ଶୁଭେନ୍ଦୁଙ୍କ ସମେତ ୬ ଭାଜପା ନେତା ବିଧାନସଭାରୁ ନିଲମ୍ବିତ…
କୋଲକାତା,୧୨।୨ : ପଶ୍ଚିମବଙ୍ଗ ବିଧାନସଭାର ଅବଶିଷ୍ଟ ଅଧିବେଶନ ପାଇଁ ୬ ଜଣ ଭାଜପା ନେତାଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ନେତାଙ୍କ ମଧ୍ୟରେ ରାଜ୍ୟ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ଏବଂ ଅଗ୍ନିମିତ୍ରା ପାଲଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ଖବର ଅନୁଯାୟୀ, ବିଧାନସଭା ଭିତରେ ସେମାନଙ୍କ ଅଣସାମ୍ବିଧାନିକ ଆଚରଣ ଯୋଗୁଁ ଭାଜପା ନେତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରାଜ୍ୟ ବିଧାନସଭାର ନିୟମ ୩୪୮ ଅନୁଯାୟୀ ଭାଜପା ନେତାଙ୍କୁ ନିଲମ୍ବିତ କରାଯାଇଛି। ଏଥିପାଇଁ ରାଜ୍ୟ […] The post ଶୁଭେନ୍ଦୁଙ୍କ ସମେତ ୬ ଭାଜପା ନେତା ବିଧାନସଭାରୁ ନିଲମ୍ବିତ… appeared first on Dharitri Odia News.
କୋଲକାତା,୧୨।୨ : ପଶ୍ଚିମବଙ୍ଗ ବିଧାନସଭାର ଅବଶିଷ୍ଟ ଅଧିବେଶନ ପାଇଁ ୬ ଜଣ ଭାଜପା ନେତାଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ନେତାଙ୍କ ମଧ୍ୟରେ ରାଜ୍ୟ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ଏବଂ ଅଗ୍ନିମିତ୍ରା ପାଲଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ଖବର ଅନୁଯାୟୀ, ବିଧାନସଭା ଭିତରେ ସେମାନଙ୍କ ଅଣସାମ୍ବିଧାନିକ ଆଚରଣ ଯୋଗୁଁ ଭାଜପା ନେତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ରାଜ୍ୟ ବିଧାନସଭାର ନିୟମ ୩୪୮ ଅନୁଯାୟୀ ଭାଜପା ନେତାଙ୍କୁ ନିଲମ୍ବିତ କରାଯାଇଛି। ଏଥିପାଇଁ ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶୋଭନଦେବ ଚାଟୋପାଧ୍ୟାୟ ଉପସ୍ଥାପନ କରିଛନ୍ତି। ଏ ସମ୍ପର୍କରେ ଶୁଭେନ୍ଦୁ ଆଦିକାରୀ କହିଛନ୍ତି ମହିଳାଙ୍କ ସମ୍ମାନ ପାଇଁ ଭାଜପା ସ୍ବର ଉତ୍ତୋଳନ କରିବ। କୌଣସି କାର୍ଯ୍ୟ ଆମକୁ ଠିକ ପ୍ରସଙ୍ଗ ଉଠାଇବାରେ ଅଟକାଇ ପାରିବ ନାହିଁ ।
The post ଶୁଭେନ୍ଦୁଙ୍କ ସମେତ ୬ ଭାଜପା ନେତା ବିଧାନସଭାରୁ ନିଲମ୍ବିତ… appeared first on Dharitri Odia News.