ନର୍ସଙ୍କୁ ଅଶାଳୀନ ବ୍ୟବହାର: ଗିରଫ ହେଲେ ଡାକ୍ତର

ରାଉରକେଲା,୧୬।୮(ସଙ୍ଗୀତା ଜେନା): ଝିରପାଣି ଥାନା ଅଧୀନ ଜଗଦା ୟୁଏସ୍‌ଡବ୍ଲ୍ୟସି ହେଲ୍‌ଥ ସେଣ୍ଟରରେ କାର୍ଯ୍ୟରତ ଜଣେ ନର୍ସଙ୍କୁ ଅଶାଳୀନ ବ୍ୟବହାର କରିବା ଅଭିଯୋଗରେ ପୋଲିସ ଜଣେ ଡାକ୍ତରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଜଗଦା ନିବାସୀ ଡାକ୍ତର ଗୌରବ ଓରାମ। ତାଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ଏ ନେଇ ପୋଲିସ ଏକ ମାମଲା (ନଂ.୧୧୯/୨୪) ରୁଜୁ କରିଛି। ଅଭିଯୋଗ ଅନୁଯାୟୀ, ନର୍ସ ଜଣଙ୍କ ସୁନ୍ଦରଗଡ଼ରେ ରହୁଥିବା ବେଳେ ୟୁଏସ୍‌ଡବ୍ଲ୍ୟସି ହେଲ୍‌ଥ ସେଣ୍ଟରରେ କାମ କରୁଥିଲେ। ଗତ […] The post ନର୍ସଙ୍କୁ ଅଶାଳୀନ ବ୍ୟବହାର: ଗିରଫ ହେଲେ ଡାକ୍ତର appeared first on Dharitri Odia News.

ନର୍ସଙ୍କୁ ଅଶାଳୀନ ବ୍ୟବହାର: ଗିରଫ ହେଲେ ଡାକ୍ତର

ରାଉରକେଲା,୧୬।୮(ସଙ୍ଗୀତା ଜେନା): ଝିରପାଣି ଥାନା ଅଧୀନ ଜଗଦା ୟୁଏସ୍‌ଡବ୍ଲ୍ୟସି ହେଲ୍‌ଥ ସେଣ୍ଟରରେ କାର୍ଯ୍ୟରତ ଜଣେ ନର୍ସଙ୍କୁ ଅଶାଳୀନ ବ୍ୟବହାର କରିବା ଅଭିଯୋଗରେ ପୋଲିସ ଜଣେ ଡାକ୍ତରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଜଗଦା ନିବାସୀ ଡାକ୍ତର ଗୌରବ ଓରାମ। ତାଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ଏ ନେଇ ପୋଲିସ ଏକ ମାମଲା (ନଂ.୧୧୯/୨୪) ରୁଜୁ କରିଛି।

ଅଭିଯୋଗ ଅନୁଯାୟୀ, ନର୍ସ ଜଣଙ୍କ ସୁନ୍ଦରଗଡ଼ରେ ରହୁଥିବା ବେଳେ ୟୁଏସ୍‌ଡବ୍ଲ୍ୟସି ହେଲ୍‌ଥ ସେଣ୍ଟରରେ କାମ କରୁଥିଲେ। ଗତ ୧୨ ତାରିଖ ସନ୍ଧ୍ୟାରେ ଡାକ୍ତର ଜଣଙ୍କ ଉକ୍ତ ନର୍ସଙ୍କୁ ତାଙ୍କ ଚ୍ୟାମ୍ବରକୁ ଡାକି ଅଶାଳୀନ ବ୍ୟବହାର କରିଥିଲେ। ଏହାକୁ ନର୍ସ ପ୍ରତିବାଦ କରିଥିଲେ ଏବଂ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ବୁଧବାର ସମ୍ପୃକ୍ତ ଡାକ୍ତରଙ୍କୁ ପଚରାଉଚୁରା କରିବା ପରେ ଗୁରୁବାର ଗିରଫ କରି କୋର୍ଟଚାଲାଣ କରିଥିଲା। ସୂଚନାଯୋଗ୍ୟ, ନର୍ସ ଜଣଙ୍କ ଅଶାଳୀନ ବ୍ୟବହାରର ଶିକାର ହେବା ପରେ ତାଙ୍କ ଅଭିଭାବକ ରହୁଥିବା ସୁନ୍ଦରଗଡ଼ରୁ ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଡକାଇ ଡାକ୍ତରଙ୍କୁ ଘେରାଉ କରିଥିଲେ। ଏହାପରେ ଭୟରେ ଡାକ୍ତର ଜଣଙ୍କ ଥାନାରେ ଶରଣ ପଶିଥିଲେ। ପୋଲିସ ହସ୍ତକ୍ଷେପ କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

The post ନର୍ସଙ୍କୁ ଅଶାଳୀନ ବ୍ୟବହାର: ଗିରଫ ହେଲେ ଡାକ୍ତର appeared first on Dharitri Odia News.