ନୂଆ ବର୍ଷରେ ୟୁରୋପକୁ ପୁଟିନଙ୍କ ବଡ଼ ଝଟକା, ବନ୍ଦ କଲେ ଗ୍ୟାସ୍ ପାଇପ୍ ଲାଇନ

ମସ୍କୋ ୧।୧: ନୂଆ ବର୍ଷରେ ୟୁକ୍ରେନ ରାସ୍ତାରେ ୟୁରୋପକୁ ପ୍ରାକୃତିକ ଗ୍ୟାସ୍ ଯୋଗାଣକୁ ଋଷିଆ ଔପଚାରିକ ରୂପେ ବନ୍ଦ କରିଛି। ଏହି ପଦକ୍ଷେପ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲୁଥିବା ଗ୍ୟାସ୍ ଯୋଗାଣ ବୁଝାମଣାର ସମାପ୍ତି  ସହ ନିଆଯାଇଛି, ଯେଉଁଥିରେ ଦୀର୍ଘ ଦଶନ୍ଧୀ ଧରି ୟୁରୋପୀୟ ଦେଶମାନେ ଋଷୀୟ ଗ୍ୟାସ୍ ବ୍ୟବହାର କରିଆସୁଥିଲେ। ଋଷିଆ ଓ ୟୁକ୍ରେନ ମଧ୍ୟରେ ଗ୍ୟାସ୍ ବିବାଦ କିଛି ନୂଆ କଥା ନୁହେଁ। ୟୁକ୍ରେନ ସୀମା ଦେଇ ଯାଇଥିବା ଋଷୀୟ ଗ୍ୟାସ୍ ପାଇଲାଇନ ୟୁରୋପୀୟ ସଂଘ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗାଣ ମାର୍ଗ ଥିଲା। ତେବେ ୨୦୨୨ରେ ଆରମ୍ଭ ହୋଇଥିବା ଋଷିଆ-ୟୁକ୍ରେନ ଯୁଦ୍ଧ ଏହି ଯୋଗାଣକୁ ଗୁରୁତର ପ୍ରଭାବିତ କରିଛି। ଯୁଦ୍ଧ ଯୋଗୁ ୟୁରୋପ ଋଷୀୟ ଇନ୍ଧନ ଉପରେ ନିଜର ନିର୍ଭରତା କମ କରିବା ପାଇଁ ନୂଆ ରାସ୍ତାର ସନ୍ଧାନ ଆରମ୍ଭ କରିଛି, ଯେଉଁଥିରେ ଆମେରିକା, କତାର ଓ ନରୱେରୁ ଅନ୍ୟ ଯୋଗାଣକାରୀଙ୍କ ଆଡକୁ ମୁହାଁଇଛି। ତେବେ ଋଷିଆ ପାଇଁ ମଧ୍ୟ ଗ୍ୟାସ ଯୋଗାଣ ବନ୍ଦ ଏକ ନୂଆ ସମସ୍ୟା ସୃଷ୍ଟି କରିଛି। ଏକଦା ୟୁରୋପର ସବୁଠୁ ବଡ଼ ଗ୍ୟାସ୍ ଯୋଗାଣକାରୀ ଥିବା ଋଷିଆ ତାର ସବୁଠୁ ବଡ଼ ବଜାର ହରାଇଛି। ଏହି ପାଇପଲାଇନରେ ଗ୍ୟାସ୍ ଯୋଗାଣ ବନ୍ଦ ହେବାର ପ୍ରଭାବ ଋଷିଆ ଅର୍ଥନୀତି ଉପରେ ମଧ୍ୟ ପଡିବ। ଏଥି ଯୋଗୁ ୟୁକ୍ରେନକୁ ମଧ୍ୟ କ୍ଷତି ସହିବାକୁ ପଡିବ। କାରଣ ଗ୍ୟାସ୍ ପାଇପଲାଇନ ଯୋଗୁ ୟୁକ୍ରେନକୁ ଟ୍ରାଞ୍ଜିଟ ଶୁଳ୍କ ରୂପେ ଋଷିଆରୁ ମିଳୁଥିବା ରାଜସ୍ୱ ମଧ୍ୟ

ନୂଆ ବର୍ଷରେ ୟୁରୋପକୁ ପୁଟିନଙ୍କ ବଡ଼ ଝଟକା, ବନ୍ଦ କଲେ ଗ୍ୟାସ୍ ପାଇପ୍ ଲାଇନ

ମସ୍କୋ ୧।୧: ନୂଆ ବର୍ଷରେ ୟୁକ୍ରେନ ରାସ୍ତାରେ ୟୁରୋପକୁ ପ୍ରାକୃତିକ ଗ୍ୟାସ୍ ଯୋଗାଣକୁ ଋଷିଆ ଔପଚାରିକ ରୂପେ ବନ୍ଦ କରିଛି। ଏହି ପଦକ୍ଷେପ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲୁଥିବା ଗ୍ୟାସ୍ ଯୋଗାଣ ବୁଝାମଣାର ସମାପ୍ତି  ସହ ନିଆଯାଇଛି, ଯେଉଁଥିରେ ଦୀର୍ଘ ଦଶନ୍ଧୀ ଧରି ୟୁରୋପୀୟ ଦେଶମାନେ ଋଷୀୟ ଗ୍ୟାସ୍ ବ୍ୟବହାର କରିଆସୁଥିଲେ। ଋଷିଆ ଓ ୟୁକ୍ରେନ ମଧ୍ୟରେ ଗ୍ୟାସ୍ ବିବାଦ କିଛି ନୂଆ କଥା ନୁହେଁ। ୟୁକ୍ରେନ ସୀମା ଦେଇ ଯାଇଥିବା ଋଷୀୟ ଗ୍ୟାସ୍ ପାଇଲାଇନ ୟୁରୋପୀୟ ସଂଘ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗାଣ ମାର୍ଗ ଥିଲା। 

ତେବେ ୨୦୨୨ରେ ଆରମ୍ଭ ହୋଇଥିବା ଋଷିଆ-ୟୁକ୍ରେନ ଯୁଦ୍ଧ ଏହି ଯୋଗାଣକୁ ଗୁରୁତର ପ୍ରଭାବିତ କରିଛି। ଯୁଦ୍ଧ ଯୋଗୁ ୟୁରୋପ ଋଷୀୟ ଇନ୍ଧନ ଉପରେ ନିଜର ନିର୍ଭରତା କମ କରିବା ପାଇଁ ନୂଆ ରାସ୍ତାର ସନ୍ଧାନ ଆରମ୍ଭ କରିଛି, ଯେଉଁଥିରେ ଆମେରିକା, କତାର ଓ ନରୱେରୁ ଅନ୍ୟ ଯୋଗାଣକାରୀଙ୍କ ଆଡକୁ ମୁହାଁଇଛି। ତେବେ ଋଷିଆ ପାଇଁ ମଧ୍ୟ ଗ୍ୟାସ ଯୋଗାଣ ବନ୍ଦ ଏକ ନୂଆ ସମସ୍ୟା ସୃଷ୍ଟି କରିଛି। ଏକଦା ୟୁରୋପର ସବୁଠୁ ବଡ଼ ଗ୍ୟାସ୍ ଯୋଗାଣକାରୀ ଥିବା ଋଷିଆ ତାର ସବୁଠୁ ବଡ଼ ବଜାର ହରାଇଛି। 

ଏହି ପାଇପଲାଇନରେ ଗ୍ୟାସ୍ ଯୋଗାଣ ବନ୍ଦ ହେବାର ପ୍ରଭାବ ଋଷିଆ ଅର୍ଥନୀତି ଉପରେ ମଧ୍ୟ ପଡିବ। ଏଥି ଯୋଗୁ ୟୁକ୍ରେନକୁ ମଧ୍ୟ କ୍ଷତି ସହିବାକୁ ପଡିବ। କାରଣ ଗ୍ୟାସ୍ ପାଇପଲାଇନ ଯୋଗୁ ୟୁକ୍ରେନକୁ ଟ୍ରାଞ୍ଜିଟ ଶୁଳ୍କ ରୂପେ ଋଷିଆରୁ ମିଳୁଥିବା ରାଜସ୍ୱ ମଧ୍ୟ ବନ୍ଦ ହୋଇଯିବ। ପ୍ରଥମରୁ ଯୁଦ୍ଧ ଦ୍ୱାରା ପ୍ରଭାବିତ ହୋଇଥିବା ୟୁକ୍ରେନର ଏହି ଆୟ ବନ୍ଦ ହେବା ଯୋଗୁ ଏହାର ଆର୍ଥିକ ସ୍ଥିତିକୁ ଖରାପ  ହୋଇପାରେ। ଅନ୍ୟପଟେ ୟୁରୋପ ଏବେ ଅନ୍ୟ ସ୍ରୋତରୁ ଇନ୍ଧନ ଯୋଗାଡ କରିବ। ଏଥିପାଇଁ ହୁଏତ ୟୁରୋପକୁ ଅଧିକ ବ୍ୟୟ କରିବାକୁ ପଡିପାରେ ଓ ଦେଶରେ ଜାଳେଣି ମହଙ୍ଗା ହୋଇପାରେ। 

ୟୁରୋପ ଉର୍ଜା ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଅଧିକ ବିବିଧତା ଓ ରିନ୍ୱେବଲ ଏନର୍ଜୀ ଆଡକୁ ମୁହାଁଇପାରେ। ଅନ୍ୟପଟେ ଋଷିଆ ତାର ବଳକା ଇନ୍ଧନ ବିକ୍ରି ନିମନ୍ତେ ଏବେ ଏସିୟା ବଜାର ବିଶେଷ କରି ଚୀନ ଓ ଭାରତକୁ ମୁହାଁଇପାରେ। ଋଷିଆ ଦ୍ୱାରା ୟୁକ୍ରେନ ମାଧ୍ୟମରେ ଗ୍ୟାସ୍ ଯୋଗାଣ ବନ୍ଦ କରିବା ୟୁରୋପ-ଋଷିଆ ସମ୍ପର୍କର ନା କେବଳ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ହେବ ବରଂ ବୈଶ୍ୱିକ ଇନ୍ଧନ ବଜାରରେ ଏକ ବଡ଼ ପରିବର୍ତ୍ତନ ଆଣିବ।