ଆଗ୍ରାରେ ବଡଧରଣର ଆଇଟି ରେଡ୍, ଜୋତା ବ୍ୟବସାୟୀଙ୍କ ଘରୁ ୪୦ କୋଟି ଜବତ

ଉତ୍ତରପ୍ରଦେଶ ୧୯/୫: ଖଟ ଉପରେ ଥୁଆ ହୋଇଛି କୋଟି କୋଟି ଟଙ୍କାର ନୋଟ୍‌ ବଣ୍ଡଲ । ରେଡ୍‌ ବେଳେ ଟଙ୍କା ଦେଖି ଆୟକର ବିଭାଗର ଆଖି ଟେରା ହୋଇଯାଇଛି । ଏକାଥରକେ ୪୦ କୋଟି ଜବତ । ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ ଆଗ୍ରାରେ ବଡ ଧରଣର ଆଇଟି ରେଡ୍‌ ହୋଇଛି । ଜଣେ ଜୋତା ବ୍ୟବସାୟୀଙ୍କ ଘରୁ ବିପୁଳ ପରିମାଣର ଟଙ୍କା ଜବତ ହୋଇଛି । ଦେଖିଲେ ଲାଗୁଛି ସତେ କି ଟଙ୍କା ପାହାଡ । ଆୟକର ଅଧିକାରୀମାନେ ଟଙ୍କା ଗଣିବା କାମରେ ଲାଗିଥିବାବେଳେ ଏପର୍ଯ୍ୟନ୍ତ ନଗଦ ୪୦ କୋଟି ଟଙ୍କା ଜବତ ହେଲାଣି । ଟଙ୍କା ଗଣି ଗଣି ଅଧିକାରୀମାନେ ହାଲିଆ ହୋଇଯାଇଥିବାବେଳେ ଏଯାଏ କିନ୍ତୁ ଟଙ୍କା ସରୁନି ।  ଟଙ୍କା ଗଣା ସରିନଥିବାରୁ ଜବତ ଟଙ୍କାର ପରିମାଣ ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଉଛି । ଶନିବାର ଅପରାହ୍ନରୁ ଆୟକର ବିଭାର ସ୍ବତନ୍ତ୍ର ଟିମ୍‌ ଚଢାଉ ଜାରି ରଖିଛି । 

ଆଗ୍ରାରେ ବଡଧରଣର ଆଇଟି ରେଡ୍, ଜୋତା ବ୍ୟବସାୟୀଙ୍କ ଘରୁ ୪୦ କୋଟି ଜବତ

ଉତ୍ତରପ୍ରଦେଶ ୧୯/୫: ଖଟ ଉପରେ ଥୁଆ ହୋଇଛି କୋଟି କୋଟି ଟଙ୍କାର ନୋଟ୍‌ ବଣ୍ଡଲ । ରେଡ୍‌ ବେଳେ ଟଙ୍କା ଦେଖି ଆୟକର ବିଭାଗର ଆଖି ଟେରା ହୋଇଯାଇଛି । ଏକାଥରକେ ୪୦ କୋଟି ଜବତ । ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ ଆଗ୍ରାରେ ବଡ ଧରଣର ଆଇଟି ରେଡ୍‌ ହୋଇଛି । ଜଣେ ଜୋତା ବ୍ୟବସାୟୀଙ୍କ ଘରୁ ବିପୁଳ ପରିମାଣର ଟଙ୍କା ଜବତ ହୋଇଛି । ଦେଖିଲେ ଲାଗୁଛି ସତେ କି ଟଙ୍କା ପାହାଡ । 

ଆୟକର ଅଧିକାରୀମାନେ ଟଙ୍କା ଗଣିବା କାମରେ ଲାଗିଥିବାବେଳେ ଏପର୍ଯ୍ୟନ୍ତ ନଗଦ ୪୦ କୋଟି ଟଙ୍କା ଜବତ ହେଲାଣି । ଟଙ୍କା ଗଣି ଗଣି ଅଧିକାରୀମାନେ ହାଲିଆ ହୋଇଯାଇଥିବାବେଳେ ଏଯାଏ କିନ୍ତୁ ଟଙ୍କା ସରୁନି ।  ଟଙ୍କା ଗଣା ସରିନଥିବାରୁ ଜବତ ଟଙ୍କାର ପରିମାଣ ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଉଛି । ଶନିବାର ଅପରାହ୍ନରୁ ଆୟକର ବିଭାର ସ୍ବତନ୍ତ୍ର ଟିମ୍‌ ଚଢାଉ ଜାରି ରଖିଛି ।