ଆଗାମୀ ୨୪ଘଣ୍ଟା ଭୁବନେଶ୍ୱରକୁ ବିପଦ! ବଡ଼ ଆଲର୍ଟ କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୪।୫: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଓଡ଼ିଶାର ୧୬ଟି ଜିଲା ପାଇଁ ଝଡ଼ତୋଫାନ, ବିଜୁଳି ଓ ପବନ-ବର୍ଷା ହେବାର ସତର୍କତା ଜାରି କରିଛି। ଆଇଏମଡି ପକ୍ଷରୁ ଆଜି ଅପରାହ୍ନ ସୁଦ୍ଧା ସତର୍କ ସୂଚନା ଦିଆଯାଇଛି। ଏଥିସହ ରାଜଧାନୀ ଭୁବନେଶ୍ୱରକୁ ଅରେଞ୍ଜ ଆଲର୍ଟଜାରି କରିଛି। ସୂଚନା ଅନୁସାରେ ମଧ୍ୟମ ଝଡ଼ବର୍ଷା/ବଜ୍ରପାତ ସହିତ ପବନର ବେଗ ୪୦-୫୦ କିଲୋମିଟର ପ୍ରତି ଘଣ୍ଟା ପର୍ଯ୍ୟନ୍ତ ପହଞ୍ଚିବ। ପାଣିପାଗ ବିଭାଗ ଅନୁଯାୟୀ, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ଢେଙ୍କାନାଳ, ଯାଜପୁର, ମୟୂରଭଞ୍ଜ, ବାଲେଶ୍ୱର, […] The post ଆଗାମୀ ୨୪ଘଣ୍ଟା ଭୁବନେଶ୍ୱରକୁ ବିପଦ! ବଡ଼ ଆଲର୍ଟ କଲା ପାଣିପାଗ ବିଭାଗ appeared first on Dharitri Odia News.

ଆଗାମୀ ୨୪ଘଣ୍ଟା ଭୁବନେଶ୍ୱରକୁ ବିପଦ! ବଡ଼ ଆଲର୍ଟ କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୪।୫: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଓଡ଼ିଶାର ୧୬ଟି ଜିଲା ପାଇଁ ଝଡ଼ତୋଫାନ, ବିଜୁଳି ଓ ପବନ-ବର୍ଷା ହେବାର ସତର୍କତା ଜାରି କରିଛି। ଆଇଏମଡି ପକ୍ଷରୁ ଆଜି ଅପରାହ୍ନ ସୁଦ୍ଧା ସତର୍କ ସୂଚନା ଦିଆଯାଇଛି। ଏଥିସହ ରାଜଧାନୀ ଭୁବନେଶ୍ୱରକୁ ଅରେଞ୍ଜ ଆଲର୍ଟଜାରି କରିଛି। ସୂଚନା ଅନୁସାରେ ମଧ୍ୟମ ଝଡ଼ବର୍ଷା/ବଜ୍ରପାତ ସହିତ ପବନର ବେଗ ୪୦-୫୦ କିଲୋମିଟର ପ୍ରତି ଘଣ୍ଟା ପର୍ଯ୍ୟନ୍ତ ପହଞ୍ଚିବ।

ପାଣିପାଗ ବିଭାଗ ଅନୁଯାୟୀ, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ଢେଙ୍କାନାଳ, ଯାଜପୁର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଆଦି ଜିଲ୍ଲାଗୁଡ଼ିକରେ ଝଡ଼ତୋଫାନ ସହ ବିଜୁଳି ଓ ୩୦-୪୦ କିମି ପ୍ରତି ଘଣ୍ଟା ବେଗରେ ପବନ ବହିବାର ସମ୍ଭାବନା ରହିଛି। କେତେକ ଜିଲ୍ଲାରେ ଅରେଞ୍ଜ ଓ ୟେଲୋ ସତର୍କତା ଜାରି କରାଯାଇଛି।

ଏପରି ପରିସ୍ଥିତି ଯୋଗୁଁ ଜନସାଧାରଣଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ଓ ଅନାବଶ୍ୟକ ଯାତ୍ରା ଏଡାଇବାକୁ ପରାମର୍ଶ ଦିଆଯାଇଛି। ଜିଲା ପ୍ରଶାସନକୁ ମଧ୍ୟ କୌଣସି ଜରୁରୀ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାଣିପାଗ ବିଭାଗ କହିଛି ଯେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ଲଘୁଚାପ ଏହି ପାଣିପାଗ ପରିବର୍ତ୍ତନର କାରଣ ହୋଇପାରେ। ରାଜ୍ୟରେ ଗତ କିଛି ଦିନ ଧରି ଝଡ଼ତୋଫାନ ଓ ବର୍ଷା ଜାରି ରହିଛି, ଯାହା ଆଗାମୀ କିଛି ଦିନ ପର୍ଯ୍ୟନ୍ତ ରହିବ ବୋଲି ଆକଳନ କରାଯାଉଛି।

The post ଆଗାମୀ ୨୪ଘଣ୍ଟା ଭୁବନେଶ୍ୱରକୁ ବିପଦ! ବଡ଼ ଆଲର୍ଟ କଲା ପାଣିପାଗ ବିଭାଗ appeared first on Dharitri Odia News.