ନବୀନ ନିବାସରେ ଭୋଗରାଇ ବିଧାୟକ ଅନନ୍ତ ଦାସ, ପୁଅକୁ ଟିକେଟ୍ ଦେବା ପାଇଁ କଲେ ଲବି

ଭୁବନେଶ୍ବର ୧୫।୪: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଚଳିତ ମାସ ୧୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବାବେଳେ ଏପର୍ଯ୍ୟନ୍ତ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ଅଙ୍କ ଛିଣ୍ଡୁନି । ବିଜୁ ଜନତା ଦଳ ସମସ୍ତ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ୧୧୭ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି । ଆଉ ବାକି ୩୦ ଆସନରେ ପ୍ରାର୍ଥୀ ଘୋଷଣା ବାକି ରହିଛି । ତେବେ ଏହି ୩୦ ଆସନରେ କିଏ ପ୍ରାର୍ଥୀ ହେବ ସେନେଇ ସସ୍‌ପେନ୍ସ ଲାଗି ରହିଛି । ଏହି ଆସନ ମଧ୍ୟରେ ଭୋଗରାଇ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନି ବିଜୁ ଜନତା ଦଳ । ତେବେ ଚାରି ଚାରି ଥର ଭୋଗରାଇରୁ ବିଧାୟକ ଥିବା ଅନନ୍ତ ଦାସ ଏଥର ନିଜ ପାଇଁ ନୁହେଁ ତାଙ୍କ ପୁଅ ପାଇଁ ଲବି କରିଛନ୍ତି । ପୁଅ ଅଭିଜିତକୁ ଟିକେଟ୍ ଦେବା ଲାଗି ସେ ଦଳ ସୁପ୍ରିମୋଙ୍କ ନିକଟରେ ଲବି କରିଛନ୍ତି । ଏହି ପରିପ୍ରେକ୍ଷୀରେ ସୋମବାର ନବୀନ ନିବାସରେ ନିଜ ସମର୍ଥକଙ୍କୁ ଧରି ପହଞ୍ଚିଥିଲେ ବିଧାୟକ ଅନନ୍ତ ଦାସ । ଅନନ୍ତଙ୍କ ସାଙ୍ଗରେ ପୁଅ ଅଭିଜିତ ମଧ୍ୟ ନବୀନ ନିବାସରେ ପହଞ୍ଚିଥିଲେ । ତାଙ୍କ ବଦଳରେ ତାଙ୍କ ପୁଅକୁ ଟିକେଟ୍ ଦେବା ପାଇଁ  ସେ ଦାବି କରିଛନ୍ତି । ଭୋଗରାଇ ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିନାହିଁ । ତେବେ ଏହି ଆସନ ପାଇଁ ସସ୍‌ପେନ୍ସ ଲାଗି ରହିଥିବା ବେଳେ ଏବେ ଅଭିଜିତଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି । ସୂଚନାଯୋଗ୍ୟ ଯେ, ଭୋଗରାଇ ଆସନରେ ଏପର୍ଯ୍ୟନ୍

ନବୀନ ନିବାସରେ ଭୋଗରାଇ ବିଧାୟକ ଅନନ୍ତ ଦାସ, ପୁଅକୁ ଟିକେଟ୍ ଦେବା ପାଇଁ କଲେ ଲବି

ଭୁବନେଶ୍ବର ୧୫।୪: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଚଳିତ ମାସ ୧୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବାବେଳେ ଏପର୍ଯ୍ୟନ୍ତ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ଅଙ୍କ ଛିଣ୍ଡୁନି । ବିଜୁ ଜନତା ଦଳ ସମସ୍ତ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ୧୧୭ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି । ଆଉ ବାକି ୩୦ ଆସନରେ ପ୍ରାର୍ଥୀ ଘୋଷଣା ବାକି ରହିଛି । ତେବେ ଏହି ୩୦ ଆସନରେ କିଏ ପ୍ରାର୍ଥୀ ହେବ ସେନେଇ ସସ୍‌ପେନ୍ସ ଲାଗି ରହିଛି । ଏହି ଆସନ ମଧ୍ୟରେ ଭୋଗରାଇ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନି ବିଜୁ ଜନତା ଦଳ । ତେବେ ଚାରି ଚାରି ଥର ଭୋଗରାଇରୁ ବିଧାୟକ ଥିବା ଅନନ୍ତ ଦାସ ଏଥର ନିଜ ପାଇଁ ନୁହେଁ ତାଙ୍କ ପୁଅ ପାଇଁ ଲବି କରିଛନ୍ତି । ପୁଅ ଅଭିଜିତକୁ ଟିକେଟ୍ ଦେବା ଲାଗି ସେ ଦଳ ସୁପ୍ରିମୋଙ୍କ ନିକଟରେ ଲବି କରିଛନ୍ତି । ଏହି ପରିପ୍ରେକ୍ଷୀରେ ସୋମବାର ନବୀନ ନିବାସରେ ନିଜ ସମର୍ଥକଙ୍କୁ ଧରି ପହଞ୍ଚିଥିଲେ ବିଧାୟକ ଅନନ୍ତ ଦାସ । ଅନନ୍ତଙ୍କ ସାଙ୍ଗରେ ପୁଅ ଅଭିଜିତ ମଧ୍ୟ ନବୀନ ନିବାସରେ ପହଞ୍ଚିଥିଲେ । ତାଙ୍କ ବଦଳରେ ତାଙ୍କ ପୁଅକୁ ଟିକେଟ୍ ଦେବା ପାଇଁ  ସେ ଦାବି କରିଛନ୍ତି । ଭୋଗରାଇ ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିନାହିଁ । ତେବେ ଏହି ଆସନ ପାଇଁ ସସ୍‌ପେନ୍ସ ଲାଗି ରହିଥିବା ବେଳେ ଏବେ ଅଭିଜିତଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି । 

ସୂଚନାଯୋଗ୍ୟ ଯେ, ଭୋଗରାଇ ଆସନରେ ଏପର୍ଯ୍ୟନ୍ତ ବିଜେଡି ଓ ବିଜେପି ପ୍ରାର୍ଥୀ ଘୋଷଣା କରିନଥିବା ବେଳେ କଂଗ୍ରେସରୁ ସତ୍ୟ ଶିବ ଦାସ ପ୍ରାର୍ଥୀ ହୋଇଛନ୍ତି ।

You Can Read :