ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ଆଶ୍ବସ୍ତି: ଆବେଦନ ଖାରଜ କଲେ ହାଇକୋର୍ଟ

କଟକ,୧୯ା୯ (କାର୍ତ୍ତିକ ସାହୁ):କେନ୍ଦୁଝର ଜିଲା ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ବିରୋଧରେ ଆଗତ ନିର୍ବାଚନ ଅନିୟମିତତା ଆବେଦନ ହାଇକୋର୍ଟରେ ବୁଧବାର ଖାରଜ ହୋଇଛି। ଏହି ଆବେଦନ ଧାର୍ଯ୍ୟ ସମୟ ଅତିକ୍ରାନ୍ତ ପରେ ଦାଏର ହୋଇଥିବାରୁ ହାଇକୋର୍ଟ ତାହାକୁ ଖାରଜ କରିଛନ୍ତି। ସୂଚନା ଅନୁଯାୟୀ, ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଭାବେ ବିଧାୟକ ସନାତନ ମହାକୁଡ଼ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ମୁରଲୀ ମନୋହର ଶର୍ମାଙ୍କୁ ପରାସ୍ତ କରିଥିଲେ। ବିଧାୟକ ମହାକୁଡ଼ ନିର୍ବାଚନ ପ୍ରାର୍ଥୀପତ୍ର ଦାଖଲବେଳେ ପ୍ରଦାନ […] The post ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ଆଶ୍ବସ୍ତି: ଆବେଦନ ଖାରଜ କଲେ ହାଇକୋର୍ଟ appeared first on Dharitri Odia News.

ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ଆଶ୍ବସ୍ତି: ଆବେଦନ ଖାରଜ କଲେ ହାଇକୋର୍ଟ

କଟକ,୧୯ା୯ (କାର୍ତ୍ତିକ ସାହୁ):କେନ୍ଦୁଝର ଜିଲା ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ବିରୋଧରେ ଆଗତ ନିର୍ବାଚନ ଅନିୟମିତତା ଆବେଦନ ହାଇକୋର୍ଟରେ ବୁଧବାର ଖାରଜ ହୋଇଛି। ଏହି ଆବେଦନ ଧାର୍ଯ୍ୟ ସମୟ ଅତିକ୍ରାନ୍ତ ପରେ ଦାଏର ହୋଇଥିବାରୁ ହାଇକୋର୍ଟ ତାହାକୁ ଖାରଜ କରିଛନ୍ତି।

ସୂଚନା ଅନୁଯାୟୀ, ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଭାବେ ବିଧାୟକ ସନାତନ ମହାକୁଡ଼ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ମୁରଲୀ ମନୋହର ଶର୍ମାଙ୍କୁ ପରାସ୍ତ କରିଥିଲେ। ବିଧାୟକ ମହାକୁଡ଼ ନିର୍ବାଚନ ପ୍ରାର୍ଥୀପତ୍ର ଦାଖଲବେଳେ ପ୍ରଦାନ କରିଥିବା ସତ୍ୟପାଠରେ ଅନିୟମିତତା କରିଥିବା ନେଇ ଅନ୍ୟଜଣେ ପରାଜିତ ପ୍ରାର୍ଥୀ ଗୁରୁବକ୍ସ ସିଂହ ଆଲୁଓ୍ବାଲିଆ ହାଇକୋର୍ଟରେ ଆବେଦନ କରିଥିଲେ।

ଆବେଦନକୁ ବିଚାର ପାଇଁ ଗ୍ରହଣ ସହ ବିଧାୟକଙ୍କ ବିଜୟକୁ ଅସିଦ୍ଧ ଘୋଷଣା ପାଇଁ ସେ ଆବେଦନରେ ଦର୍ଶାଇଥିଲେ। ହେଲେ ନିର୍ବାଚନୀ ମାମଲା ଦାଏର ପାଇଁ ଧାର୍ଯ୍ୟ ସମୟଠାରୁ ୧୧ ଦିନ ଅତିକ୍ରାନ୍ତ ହୋଇସାରିଥିବାରୁ ହାଇକୋର୍ଟ ଏହାକୁ ଖାରଜ କରିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୪ ନିର୍ବାଚନରେ ମହାକୁଡ଼ ୧,୦୩,୧୨୦ ଭୋଟ ପାଇଥିବାବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ମୁରଲୀ ମହୋହର ଶର୍ମା ୬୩,୧୨୬ ଖଣ୍ଡ ଭୋଟ ପାଇଥିଲେ। ଅପରପକ୍ଷରେ ମାମଲାର ଆବେଦନକାରୀ ଗୁରୁବକ୍ସ ସିଂହ ଆଲୁଓ୍ବାଲିଆ ମାତ୍ର ୪୯୩ ଖଣ୍ଡ ଭୋଟ ପାଇଥିଲେ।

The post ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ଆଶ୍ବସ୍ତି: ଆବେଦନ ଖାରଜ କଲେ ହାଇକୋର୍ଟ appeared first on Dharitri Odia News.