ଆଗେଇ ଚାଲିଛି ରଥନିର୍ମାଣ କାମ, ତିନି ରଥର ଦଣ୍ଡା ଫ୍ରେମ ପ୍ରସ୍ତୁତି କାମ ଶେଷ
ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଗେଇ ଚାଲିଛି ରଥନିର୍ମାଣ କାମ । ୩ ରଥର ପାଞ୍ଚ ଦଣ୍ଡା ଚଉପଟ ସହ ଦଣ୍ଡା ଗୁଡ଼ିକର ଉଭୟ ମୁଖ ସାଲ ହୋଇ ମୁହାଁଟ ସଂଯୋଗ ହୋଇଛି। ଏହାସହ ପାର୍ଶ୍ଵ ଦଣ୍ଡା ଗୁଡ଼ିକର ଚଉପଟ କାମ ଜାରି ରହିଛି l ତିନି ରଥର ଚେଚିସ୍ ପ୍ରସ୍ତୁତି ବା ଦଣ୍ଡା ଫ୍ରେମ ପ୍ରସ୍ତୁତି କାମ ଶେଷ ହୋଇ ତିନି ରଥର ପାଞ୍ଚ ଦଣ୍ଡାରେ ମୁହାଁଟ ସଂଯୋଗ ପରେ ପାର୍ଶ୍ଵ ଦଣ୍ଡାରେ କୁଡୁକା […] The post ଆଗେଇ ଚାଲିଛି ରଥନିର୍ମାଣ କାମ, ତିନି ରଥର ଦଣ୍ଡା ଫ୍ରେମ ପ୍ରସ୍ତୁତି କାମ ଶେଷ appeared first on KNews Odisha.

ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଗେଇ ଚାଲିଛି ରଥନିର୍ମାଣ କାମ । ୩ ରଥର ପାଞ୍ଚ ଦଣ୍ଡା ଚଉପଟ ସହ ଦଣ୍ଡା ଗୁଡ଼ିକର ଉଭୟ ମୁଖ ସାଲ ହୋଇ ମୁହାଁଟ ସଂଯୋଗ ହୋଇଛି। ଏହାସହ ପାର୍ଶ୍ଵ ଦଣ୍ଡା ଗୁଡ଼ିକର ଚଉପଟ କାମ ଜାରି ରହିଛି l ତିନି ରଥର ଚେଚିସ୍ ପ୍ରସ୍ତୁତି ବା ଦଣ୍ଡା ଫ୍ରେମ ପ୍ରସ୍ତୁତି କାମ ଶେଷ ହୋଇ ତିନି ରଥର ପାଞ୍ଚ ଦଣ୍ଡାରେ ମୁହାଁଟ ସଂଯୋଗ ପରେ ପାର୍ଶ୍ଵ ଦଣ୍ଡାରେ କୁଡୁକା ଲାଗି ହୋଇ ପାର୍ଶ୍ଵ ନୀରାଡି ପଡ଼ିଛି । ଦଣ୍ଡା ଫ୍ରେମ୍ ପ୍ରସ୍ତୁତି କାମ ମୁଖ୍ୟ ମହାରଣାଙ୍କ ତତ୍ତ୍ଵାବଧାନରେ ସମ୍ପନ୍ନ ହୋଇ ୪ଟି ଲେଖାଏଁ ଧ୍ଵଜାବତାର ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଁଚିଛି । ଚିରଟ କାମ ଶେଷ ହୋଇଛି ।
The post ଆଗେଇ ଚାଲିଛି ରଥନିର୍ମାଣ କାମ, ତିନି ରଥର ଦଣ୍ଡା ଫ୍ରେମ ପ୍ରସ୍ତୁତି କାମ ଶେଷ appeared first on KNews Odisha.