ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ୫ ନିଲମ୍ବିତ ପୋଲିସ ଅଧିକାରୀ

ଭୁବନେଶ୍ବର: ଭରତପୁର ଥାନା ବିବାଦ ମାମଲା। ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ୫ ଜଣ ନିଲମ୍ବିତ ପୋଲିସ... The post ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ୫ ନିଲମ୍ବିତ ପୋଲିସ ଅଧିକାରୀ appeared first on .

ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ୫ ନିଲମ୍ବିତ ପୋଲିସ ଅଧିକାରୀ

ଭୁବନେଶ୍ବର: ଭରତପୁର ଥାନା ବିବାଦ ମାମଲା। ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ୫ ଜଣ ନିଲମ୍ବିତ ପୋଲିସ ଅଧିକାରୀ । ଆଇଆଇସି ଦୀନକୃଷ୍ଣ ମିଶ୍ର, ଏସଆଇ ବୈଶାଲିନୀ ପଣ୍ଡା, ଏଏସଆଇ ସଲିଲାମୟୀ ସାହୁ, ସାଗରିକା ରଥ ଓ କନଷ୍ଟେବଳ ବଳରାମ ହାଁସଦା ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି। ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କ ସହ ପୋଲିସ ବିବାଦ ପରେ କ୍ରାଇମବ୍ରାଞ୍ଚ ୫ ଜଣ ପୋଲିସଙ୍କ ବିରୋଧରେ ରୁଜୁ କରିଥିଲା ମାମଲା।

ଦେଶବ୍ଯାପୀ ଚହଳ ସୃଷ୍ଟି କରିଥିଲା ଭରତପୁର ଥାନା ନିର୍ଯାତନା ଘଟଣା। ରାଜ୍ଯ ସରକାରଙ୍କ ଆଇନଶୃଙ୍ଖଳା ବ୍ଯବସ୍ଥା ଉପରେ ସୃଷ୍ଟି ହୋଇଥିଲା ପ୍ରଶ୍ନବାଚୀ। ଦେଶ ଓ ବିଦେଶରେ ବି ଚର୍ଚ୍ଚା ସୃଷ୍ଟି କରିଥିଲା ଘଟଣା। ପୋଲିସର ଥାର୍ଡ ଡିଗ୍ରୀ ନେଇ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ସରକାର। ବିଚାର ବିଭାଗୀୟ ତଦନ୍ତ ଲାଗି ଦାବି କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

The post ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ୫ ନିଲମ୍ବିତ ପୋଲିସ ଅଧିକାରୀ appeared first on .