ଆଗାମୀ ୱାନ୍‌ଡେ ଖେଳିବେନି ହାର୍ଦ୍ଦିକ୍‌ ପାଣ୍ଡ୍ୟା, BCCIକୁ କହିଲେ କାରଣ

ନୂଆଦିଲ୍ଲୀ, ୧୬।୦୭: ବିଶ଼୍ବକପ୍‌ ବିଜୟ ପରେ ଭାରତୀୟ କ୍ରିକେଟ ଦଳ ଚଳିତ ମାସ ଶେଷଆଡ଼କୁ ଶ୍ରୀଲଙ୍କା ଗସ୍ତରେ ଯିବାକୁ ପ୍ରସ୍ତୁତ ହେଉଛି । ଟିମ ଇଣ୍ଡିଆ ଏହି ଗସ୍ତରେ ଟି -୨୦ ଏବଂ ୱାନ୍‌ଡେ ସିରିଜ ଶ୍ରୀଲଙ୍କା ସହ ଖେଳିବ। ତେବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟକ୍ତିଗତ କାରଣରୁ ୱାନ୍‌ଡେ ସିରିଜରେ ଚୟନ ନକରିବାକୁ ବିସିସିଆଇକୁ ଅନୁରୋଧ କରିଛନ୍ତି। ଭାରତୀୟ ଦଳ ୨୭ ଜୁଲାଇରୁ ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ସିରିଜ ଖେଳିବାକୁ ଯାଉଥିବା ବେଳେ ୱାନ୍‌ଡେ ସିରିଜ […] The post ଆଗାମୀ ୱାନ୍‌ଡେ ଖେଳିବେନି ହାର୍ଦ୍ଦିକ୍‌ ପାଣ୍ଡ୍ୟା, BCCIକୁ କହିଲେ କାରଣ appeared first on Dharitri Odia News.

ଆଗାମୀ ୱାନ୍‌ଡେ ଖେଳିବେନି ହାର୍ଦ୍ଦିକ୍‌ ପାଣ୍ଡ୍ୟା, BCCIକୁ କହିଲେ କାରଣ

ନୂଆଦିଲ୍ଲୀ, ୧୬।୦୭: ବିଶ଼୍ବକପ୍‌ ବିଜୟ ପରେ ଭାରତୀୟ କ୍ରିକେଟ ଦଳ ଚଳିତ ମାସ ଶେଷଆଡ଼କୁ ଶ୍ରୀଲଙ୍କା ଗସ୍ତରେ ଯିବାକୁ ପ୍ରସ୍ତୁତ ହେଉଛି । ଟିମ ଇଣ୍ଡିଆ ଏହି ଗସ୍ତରେ ଟି -୨୦ ଏବଂ ୱାନ୍‌ଡେ ସିରିଜ ଶ୍ରୀଲଙ୍କା ସହ ଖେଳିବ। ତେବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟକ୍ତିଗତ କାରଣରୁ ୱାନ୍‌ଡେ ସିରିଜରେ ଚୟନ ନକରିବାକୁ ବିସିସିଆଇକୁ ଅନୁରୋଧ କରିଛନ୍ତି। ଭାରତୀୟ ଦଳ ୨୭ ଜୁଲାଇରୁ ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ସିରିଜ ଖେଳିବାକୁ ଯାଉଥିବା ବେଳେ ୱାନ୍‌ଡେ ସିରିଜ ୨ ଅଗଷ୍ଟରୁ ଖେଳିବାକୁ ଯାଉଛି ।

ଟିମ ଇଣ୍ଡିଆର ନବନିଯୁକ୍ତ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର କୋଚ୍‌ ଭବେ ତାଙ୍କର ନୂତନ ଇନିଂସ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି । ସେ ଶ୍ରୀଲଙ୍କା ଗସ୍ତରୁ କୋଚ ଭାବରେ ଭାରତୀୟ ଦଳର ଦାୟିତ଼୍ବ ଗ୍ରହଣ କରିବେ। ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ ଭାରତୀୟ ଦଳର ବରିଷ୍ଠ ଖେଳାଳି ରୋହିତ ଶର୍ମା, ବିରାଟ କୋହଲି ଏବଂ ଜସପ୍ରୀତ ବୁମ୍ରା ଏହି ସିରିଜରୁ ବିରତି ପାଇଁ ଦାବି କରିଛନ୍ତି। ଏହି ଗସ୍ତ ପାଇଁ ସମସ୍ତ ବରିଷ୍ଠ ଖେଳାଳି ଯାଆନ୍ତୁ ବୋଲି ଗମ୍ଭୀର ଚାହୁଁଛନ୍ତି। ହେଲେ ଏହି ସମୟରେ, ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟକ୍ତିଗତ କାରଣରୁ ୱାନ୍‌ଡେ ସିରିଜରୁ ଦୂରେଇ ରହିପାରନ୍ତି ବୋଲି କୁହାଯାଉଛି ।

The post ଆଗାମୀ ୱାନ୍‌ଡେ ଖେଳିବେନି ହାର୍ଦ୍ଦିକ୍‌ ପାଣ୍ଡ୍ୟା, BCCIକୁ କହିଲେ କାରଣ appeared first on Dharitri Odia News.