ଦେବଗଡରେ ଖୁଲମଖୁଲା ଚାଲିଛି ଖଣିଲୁଟ୍

ନନ୍ଦିଘୋଷ ବ୍ୟୁରୋ: ଦେବଗଡରେ ଖୁଲମଖୁଲା ଚାଲିଛି ଖଣିଲୁଟ । ସେ ବାଲିଘାଟ ହେଉ କି ପଥର କୁଆଁରୀ ବିନା ଲିଜ୍... The post ଦେବଗଡରେ ଖୁଲମଖୁଲା ଚାଲିଛି ଖଣିଲୁଟ୍ appeared first on .

ଦେବଗଡରେ ଖୁଲମଖୁଲା ଚାଲିଛି ଖଣିଲୁଟ୍

ନନ୍ଦିଘୋଷ ବ୍ୟୁରୋ: ଦେବଗଡରେ ଖୁଲମଖୁଲା ଚାଲିଛି ଖଣିଲୁଟ । ସେ ବାଲିଘାଟ ହେଉ କି ପଥର କୁଆଁରୀ ବିନା ଲିଜ୍ ରେ ଲୁଟ ହେଉଥିବା ଅଭିଯୋଗ ହୋଇଛି । ସେପଟେ ଜିଲ୍ଲା ଖଣି ଅଧିକାରୀ  ଅଫିସ ଆସୁନାହାଁନ୍ତି । ଆଉ ମାସକରେ ଥରେ ଅଧେ ଆସି ନିଜ ଦାୟୀତ୍ବ ସାରିଦେଉଛନ୍ତି । ଅନ୍ୟପଟେ ସରକାର ପ୍ରତି ମାସରେ ଲକ୍ଷଲକ୍ଷ ଟଙ୍କାର ରାଜସ୍ବ କ୍ଷତି ସହୁଛନ୍ତି ।

ଦେବଗଡ଼ ଜିଲ୍ଲାର ଲଘୁ ଖଣିଜ ସମ୍ପଦ ତହସିଲ ବିଭାଗରୁ ଖଣି ବିଭାଗକୁ ସ୍ଥାନାନ୍ତର ପରଠାରୁ ଜିଲ୍ଲାରେ ଖୁଲମଖୁଲା ଲୁଟ ଚାଲିଛି ।  ଲଘୁ ଖଣିଜ ଦ୍ରବ୍ୟ ଲୁଟ ହେଉଥିଲେ ମଧ୍ୟ ନିଦାବିଷ୍ଣୁ ସାଜିଛି ଜିଲ୍ଲା ଖଣି ବିଭାଗ । ଦେଖନ୍ତୁ ଏହି ଦୃଶ୍ୟକୁ,ବିନା ଲିଜ୍ ପରିମିଟରେ ଟ୍ରକ୍ ଟ୍ରକ୍ ବାଲି ଲୁଟ୍ ଚାଲିଛି । ସେପଟେ ପଥର କୁଆଁରି ଖନନ ଲିଜ୍ ସରିଯିବା ପରେ ମଧ୍ୟ ପାହାଡ କାଟି ପଥର ଲୁଟ୍ ଚାଲିଛି । ହେଲେ ସବୁଜାଣି ଜିଲ୍ଲାପ୍ରଶାସନ ଓ ଜିଲ୍ଲା ଖଣି ଅଧିକାରୀ ଚୁପ୍ ବସିଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ହେଲା, ଖଣି ଅଧିକାରୀଙ୍କ ବିନା ଜାଣତରେ ଏତେ ବଡ ଲୁଟ୍ ସମ୍ଭବ ନୁହେଁ ।

ଜିଲ୍ଲାର ୯ଟି ବାଲିଘାଟ ମଧ୍ୟରୁ  ୬ଟି ବାଲିଘାଟର ଟେଣ୍ଡର ସରିଥିଲେ ମଧ୍ୟ 5 ଟି ବାଲିଘାଟର ନିଲାମ ଅର୍ଥ ସରକାରଙ୍କ ରାଜକୋଷ ରେ ଜମା କରାଯାଇ ନାହିଁ l ମାତ୍ର ସମସ୍ତ ବାଲି ଘାଟରୁ ପ୍ରତିଦିନ ଶହଶହ ଟ୍ରିପ ବାଲି ହାଇୱା ଯୋଗେ ପଡୋଶୀ ଜିଲ୍ଲାକୁ ଚାଲାଣ କରାଯାଉଛି l ଏଥି ପାଇଁ କିଛି ବାଲି ମାଫିଆ ଜିଲ୍ଲା ଖଣି ଅଧିକାରୀ ଚିତ୍ତରଞ୍ଜନ ସାହୁଙ୍କୁ ସନ୍ତୁଷ୍ଟ କରିବା ପାଇଁ  ବାଲି ମାଫିଆ ସମସ୍ତ ପ୍ରକାର ବ୍ୟବସ୍ଥା କରୁଥିବା କୁହାଯାଇଛି ।  ଜିଲ୍ଲାରେ ବାଲି ଓ ପଥର ଖାଦାନର ସଂଖ୍ୟା ଓ ତାହାର ସ୍ଥିତି ସମ୍ପର୍କରେ ଜିଲ୍ଲା ଖଣି ଅଧିକାରୀଙ୍କ ମତାମତ ନେବାକୁ ସାମ୍ବାଦିକ ମାନେ ଉଦ୍ୟମ କରିଥିଲେ । ହେଲେ ଦେଖନ୍ତୁ ଏ ଦୃଶ୍ୟକୁ । ସାମ୍ବାଦିକ ମାନଙ୍କୁ ଦେଖି ଜିଲ୍ଲା ଖଣି ଅଧିକାରୀ ପ୍ରଥମେ ଲାଇଟ ବନ୍ଦ କରିଦେଉଛନ୍ତି । ସାମ୍ବାଦିକ ମାନେ ବାରମ୍ବାର ପ୍ରଶ୍ନ କଲେ ମଧ୍ୟ ତାର ଉତ୍ତରେ ଦେଉନାହାଁନ୍ତି । ଓଲଟା ପୋଲିସରେ ମାମଲା କରିବାକୁ ଧମକ ଦେଉଛନ୍ତି । ଅନ୍ୟ ପକ୍ଷରେ ଛୁଟି ଦିବସରେ କାର୍ଯ୍ୟାଳୟ ମଧ୍ୟରେ  କେତେକ ବାଲି ମାଫିଆଙ୍କ ସହ କଥାବାର୍ତ୍ତା ଚଲାଇଥିବା ଏବଂ ଅର୍ଥ କାରବାର କରି  ନିଜ ପକେଟରେ ପୁରାଉଥିବା ଭିଜୁଆଲ କ୍ୟାମେରାରେ ରେକର୍ଡ ହେବା ଜାଣି ଖଣି ଅଧିକାରୀ ଶ୍ରୀ ସାହୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ନାଲି ଆଖି ଦେଖାଇକୁ ପଛାଇନଥିଲେ l

 

 

 

The post ଦେବଗଡରେ ଖୁଲମଖୁଲା ଚାଲିଛି ଖଣିଲୁଟ୍ appeared first on .