କେନ୍ଦୁଝରରେ ଟ୍ରକ୍-କାର୍-ଟ୍ରକ୍ ମଧ୍ୟରେ ସିରିଜ୍‌ ଧକ୍କା, ଚାଲିଗଲା ୫ ଜୀବନ

କେନ୍ଦୁଝର : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। କେନ୍ଦୁଝର ରିମୁଳି ନିକଟରେ ଟ୍ରକ୍-କାର୍-ଟ୍ରକ୍ ମଧ୍ୟରେ ସିରିଜ୍‌ ଦୁର୍ଘଟଣାରେ୫ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ରାତି ପ୍ରାୟ ୯ଟା ବେଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି। ମିଳିଥିବା ସୂଚନାଅନୁସାରେ ବଡ଼ବିଲ ଯାଉଥିବା ଏକ କାର୍‌ ବାଇପାସରେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ପଛ ପାର୍ଶ୍ୱରୁ ଧକ୍କା ଦେଇଥିଲା। ଏହାପରେ ଆଉ ଏକ ଟ୍ରକ ଉକ୍ତ କାରକୁ ମଧ୍ୟ ପଛରୁ ଧକ୍କା ଦେଇଥିଲା।ଯାହା ଫଳରେ ଦୁଇଟି ଟ୍ରକ୍‌ […]

କେନ୍ଦୁଝରରେ ଟ୍ରକ୍-କାର୍-ଟ୍ରକ୍ ମଧ୍ୟରେ ସିରିଜ୍‌ ଧକ୍କା, ଚାଲିଗଲା ୫ ଜୀବନ
5 death in series of truck-car-truck collisions in Keonjhar

କେନ୍ଦୁଝର : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। କେନ୍ଦୁଝର ରିମୁଳି ନିକଟରେ ଟ୍ରକ୍-କାର୍-ଟ୍ରକ୍ ମଧ୍ୟରେ ସିରିଜ୍‌ ଦୁର୍ଘଟଣାରେ୫ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ରାତି ପ୍ରାୟ ୯ଟା ବେଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି।

ମିଳିଥିବା ସୂଚନାଅନୁସାରେ ବଡ଼ବିଲ ଯାଉଥିବା ଏକ କାର୍‌ ବାଇପାସରେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ପଛ ପାର୍ଶ୍ୱରୁ ଧକ୍କା ଦେଇଥିଲା। ଏହାପରେ ଆଉ ଏକ ଟ୍ରକ ଉକ୍ତ କାରକୁ ମଧ୍ୟ ପଛରୁ ଧକ୍କା ଦେଇଥିଲା।ଯାହା ଫଳରେ ଦୁଇଟି ଟ୍ରକ୍‌ ମଝିରେ ଚାପି ହୋଇଯାଇଥିଲା କାର୍‌। ଯେଉଁଥିପାଇଁ କାର୍‌ରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ଦୁର୍ଘଟଣା ନେଇ ପୁଲିସ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛି। ପରେ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଦୁର୍ଘଟଣାରେ କାର୍‌ଟି ଚୁରମାର ହୋଇଥିବାରୁ କଟର ମାଧ୍ୟମରେ କାଟି ମୃତଦେହକୁ ଉଦ୍ଧାର କରାଯାଉଛି। ମୃତକମାନଙ୍କର ପରିଚୟ ମିଳିନଥିବା ବେଳେ ବଡ଼ବିଲ୍‌ ଅଞ୍ଚଳର ବୋଲି କୁହାଯାଉଛି।