ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ
ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା ଟିକେଟ ପାଇବା ପରେ ବେଳେ ନିର୍ବଚନମଣ୍ଡଳୀରେ ବୁଲି ବୁଲି ସଂଗଠନ ବୃଦ୍ଧି କରିବା ସହ ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଛୁନ୍ତି l ମଙ୍ଗଳବାର ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀର ବାଣୀତିଆ, ଜଗଦଳପୁର, ରାନ୍ଦିଆ ପଞ୍ଚାୟତ ଓ ଭଦ୍ରକ ପୌରାଞ୍ଚଳର ୨୪ ଓ ୨୫ ନମ୍ବର ୱାର୍ଡର ପ୍ରାୟ […] The post ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ appeared first on Dharitri Odia News.
ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା ଟିକେଟ ପାଇବା ପରେ ବେଳେ ନିର୍ବଚନମଣ୍ଡଳୀରେ ବୁଲି ବୁଲି ସଂଗଠନ ବୃଦ୍ଧି କରିବା ସହ ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଛୁନ୍ତି l ମଙ୍ଗଳବାର ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀର ବାଣୀତିଆ, ଜଗଦଳପୁର, ରାନ୍ଦିଆ ପଞ୍ଚାୟତ ଓ ଭଦ୍ରକ ପୌରାଞ୍ଚଳର ୨୪ ଓ ୨୫ ନମ୍ବର ୱାର୍ଡର ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ଅନ୍ୟ ଦଳର କର୍ମୀମାନେ ଭଜପାରେ ସାମିଲ ହୋଇଛନ୍ତି। ଶରତ ପଢିଆରିଙ୍କ ସଂଯୋଜନାରେ ଅନ୍ୟମାନଙ୍କ ମଧ୍ୟରେ ଲୋକ ସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ପ୍ରଦୀପ ନାୟକ, ଅଜୟ ନାୟକ, ଭାସ୍କର ସାହୁଙ୍କ ସମେତ ଅନେକ ନେତା କର୍ମୀ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଭାଜପାରେ ମିଶିଥିବା କହିଛନ୍ତି। ସେହିପରି ଆଗାମୀ ଦିନରେ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ର ଅନେକ କର୍ମୀ ମିଶିବେ ବୋଲି କହିଛନ୍ତି ଅଭିମନ୍ୟୁ। ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ବୋଲି କହିଛନ୍ତି ବିଧାନସଭା ପ୍ରାର୍ଥୀ ସୀତାଂଶୁ ।
The post ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ appeared first on Dharitri Odia News.