ଆଗ୍ରାରେ ବାୟୁସେନା ବିମାନ କ୍ରାସ୍‌, ଜୀବନ ବିକଳରେ ଡେଇଁ ପଡିଲେ ପାଇଲଟ୍‌

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଆଗ୍ରାରେ ବାୟୁସେନା ବିମାନ ଦୁର୍ଘଟଣା ଘଟିଛି। ଆଗ୍ରା କାଗରାଲର ସୋନିଗା ଗ୍ରାମ ନିକଟରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ଖାଲି ପଡ଼ିଆରେ ପଡ଼ିଯାଇଥିଲା। ବିମାନଟି ତଳେ ପଡ଼ିଯିବା ମାତ୍ରେ ନିଆଁ ଲାଗିଯାଇଥିଲା। ବିମାନରେ ପାଇଲଟଙ୍କ ସମେତ ୨ ଜଣ ଲୋକ ଥିଲେ। ତେବେ ନିଆଁ ଲାଗିବା ପୂର୍ବରୁ ସମସ୍ତେ ତଳକୁ ଡେଇଁପଡ଼ିଥିଲେ। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ ଜୀବନହାନୀ କିମ୍ବା ସମ୍ପତ୍ତି ନଷ୍ଟ ହୋଇନାହିଁ।ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ ଭାରତୀୟ ବାୟୁସେନା ପାଇଲଟଙ୍କ ସମେତ ଦୁଇଜଣ ବ୍ୟକ୍ତି କ୍ଷେତକୁ ଡେଇଁ ନିଜ ଜୀବନ ରକ୍ଷା କରିଥିଲେ। ସେ କହିଛନ୍ତି ଯେ ମିଗ୍-29 ଯୁଦ୍ଧ ବିମାନରେ ନିଆଁ ଲାଗିଯାଇଛି। ବିମାନଟି ପଞ୍ଜାବର ଆଡାମପୁରରୁ ଅଭ୍ୟାସ ପାଇଁ ଆଗ୍ରା ଯାଉଥିଲା। ଦୁର୍ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।ପ୍ରକାଶଥାଉକି ମିଗ୍ -29 ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଏହା ପ୍ରଥମ ଥର ନୁହେଁ। ସେପ୍ଟେମ୍ବର ୨ରେ ରାଜସ୍ଥାନର ବର୍ମରରେ ଯାନ୍ତ୍ରିକ ତ୍ରୁଟି ହେତୁ ଏକ ମିଗ୍-29 ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପୂର୍ବରୁ ପାଇଲଟ ସୁରକ୍ଷିତ ଭାବେ ବାହାରକୁ ବାହାରିବାରେ ସଫଳ ହୋଇଥିଲେ।

ଆଗ୍ରାରେ ବାୟୁସେନା ବିମାନ କ୍ରାସ୍‌, ଜୀବନ ବିକଳରେ ଡେଇଁ ପଡିଲେ ପାଇଲଟ୍‌

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଆଗ୍ରାରେ ବାୟୁସେନା ବିମାନ ଦୁର୍ଘଟଣା ଘଟିଛି। ଆଗ୍ରା କାଗରାଲର ସୋନିଗା ଗ୍ରାମ ନିକଟରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ଖାଲି ପଡ଼ିଆରେ ପଡ଼ିଯାଇଥିଲା। ବିମାନଟି ତଳେ ପଡ଼ିଯିବା ମାତ୍ରେ ନିଆଁ ଲାଗିଯାଇଥିଲା। 

ବିମାନରେ ପାଇଲଟଙ୍କ ସମେତ ୨ ଜଣ ଲୋକ ଥିଲେ। ତେବେ ନିଆଁ ଲାଗିବା ପୂର୍ବରୁ ସମସ୍ତେ ତଳକୁ ଡେଇଁପଡ଼ିଥିଲେ। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ ଜୀବନହାନୀ କିମ୍ବା ସମ୍ପତ୍ତି ନଷ୍ଟ ହୋଇନାହିଁ।

ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ ଭାରତୀୟ ବାୟୁସେନା ପାଇଲଟଙ୍କ ସମେତ ଦୁଇଜଣ ବ୍ୟକ୍ତି କ୍ଷେତକୁ ଡେଇଁ ନିଜ ଜୀବନ ରକ୍ଷା କରିଥିଲେ। ସେ କହିଛନ୍ତି ଯେ ମିଗ୍-29 ଯୁଦ୍ଧ ବିମାନରେ ନିଆଁ ଲାଗିଯାଇଛି। ବିମାନଟି ପଞ୍ଜାବର ଆଡାମପୁରରୁ ଅଭ୍ୟାସ ପାଇଁ ଆଗ୍ରା ଯାଉଥିଲା। ଦୁର୍ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରକାଶଥାଉକି ମିଗ୍ -29 ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଏହା ପ୍ରଥମ ଥର ନୁହେଁ। ସେପ୍ଟେମ୍ବର ୨ରେ ରାଜସ୍ଥାନର ବର୍ମରରେ ଯାନ୍ତ୍ରିକ ତ୍ରୁଟି ହେତୁ ଏକ ମିଗ୍-29 ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପୂର୍ବରୁ ପାଇଲଟ ସୁରକ୍ଷିତ ଭାବେ ବାହାରକୁ ବାହାରିବାରେ ସଫଳ ହୋଇଥିଲେ।