜ ଆଚାରୀ): ଶନିବାର ଅପରାହ୍ନରେ ଅବକାରୀ ଗୋଇନ୍ଦା ଅଧିକାରୀମାନେ ଗଞ୍ଜେଇ ଚାଲାଣକାରୀକୁ ଗୋଡ଼ାଇ ଗୋଡ଼ାଇ ଗଞ୍ଜାମ ଜିଲା ୧୬ ନଂ ଜାତୀୟ ରାଜପଥ ଗୋଳନ୍ଥରା ଥାନା ଅନ୍ତର୍ଗତ ମେରାଇନ ଏକାଡେମୀ ନିକଟରେ ଜଣେ ଯୁବକ କାବୁ କରିବାରେ ସକ୍ଷମ ହୋଇଥିବାବେଳେ ଅନ୍ୟ ଜଣ ଚମ୍ପଟ ମାରିଥିବା ସୂଚନା ମିଳିଛି। ଅଟକ ଥିବା ଯୁବକ ଜଣକ ମୋହନା ଅଞ୍ଚଳର ବୋଲି ଜଣାପଡ଼ିଛି। ସୂଚନାନୁସାରେ, ଶନିବାର ବ୍ରହ୍ମପୁର ନୂଆ ବସ୍ଷ୍ଟାଣ୍ଡରେ ଏକ କାର୍ରେ ଦୁଇ ଜଣ ଯୁବକ ଗଞ୍ଜେଇ […] The post କାର୍ ଡିକିରେ ନେଉଥିଲେ ଗଞ୍ଜେଇ, ଗୋଡ଼ାଇ ଗୋଡ଼ାଇ ଧରିଲେ ଅବକାରୀ ଅଧିକାରୀ appeared first on Dharitri Odia News.
ଗୋପାଳପୁର,୨୩ା୧୧(ନବୀନ ରାଜ ଆଚାରୀ): ଶନିବାର ଅପରାହ୍ନରେ ଅବକାରୀ ଗୋଇନ୍ଦା ଅଧିକାରୀମାନେ ଗଞ୍ଜେଇ ଚାଲାଣକାରୀକୁ ଗୋଡ଼ାଇ ଗୋଡ଼ାଇ ଗଞ୍ଜାମ ଜିଲା ୧୬ ନଂ ଜାତୀୟ ରାଜପଥ ଗୋଳନ୍ଥରା ଥାନା ଅନ୍ତର୍ଗତ ମେରାଇନ ଏକାଡେମୀ ନିକଟରେ ଜଣେ ଯୁବକ କାବୁ କରିବାରେ ସକ୍ଷମ ହୋଇଥିବାବେଳେ ଅନ୍ୟ ଜଣ ଚମ୍ପଟ ମାରିଥିବା ସୂଚନା ମିଳିଛି। ଅଟକ ଥିବା ଯୁବକ ଜଣକ ମୋହନା ଅଞ୍ଚଳର ବୋଲି ଜଣାପଡ଼ିଛି।
ସୂଚନାନୁସାରେ, ଶନିବାର ବ୍ରହ୍ମପୁର ନୂଆ ବସ୍ଷ୍ଟାଣ୍ଡରେ ଏକ କାର୍ରେ ଦୁଇ ଜଣ ଯୁବକ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଖବର ପାଇ ଅବକାରୀ ଗୋଇନ୍ଦା ଅଧିକାରୀମାନେ ସୂଚନା ପାଇଥିଲେ। ଏସ୍ଆଇ ଅଜିତ ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଧରିବା ପାଇ ଜାଲ ବିଛାଇଥିଲା। ଚାଲାଣକାରୀମାନେ ଜାଣିବା ପରେ ଇଚ୍ଛାପୁର ଅଭିମୁଖେ ଯାଇ ପୁଣି ଗୋଳନ୍ଥରା ନିକଟରେ କାର୍ ବୁଲାଇ ବ୍ରହ୍ମପୁର ଯାଉଥିବା ବେଳେ ଥାନାଠାରୁ ମାତ୍ର ୮୦୦ ମିଟର ଦୂରତାରେ କାର୍କୁ ଛାଡ଼ି ଦୁଇ ଜଣକ ଯୁବକ ଦୌଡ଼ି ପଳାଉଥିଲେ। ଏହି ସମୟରେ ଜଣେ ଯୁବକଙ୍କୁ ଅଧିକାରୀମାନେ ଧରିଥିବା ବେଳେ ଅନ୍ୟ ଜଣକ ଚମ୍ପଟ ମାରିଥିଲେ। କାର୍ ଡିକିରେ ଗଞ୍ଜେଇ ଥିବା ନେଇ ଅବକାରୀ ଅଧିକାରୀମାନେ ଦେଖିବାକୁ ପାଇଥିଲେ। ଉକ୍ତ ଗଞ୍ଜେଇ ମୋହନାରୁ ଆସି ବ୍ରହ୍ମପୁରରୁ ଚାଲାଣ କରାଯାଉଥିବା ନେଇ ଅଧିକାରୀମାନେ ଜାଣିବାକୁ ପାଇଥିବା ସୂଚନା ମିଳିଛି। ୪୦ କେଜିରୁ ଊର୍ଦ୍ଧ୍ୱ ହେବ ବୋଲି ଅବକାରୀ ଅନୁମାନ କରିଛି। ଖବର ଲେଖା ହେବା ସୁଦ୍ଧା ଅବକାରୀ ଗୋଇନ୍ଦାରେ ମାମଲା ହୋଇନଥିବା ସୂଚନା ମିଳିଛି। ଅନ୍ୟ ପଟେ ଜାତୀୟ ରାଜପଥ ଦେଇ ଦୈନିକ ଅନେକ ଗାଡ଼ିରେ ମାଦକ ଦ୍ରବ୍ୟ ସ୍ଥାନୀୟ ଯୁବକମାନେ ନେଇ ଚାଲାଣ କରୁଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି। ହେଲେ ବିଭାଗ ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ନିଆଯାଇପାରୁନାହିଁ।
The post କାର୍ ଡିକିରେ ନେଉଥିଲେ ଗଞ୍ଜେଇ, ଗୋଡ଼ାଇ ଗୋଡ଼ାଇ ଧରିଲେ ଅବକାରୀ ଅଧିକାରୀ appeared first on Dharitri Odia News.