ୟୁଜିସି ନେଟ୍ ତାରିଖ ଘୋଷଣା; ଅଗଷ୍ଟ ୨୧ରୁ ହେବ ବାତିଲ୍ ହୋଇଥିବା ପରୀକ୍ଷା
ନୂଆଦିଲ୍ଲୀ: ୟୁଜିସି ନେଟ୍ ତାରିଖ ଘୋଷଣା । ବାତିଲ୍ ହୋଇଥିବା ପରୀକ୍ଷା ପୁଣି ଥରେ ହେବ । ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପରୀକ୍ଷା ତାରିଖ ଘୋଷଣା କରିଛି । ଆସନ୍ତା ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ତାରିଖ ମଧ୍ୟରେ ଏହି ଅକ୍ସଜାମ୍ ହେବ । ଏଥିସହ ଜଏଣ୍ଟ ସିଏସ୍ଆଇଆର୍ ୟୁଜିସି-ନେଟ୍ ତାରିଖ ମଧ୍ୟ ଘୋଷଣା ହୋଇଛି । ଜୁଲାଇ ୨୫ରୁ ୨୭ ତାରିଖ ମଧ୍ୟରେ ପରୀକ୍ଷା କରାଯିବ । ସ୍ୱଚ୍ଛତା ପାଇଁ କମ୍ପ୍ୟୁଟର ବେସ୍ଡ ଟେଷ୍ଟ ବା ସିବିଟି ଫର୍ମାଟରେ ଉଭୟ ପରୀକ୍ଷା କରାଯିବ । ଏନେଇ ଜାତୀୟ ପରୀକ୍ଷା ଏଜେନ୍ସି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।ଗତ ୧୮ ତାରିଖରେ ଏନ୍ଟିଏ ପରିଚାଳିତ ୟୁଜିସି-ନେଟ୍ ହୋଇଥିଲା । ବିଶ୍ୱବିଦ୍ୟାଳୟ ଓ କଲେଜର ସହକାରୀ ପ୍ରଫେସର ପଦବୀ, ଜୁନିଅର ରିସର୍ଚ୍ଚ ଫେଲୋସିପ୍ ଯୋଗ୍ୟତା ନିର୍ଦ୍ଧାରଣ ପାଇଁ ଏହି ପରୀକ୍ଷା ହୋଇଥିଲା । ଏଥିରେ ପାଖାପାଖି ୯ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ । ମାତ୍ର ପେପର ଲିକ୍ ଅଭିଯୋଗ ହେବା ପରେ ମାତ୍ର ୨ ଦିନ ପରେ ପରୀକ୍ଷା ବାତିଲ କରାଯାଇଥିଲା । ଗୃହ ମନ୍ତ୍ରଣାଳୟ ଅଧୀନ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ନ୍ୟାସନାଲ ସାଇବର କ୍ରାଇମ ଥ୍ରେଟ୍ ଆନାଲିଟିକ୍ସ ୟୁନିଟ୍ ପରୀକ୍ଷାରେ ଅନିୟମିତତା ହୋଇଥିବା ସୂଚନା ଦେଇଥିଲେ । ପରେ ଶିକ୍ଷା ମନ୍ତ୍ରଣାଳୟ ପରୀକ୍ଷା ବାତିଲ କରିଥିଲା ।ଦେଶର ୩୧୭ଟି ସହରର ୧୨୦୫ ପରୀକ୍ଷା କେନ୍ଦ୍ରରେ ୧୧,୨୧
ନୂଆଦିଲ୍ଲୀ: ୟୁଜିସି ନେଟ୍ ତାରିଖ ଘୋଷଣା । ବାତିଲ୍ ହୋଇଥିବା ପରୀକ୍ଷା ପୁଣି ଥରେ ହେବ । ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପରୀକ୍ଷା ତାରିଖ ଘୋଷଣା କରିଛି । ଆସନ୍ତା ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ତାରିଖ ମଧ୍ୟରେ ଏହି ଅକ୍ସଜାମ୍ ହେବ । ଏଥିସହ ଜଏଣ୍ଟ ସିଏସ୍ଆଇଆର୍ ୟୁଜିସି-ନେଟ୍ ତାରିଖ ମଧ୍ୟ ଘୋଷଣା ହୋଇଛି । ଜୁଲାଇ ୨୫ରୁ ୨୭ ତାରିଖ ମଧ୍ୟରେ ପରୀକ୍ଷା କରାଯିବ । ସ୍ୱଚ୍ଛତା ପାଇଁ କମ୍ପ୍ୟୁଟର ବେସ୍ଡ ଟେଷ୍ଟ ବା ସିବିଟି ଫର୍ମାଟରେ ଉଭୟ ପରୀକ୍ଷା କରାଯିବ । ଏନେଇ ଜାତୀୟ ପରୀକ୍ଷା ଏଜେନ୍ସି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ଗତ ୧୮ ତାରିଖରେ ଏନ୍ଟିଏ ପରିଚାଳିତ ୟୁଜିସି-ନେଟ୍ ହୋଇଥିଲା । ବିଶ୍ୱବିଦ୍ୟାଳୟ ଓ କଲେଜର ସହକାରୀ ପ୍ରଫେସର ପଦବୀ, ଜୁନିଅର ରିସର୍ଚ୍ଚ ଫେଲୋସିପ୍ ଯୋଗ୍ୟତା ନିର୍ଦ୍ଧାରଣ ପାଇଁ ଏହି ପରୀକ୍ଷା ହୋଇଥିଲା । ଏଥିରେ ପାଖାପାଖି ୯ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ । ମାତ୍ର ପେପର ଲିକ୍ ଅଭିଯୋଗ ହେବା ପରେ ମାତ୍ର ୨ ଦିନ ପରେ ପରୀକ୍ଷା ବାତିଲ କରାଯାଇଥିଲା । ଗୃହ ମନ୍ତ୍ରଣାଳୟ ଅଧୀନ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ନ୍ୟାସନାଲ ସାଇବର କ୍ରାଇମ ଥ୍ରେଟ୍ ଆନାଲିଟିକ୍ସ ୟୁନିଟ୍ ପରୀକ୍ଷାରେ ଅନିୟମିତତା ହୋଇଥିବା ସୂଚନା ଦେଇଥିଲେ । ପରେ ଶିକ୍ଷା ମନ୍ତ୍ରଣାଳୟ ପରୀକ୍ଷା ବାତିଲ କରିଥିଲା ।
ଦେଶର ୩୧୭ଟି ସହରର ୧୨୦୫ ପରୀକ୍ଷା କେନ୍ଦ୍ରରେ ୧୧,୨୧,୨୨୫ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ । ସେହିପରି ଜୁନ୍ ୨୫ରୁ ୨୭ ତାରିଖ ମଧ୍ୟରେ ହେବାକୁ ଥିବା ସିଏସ୍ଆଇଆର୍ ୟୁଜିସି ନେଟ୍ ପରୀକ୍ଷାକୁ ଗତ ୨୧ ତାରିଖରେ ଏନ୍ଟିଏ ପକ୍ଷରୁ ସ୍ଥଗିତ କରାଯାଇଥିଲା । ଅନିବାର୍ଯ୍ୟ କାରଣ ପାଇଁ ଏହି ପରୀକ୍ଷା ବାତିଲ କରାଯାଇଥିବା କୁହାଯାଇଥିଲା । ଏନ୍ଟିଏର ବିଜ୍ଞପ୍ତି ଅନୁଯାୟୀ, ଏନ୍ସିଇଟି ୨୦୨୪ ପରୀକ୍ଷା ଜୁଲାଇ ୧୦ରେ ଅନୁଷ୍ଠିତ ହେବ । ସେହିପରି ଜୁଲାଇ ୬ରେ ଅଲ୍ ଇଣ୍ଡିଆ ଆୟୁଷ ପୋଷ୍ଟ ଗ୍ରାଜୁଏଟ୍ ପ୍ରବେଶିକା ପରୀକ୍ଷା-୨୦୨୪ ଅନୁଷ୍ଠିତ ହେବ ।