ଭଦ୍ରକରେ ପରାକ୍ରମ ଶୋଭାଯାତ୍ରା, ଯୋଗଦେଲେ ଏମ୍ପି-ଜିଲାପାଳ
ଭଦ୍ରକ, ୧୫।୫(ସନାତନ ରାଉତ): ପାକିସ୍ତାନ ବିରୋଧରେ ଅପରେଶନ ସିନ୍ଦୂରରେ ସଫଳତା ପରେ ସାରା ଦେଶରେ ପରାକ୍ରମ ଶୋଭଯାତ୍ରା କରାଯାଉଛି l ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ବୁଧବାର ଶୋଭଯାତ୍ରାର ଶୁଭାରମ୍ଭ କରିବା ପରେ ଭଦ୍ରକରେ ଗୁରୁବାର ପୂର୍ବାହ୍ନ ୮ ଟାରେ ସାଇକେଲ ଓ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଶୋଭାଯାତ୍ରାକୁ ଏମ୍ପି ଅଭିମନ୍ୟୁ ସେଠୀ ତ୍ରିରଙ୍ଗା ପତାକା ଦେଖାଇ ଉଦଘାଟନ କରିଥିଲେl ଅନ୍ୟମାନଙ୍କ ମଧ୍ୟରେ ଜିଲାପାଳ ଦିଲୀପ ରାଉତରାୟ, ଅତିରିକ୍ତ ଜିଲାପାଳ ଶାନ୍ତନୁ ମହାନ୍ତି, ସରୋଜ ଦତ୍ତ, ଜିଲା […] The post ଭଦ୍ରକରେ ପରାକ୍ରମ ଶୋଭାଯାତ୍ରା, ଯୋଗଦେଲେ ଏମ୍ପି-ଜିଲାପାଳ appeared first on Dharitri Odia News.
ଭଦ୍ରକ, ୧୫।୫(ସନାତନ ରାଉତ): ପାକିସ୍ତାନ ବିରୋଧରେ ଅପରେଶନ ସିନ୍ଦୂରରେ ସଫଳତା ପରେ ସାରା ଦେଶରେ ପରାକ୍ରମ ଶୋଭଯାତ୍ରା କରାଯାଉଛି l ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ବୁଧବାର ଶୋଭଯାତ୍ରାର ଶୁଭାରମ୍ଭ କରିବା ପରେ ଭଦ୍ରକରେ ଗୁରୁବାର ପୂର୍ବାହ୍ନ ୮ ଟାରେ ସାଇକେଲ ଓ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଶୋଭାଯାତ୍ରାକୁ ଏମ୍ପି ଅଭିମନ୍ୟୁ ସେଠୀ ତ୍ରିରଙ୍ଗା ପତାକା ଦେଖାଇ ଉଦଘାଟନ କରିଥିଲେl ଅନ୍ୟମାନଙ୍କ ମଧ୍ୟରେ ଜିଲାପାଳ ଦିଲୀପ ରାଉତରାୟ, ଅତିରିକ୍ତ ଜିଲାପାଳ ଶାନ୍ତନୁ ମହାନ୍ତି, ସରୋଜ ଦତ୍ତ, ଜିଲା ଭାଜପା ସଭାପତି ଭଗବାନ ପଣ୍ଡା, ଭାଜପା ନେତା ବାଣୀ କଲ୍ୟାଣ ମହାନ୍ତି ପ୍ରମୁଖ ଯୋଗ ଦେଇଥିବା ବେଳେ ପୋଲିସ, ଏନଏନସିସି, ବିଭିନ୍ନ ବିଦ୍ୟାଳୟର ଛାତ୍ରୀ ଛାତ୍ର ଯୋଗ ଦେଇଥିଲେ l ଜିଲାପାଳଙ୍କ କାର୍ଯ୍ୟାଳୟରୁ ଶୋଭାଯାତ୍ରା ବାହାରି ବାଇପାସ ଛକ, ବନ୍ତ ଛକ ଦେଇ ପୁଣି ଜିଲାପାଳ କାର୍ଯ୍ୟାଳୟକୁ ଫେରିବା ପରେ ଶୋଭାଯାତ୍ରା ଶେଷ ହୋଇଥିଲା l
The post ଭଦ୍ରକରେ ପରାକ୍ରମ ଶୋଭାଯାତ୍ରା, ଯୋଗଦେଲେ ଏମ୍ପି-ଜିଲାପାଳ appeared first on Dharitri Odia News.