ବାଲେଶ୍ୱର ଲୋକ ସଭା ଆସନ ପାଇଁ ଲେଖାଶ୍ରୀଙ୍କୁ ପ୍ରାର୍ଥୀ କଲା ବିଜେଡି

ଭୁବନେଶ୍ୱର,୧୧।୪: ବିଧାନସଭା ଆସନ ସହ ଲୋକ ସଭା ଆସନ ପାଇଁ ବିଜେଡି ଗୁରୁବାର ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ବାଲେଶ୍ୱର ଲୋକ ସଭା ପାଇଁ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଟିକେଟ୍‌ ଦେଇଛି। ଲେଖାଶ୍ରୀ ବାଲେଶ୍ୱରରୁ ଭାଜପା ପ୍ରାର୍ଥୀ ପ୍ରତାପ ଷଢଙ୍ଗୀଙ୍କ ବିପକ୍ଷରେ ଲଢିବେ। ନିକଟରେ ଲେଖାଶ୍ରୀ ଭାଜପା ଛାଡି ବିଜେଡିରେ ମିଶିଥିଲେ। ଏଥିସହିତ ବିଜେଡି ୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଭୁବନେଶ୍ୱର ମଧ୍ୟରୁ ଅନନ୍ତ ନାରାୟଣ ଜେନା, ଲକ୍ଷ୍ମୀପୁରରୁ ପ୍ରଭୁ ଜାନି, ପାରାଦୀପରୁ ଗୀତାଞ୍ଜଳି […] The post ବାଲେଶ୍ୱର ଲୋକ ସଭା ଆସନ ପାଇଁ ଲେଖାଶ୍ରୀଙ୍କୁ ପ୍ରାର୍ଥୀ କଲା ବିଜେଡି appeared first on Dharitri Odia News.

ବାଲେଶ୍ୱର ଲୋକ ସଭା ଆସନ ପାଇଁ ଲେଖାଶ୍ରୀଙ୍କୁ ପ୍ରାର୍ଥୀ କଲା ବିଜେଡି

ଭୁବନେଶ୍ୱର,୧୧।୪: ବିଧାନସଭା ଆସନ ସହ ଲୋକ ସଭା ଆସନ ପାଇଁ ବିଜେଡି ଗୁରୁବାର ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ବାଲେଶ୍ୱର ଲୋକ ସଭା ପାଇଁ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଟିକେଟ୍‌ ଦେଇଛି। ଲେଖାଶ୍ରୀ ବାଲେଶ୍ୱରରୁ ଭାଜପା ପ୍ରାର୍ଥୀ ପ୍ରତାପ ଷଢଙ୍ଗୀଙ୍କ ବିପକ୍ଷରେ ଲଢିବେ। ନିକଟରେ ଲେଖାଶ୍ରୀ ଭାଜପା ଛାଡି ବିଜେଡିରେ ମିଶିଥିଲେ।

ଏଥିସହିତ ବିଜେଡି ୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଭୁବନେଶ୍ୱର ମଧ୍ୟରୁ ଅନନ୍ତ ନାରାୟଣ ଜେନା, ଲକ୍ଷ୍ମୀପୁରରୁ ପ୍ରଭୁ ଜାନି, ପାରାଦୀପରୁ ଗୀତାଞ୍ଜଳି ରାଉତରାୟକୁ ଦଳ ଟିକେଟ୍‌ ଦେଇଛି। ସେହିପରି ସମ୍ବଲପୁରରୁ ପ୍ରସନ୍ନ ଆଚାର୍ଯ୍ୟ, ରେଢାଖୋଲରୁ ରୋହିତ ପୂଜାରୀ, ତେଲକୋଇରୁ ମାଧବ ସର୍ଦ୍ଦାର, ତାଳଚେରରୁ ବ୍ରଜ ପ୍ରଧାନ, ନର୍ଲାରୁ ମନୋରମା ମହାନ୍ତି, ବାଲିଗୁଡାରୁ ଚକ୍ରମଣି କହଁରଙ୍କୁ ବିଜେଡି ପ୍ରାର୍ଥୀ କରିଛି।

The post ବାଲେଶ୍ୱର ଲୋକ ସଭା ଆସନ ପାଇଁ ଲେଖାଶ୍ରୀଙ୍କୁ ପ୍ରାର୍ଥୀ କଲା ବିଜେଡି appeared first on Dharitri Odia News.