ବିଜେଡିକୁ ଶକ୍ତ ଝଟକା, ଦଳ ଛାଡିଦେଲେ ସବୁ ସିନେ ଷ୍ଟାର୍‌

ଭୁବନେଶ୍ୱର,୩୦।୩: ଓଡ଼ିଆ ସିନେ ଜଗତର ୪ ହିରୋ ବିଜେଡି ଛାଡି ଦେଇଛନ୍ତି। ସେମାନେ ହେଲେ ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ଆକାଶ ଦାସ ନାୟକ ଓ ଅରିନ୍ଦମ ରାୟ। ଏମାନଙ୍କ ମଧ୍ୟରୁ ଦୁଇ ଜଣ ଭାଜପାରେ ଯୋଗ ଦେଇ ସାରିଥିବା ବେଳେ ଆଉ ଦୁଇ ଜଣ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ଅରିନ୍ଦମ ରାୟ ମାର୍ଚ୍ଚ ୧୫ ତାରିଖରେ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିବା ବେଳେ ଦୁଇ ଦିନ ତଳେ ସିଦ୍ଧାନ୍ତ ମହାପାତ୍ର ବିଜେଡି ଛାଡି […] The post ବିଜେଡିକୁ ଶକ୍ତ ଝଟକା, ଦଳ ଛାଡିଦେଲେ ସବୁ ସିନେ ଷ୍ଟାର୍‌ appeared first on Dharitri Odia News.

ବିଜେଡିକୁ ଶକ୍ତ ଝଟକା, ଦଳ ଛାଡିଦେଲେ ସବୁ ସିନେ ଷ୍ଟାର୍‌

ଭୁବନେଶ୍ୱର,୩୦।୩: ଓଡ଼ିଆ ସିନେ ଜଗତର ୪ ହିରୋ ବିଜେଡି ଛାଡି ଦେଇଛନ୍ତି। ସେମାନେ ହେଲେ ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ଆକାଶ ଦାସ ନାୟକ ଓ ଅରିନ୍ଦମ ରାୟ। ଏମାନଙ୍କ ମଧ୍ୟରୁ ଦୁଇ ଜଣ ଭାଜପାରେ ଯୋଗ ଦେଇ ସାରିଥିବା ବେଳେ ଆଉ ଦୁଇ ଜଣ ଆଜି ଦଳରୁ ଇସ୍ତଫା ଦେଇଛନ୍ତି।

ଅରିନ୍ଦମ ରାୟ ମାର୍ଚ୍ଚ ୧୫ ତାରିଖରେ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିବା ବେଳେ ଦୁଇ ଦିନ ତଳେ ସିଦ୍ଧାନ୍ତ ମହାପାତ୍ର ବିଜେଡି ଛାଡି ଭାଜପାରେ ମିଶିଥିଲେ। ସିଦ୍ଧାନ୍ତ ମହାପାତ୍ର ଦୁଇ ଥର ବିଜେଡି ଟିକେଟରେ ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି। ୨୦୦୯ ଓ ୨୦୧୪ରେ ସେ ବ୍ରହ୍ମପୁର ଲୋକ ସଭା ଆସନରୁ ନିର୍ବାଚିତ ହୋଇଥିଲେ। ୨୦୧୯ରେ ଦଳ ଆଉ ତାଙ୍କୁ ଟିକେଟ ଦେଇ ନ ଥିଲା।

ଆଜି ଆକାଶ ଦାସ ନାୟକ ଓ ଅନୁଭବ ମହାନ୍ତି ବିଜେଡିରୁ ଇସ୍ତଫା ଦେଇଛନ୍ତି। ଆକାଶ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ କୋରେଇର ବିଧାୟକ ଥିଲେ। ୨୦୧୯ରେ ବିଜେଡି ତାଙ୍କୁ ଟିକେଟ ଦେଇ ନ ଥିଲା। ଯାହାକୁ ନେଇ ସେ ଅସନ୍ତୋଷ ଥିଲେ। ତେଣୁ ତାଙ୍କୁ ଦଳ ଅଶଦେଖା କରୁଥିବା ନେଇ ସେ ଇସ୍ତଫା ଦେଇଥିବା କହିଛନ୍ତି।

ସେହିପରି ୨୦୧୯ରେ କେନ୍ଦ୍ରାପଡାରୁ ଏମ୍‌ପି ହୋଇଥିବା ଅନୁଭବ ମହାନ୍ତି ମଧ୍ୟ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଅନେକ ଦିନ ହେବ ସେ ବିଜେଡି ଛାଡିବା ନେଇ ଚର୍ଚ୍ଚା ହେଉଥିଲା। ଅନୁଭବ ତାଙ୍କ ଇସ୍ତଫାପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି।

The post ବିଜେଡିକୁ ଶକ୍ତ ଝଟକା, ଦଳ ଛାଡିଦେଲେ ସବୁ ସିନେ ଷ୍ଟାର୍‌ appeared first on Dharitri Odia News.