ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ରାଜ୍ୟରେ ଆଉ ୨୨ଟି ନୂଆ NAC ଗଠନ

ଭୁବନେଶ୍ୱର ୧୩।୦୩ : ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ରାଜ୍ୟରେ ଆଉ ୨୨ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ହେଲା ଗଠନ । ୧୩ଟି ଜିଲ୍ଲାରେ ୨୨ଟି ନୂତନ ପରିଷଦ ଗଠନ ହୋଇଛି । ଭଞ୍ଜନଗର ଏନ୍‌ଏସିକୁ ମ୍ୟୁନିସିପାଲିଟିର ମାନ୍ୟତା ମିଳିଛି ।  ତେବେ ମୁଖ୍ୟମନ୍ତ୍ରୀଙ୍କ  ଘୋଷଣା   ଅନୁଯାୟୀ ବୌଦ୍ଧ  ଜିଲ୍ଲାର  ମନମୁଣ୍ଡା,  ପୁରୁଣା କଟକ ଓ  ବାଉଁଶୁଣି , ବଲାଙ୍ଗିରର   ଲୋଇସିଂହା ଓ  ସିନ୍ଧେକେଲା, ବରଗଡର ସୋହେଲା, ବାଲେଶ୍ବରର ବାଲିଆପାଳ ଓ ଖଇରା, ଭଦ୍ରକର ଧାମରା, ଢେଙ୍କାନାଳର ରାସୋଳ, ଜଗତସିଂହପୁରର କୁଜଙ୍ଗ କଳାହାଣ୍ଡିର ନର୍ଲା ଓ ମଦନପୁର ରାମପୁର ଖୋର୍ଦ୍ଧାର ବୋଲଗଡ ନୟାଗଡ଼ର ଶରଣକୁଳ,  ପୁରୀର ସାକ୍ଷୀଗୋପାଳ ଓ କାକଟପୁର ,ସମ୍ବଲପୁରର ରେଙ୍ଗାଲି ଓ ବାମଣ୍ଡା  ଏବଂ ସୁବର୍ଣ୍ଣପୁର ଜିଲ୍ଲାର ସୁବଳୟା ,ଉଲୁଣ୍ଡା ଓ   ରାମପୁର  ଆଦି  ସ୍ଥାନକୁ   ବିଜ୍ଞାପିତ  ଅଞ୍ଚଳ  ପରିଷଦ ମାନ୍ୟତା   ପ୍ରଦାନ  କରାଗଲା । 5T ଅଧ୍ୟକ୍ଷ   ଶ୍ରୀ  କାର୍ତ୍ତିକ  ପାଣ୍ଡିଆନ ଙ୍କ   ବିଭିନ୍ନ ଜିଲ୍ଲା  ଗସ୍ତ  ଅବସରରେ   ଜନସାଧାରଣଙ୍କ   ପ୍ରସ୍ତାବ ଏବଂ  ବିକାଶର   ଆବଶ୍ୟକତା କୁ  ଦୃଷ୍ଟିରେ  ରଖି   ମୁଖ୍ୟମନ୍ତ୍ରୀ  ଏହି  ନିଷ୍ପତ୍ତି   ନେଇଛନ୍ତି ।ସୂଚନାଯୋଗ୍ୟ ଯେ ଜନସାଧାରଣଙ୍କ ଦାବି, କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା, ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି, ଏହି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ରାଜ୍ୟରେ ଆଉ ୨୨ଟି ନୂଆ NAC ଗଠନ

ଭୁବନେଶ୍ୱର ୧୩।୦୩ : ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ରାଜ୍ୟରେ ଆଉ ୨୨ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ହେଲା ଗଠନ । ୧୩ଟି ଜିଲ୍ଲାରେ ୨୨ଟି ନୂତନ ପରିଷଦ ଗଠନ ହୋଇଛି । ଭଞ୍ଜନଗର ଏନ୍‌ଏସିକୁ ମ୍ୟୁନିସିପାଲିଟିର ମାନ୍ୟତା ମିଳିଛି ।  

ତେବେ ମୁଖ୍ୟମନ୍ତ୍ରୀଙ୍କ  ଘୋଷଣା   ଅନୁଯାୟୀ ବୌଦ୍ଧ  ଜିଲ୍ଲାର  ମନମୁଣ୍ଡା,  ପୁରୁଣା କଟକ ଓ  ବାଉଁଶୁଣି , ବଲାଙ୍ଗିରର   ଲୋଇସିଂହା ଓ  ସିନ୍ଧେକେଲା, ବରଗଡର ସୋହେଲା, ବାଲେଶ୍ବରର ବାଲିଆପାଳ ଓ ଖଇରା, ଭଦ୍ରକର ଧାମରା, ଢେଙ୍କାନାଳର ରାସୋଳ, ଜଗତସିଂହପୁରର କୁଜଙ୍ଗ କଳାହାଣ୍ଡିର ନର୍ଲା ଓ ମଦନପୁର ରାମପୁର ଖୋର୍ଦ୍ଧାର ବୋଲଗଡ ନୟାଗଡ଼ର ଶରଣକୁଳ,  ପୁରୀର ସାକ୍ଷୀଗୋପାଳ ଓ କାକଟପୁର ,ସମ୍ବଲପୁରର ରେଙ୍ଗାଲି ଓ ବାମଣ୍ଡା  ଏବଂ ସୁବର୍ଣ୍ଣପୁର ଜିଲ୍ଲାର ସୁବଳୟା ,ଉଲୁଣ୍ଡା ଓ   ରାମପୁର  ଆଦି  ସ୍ଥାନକୁ   ବିଜ୍ଞାପିତ  ଅଞ୍ଚଳ  ପରିଷଦ ମାନ୍ୟତା   ପ୍ରଦାନ  କରାଗଲା । 5T ଅଧ୍ୟକ୍ଷ   ଶ୍ରୀ  କାର୍ତ୍ତିକ  ପାଣ୍ଡିଆନ ଙ୍କ   ବିଭିନ୍ନ ଜିଲ୍ଲା  ଗସ୍ତ  ଅବସରରେ   ଜନସାଧାରଣଙ୍କ   ପ୍ରସ୍ତାବ ଏବଂ  ବିକାଶର   ଆବଶ୍ୟକତା କୁ  ଦୃଷ୍ଟିରେ  ରଖି   ମୁଖ୍ୟମନ୍ତ୍ରୀ  ଏହି  ନିଷ୍ପତ୍ତି   ନେଇଛନ୍ତି ।

ସୂଚନାଯୋଗ୍ୟ ଯେ ଜନସାଧାରଣଙ୍କ ଦାବି, କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା, ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି, ଏହି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ଅଞ୍ଚଳର ସାମଗ୍ରିକ ବିକାଶ କ୍ଷେତ୍ରରେ ନବଗଠିତ ପରିଷଦ ଗୁଡିକ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ଗତ  ମାସରେ   ମୁଖ୍ୟମନ୍ତ୍ରୀ  ୩୫ଟି  ନୂଆ  NAC ଓ  5 ଟି  ନୂଆ ମ୍ୟୁନିସିପାଲିଟି  ଗଠନ ବିଷୟ  ଘୋଷଣା କରିଥିଲେ ।