ଆଗାମୀ ୪୮ ଘଣ୍ଟା ମଧ୍ୟରେ ବିଶ୍ୱରେ ଲାଗିପାରେ ଆଉ ଏକ ୟୁଦ୍ଧ, ଇସ୍ରାଏଲ ଉପରେ ଆକ୍ରମଣ କରିପାରେ ଇରାନ

ନୂଆଦିଲ୍ଲୀ ୧୨।୪: ଆଗାମୀ ୪୮ ଘଣ୍ଟା ମଧ୍ୟରେ ଇରାନ ସିଧାଶଳଖ ଇସ୍ରାଏଲ ଉପରେ ଆକ୍ରମଣ ଆରମ୍ଭ କରିପାରେ। ହମାସ ସହ ଏପର୍ଯ୍ୟନ୍ତ ଲଢି ଆସୁଥିବା ଇହୁଦି ରାଷ୍ଟ୍ର ଏଥି ପାଇଁ ନିଜକୁ ପ୍ରସ୍ତୁତ କରିନେଇଛି। ‘ୱାଲଷ୍ଟ୍ରିଟ୍ ଜର୍ଣ୍ଣାଲ’ ରିପୋର୍ଟ ଅନୁସାରେ ଇରାନ ସେନା ସମ୍ବଦ୍ଧିତ ଜନୈକ ବ୍ୟକ୍ତି ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଅଜ୍ଞାତ ବ୍ୟକ୍ତିଙ୍କ ସୂତ୍ର ଅନୁସାରେ ଇରାନ ଏବେବି ଇସ୍ରାଏଲ ଉପରେ ଆକ୍ରମଣର ରାଜନୈତିକ ବିପଦର ଆକଳନ କରୁଛି। ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲି ଖାମେନେଇଙ୍କ ଜଣେ ପରାମର୍ଶଦାତାଙ୍କ ଅନୁସାରେ ଆକ୍ରମଣର ଯୋଜନା ଏବେ ସର୍ବୋଚ୍ଚ ନେତାଙ୍କ ସମ୍ମୁଖରେ ରହିଛି ଓ ସେ ଏବେବି ରାଜନୈତିକ ବିପଦର ଆକଳନ କରୁଛନ୍ତି। ଗତ ଏପ୍ରିଲ ୧ ତାରିଖ ଦିନ ସିରିୟାର ଡାମାସକସ୍  ସ୍ଥିତ ବାଣିଜ୍ୟଦୂତାବାସ ଉପରେ ହୋଇଥିବା ଇସ୍ରାଏଲୀ ଆକ୍ରମଣରେ ଜଣେ ଶୀର୍ଷ ଇରାନୀ ଜେନେରାଲ ଓ ଅନ୍ୟ ୬ ସୈନ୍ୟ ଅଧିକାରୀ ପ୍ରାଣ ହରାଇଥିଲେ। ଏହା ପରେ ଇରାନ ପ୍ରତିଶୋଧ ନେବାକୁ ସଂକଳ୍ପ କରିଛି। ତେବେ ଇସ୍ରାଏଲ ଏ ପର୍ଯ୍ୟନ୍ତ ଏଥି ପାଇଁ ସାର୍ବଜନିକ ରୂପେ ଏହି ଆକ୍ରମଣରେ ତାର ଭୂମିକାକୁ ସ୍ୱୀକାର ଅଥବା ଅସ୍ୱୀକାର କରି ନାହିଁ। ତେବେ ତେହେରାନ ତରବରିଆ ଭାବେ କିଛି କରିବ ନାହିଁ ବୋଲି କହିଛି। କାରଣ ସେ ଏବେବି ଗାଜା ଯୁଦ୍ଧ ବିରାମ ସହିତ ଅନ୍ୟ ଦାବି ଉପରେ ମଧ୍ୟ ଜୋର ଦେଉଛି। ଇରାନ ସମର୍ଥିତ ହମାସ ଗତ ୭ ଅକ୍ଟୋବର ୨୦୨୩ରେ ଦକ୍ଷିଣ ଇସ୍ରାଏଲ ଉ

ଆଗାମୀ ୪୮ ଘଣ୍ଟା ମଧ୍ୟରେ ବିଶ୍ୱରେ ଲାଗିପାରେ ଆଉ ଏକ ୟୁଦ୍ଧ, ଇସ୍ରାଏଲ ଉପରେ ଆକ୍ରମଣ କରିପାରେ ଇରାନ

ନୂଆଦିଲ୍ଲୀ ୧୨।୪: ଆଗାମୀ ୪୮ ଘଣ୍ଟା ମଧ୍ୟରେ ଇରାନ ସିଧାଶଳଖ ଇସ୍ରାଏଲ ଉପରେ ଆକ୍ରମଣ ଆରମ୍ଭ କରିପାରେ। ହମାସ ସହ ଏପର୍ଯ୍ୟନ୍ତ ଲଢି ଆସୁଥିବା ଇହୁଦି ରାଷ୍ଟ୍ର ଏଥି ପାଇଁ ନିଜକୁ ପ୍ରସ୍ତୁତ କରିନେଇଛି। ‘ୱାଲଷ୍ଟ୍ରିଟ୍ ଜର୍ଣ୍ଣାଲ’ ରିପୋର୍ଟ ଅନୁସାରେ ଇରାନ ସେନା ସମ୍ବଦ୍ଧିତ ଜନୈକ ବ୍ୟକ୍ତି ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଅଜ୍ଞାତ ବ୍ୟକ୍ତିଙ୍କ ସୂତ୍ର ଅନୁସାରେ ଇରାନ ଏବେବି ଇସ୍ରାଏଲ ଉପରେ ଆକ୍ରମଣର ରାଜନୈତିକ ବିପଦର ଆକଳନ କରୁଛି। 

ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲି ଖାମେନେଇଙ୍କ ଜଣେ ପରାମର୍ଶଦାତାଙ୍କ ଅନୁସାରେ ଆକ୍ରମଣର ଯୋଜନା ଏବେ ସର୍ବୋଚ୍ଚ ନେତାଙ୍କ ସମ୍ମୁଖରେ ରହିଛି ଓ ସେ ଏବେବି ରାଜନୈତିକ ବିପଦର ଆକଳନ କରୁଛନ୍ତି। ଗତ ଏପ୍ରିଲ ୧ ତାରିଖ ଦିନ ସିରିୟାର ଡାମାସକସ୍  ସ୍ଥିତ ବାଣିଜ୍ୟଦୂତାବାସ ଉପରେ ହୋଇଥିବା ଇସ୍ରାଏଲୀ ଆକ୍ରମଣରେ ଜଣେ ଶୀର୍ଷ ଇରାନୀ ଜେନେରାଲ ଓ ଅନ୍ୟ ୬ ସୈନ୍ୟ ଅଧିକାରୀ ପ୍ରାଣ ହରାଇଥିଲେ। ଏହା ପରେ ଇରାନ ପ୍ରତିଶୋଧ ନେବାକୁ ସଂକଳ୍ପ କରିଛି। 

ତେବେ ଇସ୍ରାଏଲ ଏ ପର୍ଯ୍ୟନ୍ତ ଏଥି ପାଇଁ ସାର୍ବଜନିକ ରୂପେ ଏହି ଆକ୍ରମଣରେ ତାର ଭୂମିକାକୁ ସ୍ୱୀକାର ଅଥବା ଅସ୍ୱୀକାର କରି ନାହିଁ। ତେବେ ତେହେରାନ ତରବରିଆ ଭାବେ କିଛି କରିବ ନାହିଁ ବୋଲି କହିଛି। କାରଣ ସେ ଏବେବି ଗାଜା ଯୁଦ୍ଧ ବିରାମ ସହିତ ଅନ୍ୟ ଦାବି ଉପରେ ମଧ୍ୟ ଜୋର ଦେଉଛି। ଇରାନ ସମର୍ଥିତ ହମାସ ଗତ ୭ ଅକ୍ଟୋବର ୨୦୨୩ରେ ଦକ୍ଷିଣ ଇସ୍ରାଏଲ ଉପରେ ଭୀଷଣ ଆକ୍ରମଣ କରିଥିଲା। ଯାହାକୁ ନେଇ ଏପର୍ଯ୍ୟନ୍ତ ଗାଜା ଷ୍ଟ୍ରିପ ଉପରେ ଇସ୍ରାଏଲର ଆକ୍ରମଣ ଜାରି ରହିଛି।