ନିର୍ବାଚିତ ହେଲେ ଅମେଠି, ରାଏବରେଲିକୁ ସମାନ ଭାବେ ଦେଖିବି: ରାହୁଲ
ଅମେଠି,୧୭ା୫: ରାଏବରେଲିରୁ ନିର୍ବାଚିତ ହେଲେ ଉଭୟ ଅମେଠି ଓ ରାଏବରେଲିର ବିକାଶ ପାଇଁ ସମାନ ଧ୍ୟାନ ଦେବେ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ଅମେଠିରୁ ରାହୁଲ ୩ ଥର ଲୋକ ସଭାକୁ ନିର୍ବାଚିତ ହୋଇଥିବାବେଳେ ୨୦୧୯ରେ ଭାଜପା ନେତ୍ରୀ ସ୍ମୃତି ଇରାନୀଙ୍କଠାରୁ ହାରିଯାଇଥିଲେ। ଏଥର ସେ ଅମେଠି ପରିବର୍ତ୍ତେ ତାଙ୍କ ମାଆଙ୍କ ଆସନ ରାଏବରେଲିରୁ ନିର୍ବାଚନ ଲଢ଼ୁଛନ୍ତି। ଯଦି ରାଏବରେଲିରେ ୧୦ ଟଙ୍କାର ବିକାଶମୂଳକ କାମ ହୁଏ, ଅମେଠିରେ ମଧ୍ୟ ସମାନ ପରିମାଣର ବିକାଶ […] The post ନିର୍ବାଚିତ ହେଲେ ଅମେଠି, ରାଏବରେଲିକୁ ସମାନ ଭାବେ ଦେଖିବି: ରାହୁଲ appeared first on Dharitri Odia News.
ଅମେଠି,୧୭ା୫: ରାଏବରେଲିରୁ ନିର୍ବାଚିତ ହେଲେ ଉଭୟ ଅମେଠି ଓ ରାଏବରେଲିର ବିକାଶ ପାଇଁ ସମାନ ଧ୍ୟାନ ଦେବେ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ଅମେଠିରୁ ରାହୁଲ ୩ ଥର ଲୋକ ସଭାକୁ ନିର୍ବାଚିତ ହୋଇଥିବାବେଳେ ୨୦୧୯ରେ ଭାଜପା ନେତ୍ରୀ ସ୍ମୃତି ଇରାନୀଙ୍କଠାରୁ ହାରିଯାଇଥିଲେ। ଏଥର ସେ ଅମେଠି ପରିବର୍ତ୍ତେ ତାଙ୍କ ମାଆଙ୍କ ଆସନ ରାଏବରେଲିରୁ ନିର୍ବାଚନ ଲଢ଼ୁଛନ୍ତି। ଯଦି ରାଏବରେଲିରେ ୧୦ ଟଙ୍କାର ବିକାଶମୂଳକ କାମ ହୁଏ, ଅମେଠିରେ ମଧ୍ୟ ସମାନ ପରିମାଣର ବିକାଶ କରାଯିବ ବୋଲି ରାହୁଲ ପ୍ରତିଶ୍ରୁତି ଦେଇଛନ୍ତି। ଅମେଠିରେ କଂଗ୍ରେସ ପ୍ରାର୍ଥୀ କେ.ଏଲ୍. ଶର୍ମାଙ୍କ ସମର୍ଥନରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସହ ରାହୁଲ ମିଳିତ ରାଲିରେ ଉଦ୍ବୋଧନ ଦେଇଥିଲେ। କଂଗ୍ରେସ କେନ୍ଦ୍ରରେ କ୍ଷମତାକୁ ଆସିଲେ ପ୍ରତ୍ୟେକ ଯୁବତୀଯୁବକଙ୍କୁ ମାସିକ ୮,୫୦୦ ଟଙ୍କା ଯୋଗାଇ ଦିଆଯିବ ବୋଲି ରାହୁଲ କହିଥିଲେ।
The post ନିର୍ବାଚିତ ହେଲେ ଅମେଠି, ରାଏବରେଲିକୁ ସମାନ ଭାବେ ଦେଖିବି: ରାହୁଲ appeared first on Dharitri Odia News.