ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କଲେ ମୀରାବାଈ
ଫୁକେଟ(ଥାଇଲାଣ୍ଡ), ୧ା୪: ଟୋକିଓ ଅଲିମ୍ପିକ୍ସ ରୌପ୍ୟ ବିଜେତା ମୀରାବାଈ ଚାନୁ ଏଠାରେ ଚାଲିଥିବା ଆଇଡବ୍ଲ୍ୟୁଏଫ୍ ବିଶ୍ୱକପ୍ରେ ସୋମବାର ମହିଳା ୪୯ କେଜି ଗ୍ରୁପ୍ ‘ବି’ ଇଭେଣ୍ଟରେ ତୃତୀୟ ସ୍ଥାନ ଅଧିକାର କରି ବା ପରେ ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଛଅ ମାସ ଆଘାତଜନିତ ସମସ୍ୟାରେ ରହିବା ପରେ ପ୍ରତିଯୋଗିତାକୁ ଫେରିଥିବା ଚାନୁ ମୋଟ ୧୮୪କେଜି (୮୧କେଜି+୧୦୩ କେଜି)ଉତ୍ତୋଳନ କରିଥିଲେ। ପ୍ୟାରିସ ଅଲିମ୍ପିକ୍ସ ପାଇଁ ଏହା ହେଉଛି ଫାଇନାଲ ଏବଂ ବାଧ୍ୟତାମୂଳକ ଟୁର୍ନାମେଣ୍ଟ। […] The post ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କଲେ ମୀରାବାଈ appeared first on Dharitri Odia News.
ଫୁକେଟ(ଥାଇଲାଣ୍ଡ), ୧ା୪: ଟୋକିଓ ଅଲିମ୍ପିକ୍ସ ରୌପ୍ୟ ବିଜେତା ମୀରାବାଈ ଚାନୁ ଏଠାରେ ଚାଲିଥିବା ଆଇଡବ୍ଲ୍ୟୁଏଫ୍ ବିଶ୍ୱକପ୍ରେ ସୋମବାର ମହିଳା ୪୯ କେଜି ଗ୍ରୁପ୍ ‘ବି’ ଇଭେଣ୍ଟରେ ତୃତୀୟ ସ୍ଥାନ ଅଧିକାର କରି ବା ପରେ ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଛଅ ମାସ ଆଘାତଜନିତ ସମସ୍ୟାରେ ରହିବା ପରେ ପ୍ରତିଯୋଗିତାକୁ ଫେରିଥିବା ଚାନୁ ମୋଟ ୧୮୪କେଜି (୮୧କେଜି+୧୦୩ କେଜି)ଉତ୍ତୋଳନ କରିଥିଲେ। ପ୍ୟାରିସ ଅଲିମ୍ପିକ୍ସ ପାଇଁ ଏହା ହେଉଛି ଫାଇନାଲ ଏବଂ ବାଧ୍ୟତାମୂଳକ ଟୁର୍ନାମେଣ୍ଟ। ଇଭେଣ୍ଟ ଶେଷ କରିବା ଦ୍ୱାରା ପ୍ୟାରିସ ଅଲିମ୍ପିକ୍ସ ପାଇଁ ସମସ୍ତ ମାନଦଣ୍ଡ ପୂରଣ କରିଛନ୍ତି। ଏହି ୨୦୧୭ ବିଶ୍ୱ ଚାମ୍ପିୟନ ବର୍ତ୍ତମାନ ୪୯ କେଜି ମହିଳା ଅଲିମ୍ପି କ୍ୱାଲିଫିକେଶନ ର଼୍ୟାଙ୍କିଙ୍ଗ (ଓକ୍ୟୁଆର୍)ରେ ଚାଇନାର ଜିଆ ହୁଇହୁଆଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ବିଶ୍ୱକପ୍ ଶେଷରେ କ୍ୱାଲିଫିକେଶନ ପାଇଁ ବିଧିବଦ୍ଧ ଘୋଷଣା ହେବ। ସେତେବେଳେ ଓକ୍ୟୁଆର୍ ଅପ୍ଡେଟ୍ ହେବ। ପ୍ରତ୍ୟେକ ଓଜନ ଶ୍ରେଣୀରୁ ଶ୍ରେଷ୍ଠ ୧୦ ଲିଫ୍ଟର ପ୍ୟାରିିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବେ। ଚାନୁ ଗତଥର ସେପ୍ଟେମ୍ବରରେ ଏସିଆନ ଗେମ୍ସରେ ଭାଗ ନେଇଥିଲେ। ସେତେବେଳେ ତାଙ୍କ ପିଚାରେ ସମସ୍ୟା ଦେଖାଦେବାରୁ ଶ୍ରେଷ୍ଠ ପ୍ରଦର୍ଶନ କରିପାରି ନ ଥିଲେ। କିନ୍ତୁ ୫ କ୍ଲିନ ଲିଫ୍ଟ କରିବାରେ ସକ୍ଷମ ହୋଇଥିଲେ।
The post ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କଲେ ମୀରାବାଈ appeared first on Dharitri Odia News.