ଥାନାରେ ପହଞ୍ଚିଲା ରାସ୍ତା ସମସ୍ୟା
ଗୋଷାଣି, ୨୦।୩ (ପ୍ରଶାନ୍ତ କୁମାର ରାଉତ): ଗଜପତି ଜିଲା ଗୋଷାଣି ବ୍ଲକ ଗୁରାଣ୍ଡି ଗ୍ରାମବାସୀ ରାସ୍ତାଘାଟ ସମସ୍ୟାକୁ ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି। ପୂର୍ତ୍ତବିଭାଗ ମୁଖ୍ୟ ରାସ୍ତାରେ ଦୀର୍ଘ ଦିନ ହେଲା ଖାଲଖମା ଓ କର୍ଦ୍ଦମାକ୍ତ ଯୋଗୁଁ ଲୋକେ ଯାତାୟାତରେ ନାନାଦି ସମସ୍ୟା ଭୋଗୁଛନ୍ତି। ଏପରିକି ବିଭିନ୍ନ ସମୟରେ ଦୁର୍ଘଟଣାମାନ ଘଟୁଛି। ଏନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଉଥିଲେ ମଧ୍ୟ ବିଭାଗ କର୍ଣ୍ଣପାତ କରୁ ନ ଥିବା ଯୋଗୁଁ ଶେଷରେ ଲୋକେ ବାଧ୍ୟ ହୋଇ ଥାନାର ଦ୍ବାରସ୍ଥ […] The post ଥାନାରେ ପହଞ୍ଚିଲା ରାସ୍ତା ସମସ୍ୟା appeared first on Dharitri Odia News.
ଗୋଷାଣି, ୨୦।୩ (ପ୍ରଶାନ୍ତ କୁମାର ରାଉତ): ଗଜପତି ଜିଲା ଗୋଷାଣି ବ୍ଲକ ଗୁରାଣ୍ଡି ଗ୍ରାମବାସୀ ରାସ୍ତାଘାଟ ସମସ୍ୟାକୁ ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି। ପୂର୍ତ୍ତବିଭାଗ ମୁଖ୍ୟ ରାସ୍ତାରେ ଦୀର୍ଘ ଦିନ ହେଲା ଖାଲଖମା ଓ କର୍ଦ୍ଦମାକ୍ତ ଯୋଗୁଁ ଲୋକେ ଯାତାୟାତରେ ନାନାଦି ସମସ୍ୟା ଭୋଗୁଛନ୍ତି। ଏପରିକି ବିଭିନ୍ନ ସମୟରେ ଦୁର୍ଘଟଣାମାନ ଘଟୁଛି। ଏନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଉଥିଲେ ମଧ୍ୟ ବିଭାଗ କର୍ଣ୍ଣପାତ କରୁ ନ ଥିବା ଯୋଗୁଁ ଶେଷରେ ଲୋକେ ବାଧ୍ୟ ହୋଇ ଥାନାର ଦ୍ବାରସ୍ଥ ହୋଇଥିବା ଜଣାପଡିଛି। ସେମାନେ ଅଭିଯୋଗ କରିଛନ୍ତି ଯେ, ଗୁରାଣ୍ଡି ଗ୍ରାମଠାରୁ ଗୋଷାଣି ଗ୍ରାମ ଛକ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗର ପ୍ରାୟ ତିନି କିମି ରାସ୍ତା ଖାଲଖମା ସୃଷ୍ଟି ହୋଇଛଇ। ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରଶାସନ ନିକଟରେ ଅନେକ ଥର ଅଭିଯୋଗ ମଧ୍ୟ କରିଆସୁଅଛୁ । ହେଲେ କେହି କର୍ଣ୍ଣପାତ କରୁନାହାନ୍ତି। ଉକ୍ତ ରାସ୍ତାର ଖାଲଖମା ଯୋଗୁଁ ବହୁ ଲୋକେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଆହତ ହେଉଛନ୍ତି। ବର୍ତ୍ତମାନ ଗୁରାଣ୍ଡି-ଗୋଷାଣି ଗ୍ରାମ ରାସ୍ତାର ଗୁରାଣ୍ଡି ଠାରେ ଏକ କଲଭର୍ଟ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ କାମ ଆରମ୍ଭ କରିଛି । ଏଥିପାଇଁ ଅସ୍ଥାୟୀ ମାଟି ରାସ୍ତା ମଧ୍ୟ ନିର୍ମାଣ କରିଛି। ହେଲେ କୌଣସି ଅସ୍ଥାୟୀ ପାଚେରି ନାହିଁ। ସେହିପରି ଏହି ଅସ୍ଥାୟୀ ରାସ୍ତା ବହୁ ଉଚ୍ଚତାରେ ନିର୍ମିତ ହୋଇଛି। ବର୍ଷା ଯୋଗୁଁ ଏହି ରାସ୍ତା କାଦୁଅଭରା ହୋଇ ପଡିଥିବାରୁ ଯାତାୟାତ କରୁଥିବା ପଥଚାରୀମାନେ ନାନା ସମସ୍ୟାରେ ପଡିଥିବା ବେଳେ ଅନେକ ଦୁଇଚକିଆ ଗାଡି ଦୁର୍ଘଟଣାଗ୍ରସ୍ତ ହେଉଛି। ଏହା ସହ ଏହି ଅସ୍ଥାୟୀ ରାସ୍ତା ଉପରେ ୧୧କେଭି ବିଦ୍ୟୁତ ତାର ଯାଇଛି । ବଡ଼ଯାନବାହାନ ଏହି ରାସ୍ତାରେ ଯିବା ବେଳେ କେତେବେଳେ ଯେ ବଡ଼ ଦୁର୍ଘଟଣା ଘଟିପାରେ ଏହାକୁ ଏଡାଯାଇ ନ ପାରେ । ରାସ୍ତାର ଉଚ୍ଚତା ଯୋଗୁ ଗାଡି ଯଥା ଟ୍ରକ୍, ବସ ଆଦି ଏହାର ସଂସ୍ପର୍ଶରେ ଆସି ଅଘଟଣର ଆଶଙ୍କା ମଧ୍ୟ ରହିଛି । ଏହି ରାସ୍ତାଟି ଗୁରାଣ୍ଡି ଗ୍ରାମାଞ୍ଚଳର ଲାଇଫ ଲାଇନ ଅଟେ । ଏହି ମୁଖ୍ୟ ରାସ୍ତା ଗୋଷାଣି ବ୍ଲକ ସଦରକୁ ସଂଯୋଗ କରୁଥିବାରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା। ତେବେ ଏପରି ସ୍ଥଳେ ଯଦି ଆଗାମୀ ଦିନରେ ବଡ଼ ଧରଣର ଅଘଟଣ ଘଟେ ତେବେ ଦାୟୀ କିଏ ରହିବ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ତେଣୁ ତୁରନ୍ତ ଏ ଦିଗରେ ସମାଧାନର ବାଟ ବାହାର କରିବା ସହିତ କାହା ସ୍ବାର୍ଥରେ ଏପରି ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଛି ଏହାର ବିଧିବଦ୍ଧ ତଦନ୍ତ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଥାନା ଅଧିକାରୀଙ୍କୁ ନିବେଦନ କରିଛନ୍ତି ।
The post ଥାନାରେ ପହଞ୍ଚିଲା ରାସ୍ତା ସମସ୍ୟା appeared first on Dharitri Odia News.