ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସଓ୍ୱେରେ ଦୁର୍ଘଟଣା, ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ୫ ମୃତ

ଉତ୍ତରପ୍ରଦେଶ ୦୯/୧୧: ଉତ୍ତରପ୍ରଦେଶର ଫିରୋଜାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଡମ୍ପର ସହ ଟୁରିଷ୍ଟ ବସ୍‌ର ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ନାସିରପୁର ନିକଟରେ ଘଟିଛି । ବସ୍‌ରେ ଯାତ୍ରା କରୁଥିବା ଲୋକମାନେ ମୁଣ୍ଡନ ସାରି ମଥୁରାରୁ ଫେରୁଥିଲେ। ଏହି ସମୟରେ ଦୁର୍ଘଟଣା ଘଟିଥିଲା । ଏଥିରେ ପ୍ରାୟ ୬ରୁ ଅଧିକ ଆହତ ହୋଇଛନ୍ତି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏସପି ଗ୍ରାମୀଣ ଏବଂ CO ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଯାଇ ସ୍ଥିତି ପରଖିଛନ୍ତି । ସୂଚନା ଥାଉକି, ଲକ୍ଷ୍ନୌ ମୋହାଦ୍ଦିନପୁରର ବାସିନ୍ଦା ସନ୍ଦୀପ ତାଙ୍କର ଚାରି ବର୍ଷର ପୁଅ ସିଦ୍ଧାର୍ଥଙ୍କ ମୁଣ୍ଡନ କରିବା ପାଇଁ ମଥୁରା ଯାଇଥିଲେ । ପରିବାର ଏବଂ ସମ୍ପର୍କୀୟଙ୍କ ସମେତ ପ୍ରାୟ ୨୦ ଜଣ ଲୋକ ତାଙ୍କ ସହ ବସ୍‌ରେ ଯାତ୍ରା କରୁଥିଲେ । ତେବେ ଘରକୁ ଫେରୁଥିବା ସମୟରେ ଏହି ଦୁଃଖଦ ଘଟଣା ଘଟିଥିଲା । ଚିକିତ୍ସା ସମୟରେ ଆଉ ଦୁଇ ଜଣଙ୍କର ମଧ୍ୟ ଘଟିଥିଲା। ଜଣେ ଅଧିକାରୀଙ୍କ କହିବା କଥା ଦୁର୍ଘଟଣାର ପ୍ରକୃତ କାରଣ ଖୋଜାଯିବ । ଯାହା ଜଣାପଡିଛି ବସ୍ ଚାଳକଙ୍କ ଆଖି ଲାଗିଯିବା କାରଣରୁ ଏପରି ଘଟିଥାଇପାରେ ଯ  ହେଉ ବା ଗାଡିରେ କୌଣସି ବୈଷୟିକ ତ୍ରୁଟିରୁ ଏସବୁର ଯାଞ୍ଚ କରାଯିବ । ମୃତକଙ୍କ ପରି

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସଓ୍ୱେରେ ଦୁର୍ଘଟଣା, ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ୫ ମୃତ

ଉତ୍ତରପ୍ରଦେଶ ୦୯/୧୧: ଉତ୍ତରପ୍ରଦେଶର ଫିରୋଜାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଡମ୍ପର ସହ ଟୁରିଷ୍ଟ ବସ୍‌ର ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ନାସିରପୁର ନିକଟରେ ଘଟିଛି । ବସ୍‌ରେ ଯାତ୍ରା କରୁଥିବା ଲୋକମାନେ ମୁଣ୍ଡନ ସାରି ମଥୁରାରୁ ଫେରୁଥିଲେ। ଏହି ସମୟରେ ଦୁର୍ଘଟଣା ଘଟିଥିଲା । 

ଏଥିରେ ପ୍ରାୟ ୬ରୁ ଅଧିକ ଆହତ ହୋଇଛନ୍ତି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏସପି ଗ୍ରାମୀଣ ଏବଂ CO ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଯାଇ ସ୍ଥିତି ପରଖିଛନ୍ତି । ସୂଚନା ଥାଉକି, ଲକ୍ଷ୍ନୌ ମୋହାଦ୍ଦିନପୁରର ବାସିନ୍ଦା ସନ୍ଦୀପ ତାଙ୍କର ଚାରି ବର୍ଷର ପୁଅ ସିଦ୍ଧାର୍ଥଙ୍କ ମୁଣ୍ଡନ କରିବା ପାଇଁ ମଥୁରା ଯାଇଥିଲେ । 

ପରିବାର ଏବଂ ସମ୍ପର୍କୀୟଙ୍କ ସମେତ ପ୍ରାୟ ୨୦ ଜଣ ଲୋକ ତାଙ୍କ ସହ ବସ୍‌ରେ ଯାତ୍ରା କରୁଥିଲେ । ତେବେ ଘରକୁ ଫେରୁଥିବା ସମୟରେ ଏହି ଦୁଃଖଦ ଘଟଣା ଘଟିଥିଲା । ଚିକିତ୍ସା ସମୟରେ ଆଉ ଦୁଇ ଜଣଙ୍କର ମଧ୍ୟ ଘଟିଥିଲା। ଜଣେ ଅଧିକାରୀଙ୍କ କହିବା କଥା ଦୁର୍ଘଟଣାର ପ୍ରକୃତ କାରଣ ଖୋଜାଯିବ । 

ଯାହା ଜଣାପଡିଛି ବସ୍ ଚାଳକଙ୍କ ଆଖି ଲାଗିଯିବା କାରଣରୁ ଏପରି ଘଟିଥାଇପାରେ ଯ  ହେଉ ବା ଗାଡିରେ କୌଣସି ବୈଷୟିକ ତ୍ରୁଟିରୁ ଏସବୁର ଯାଞ୍ଚ କରାଯିବ । ମୃତକଙ୍କ ପରିବାରକୁ ସୂଚନା ପଠାଇଦିଆଯାଇଛି । ଆହତଙ୍କୁ ଡାକ୍ତରଖାନା ନିଆଯାଇଛି। ବସର ଆଗ ଭାଗ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି ।