ଆଜମ ଖାନଙ୍କୁ ୭ ବର୍ଷ ଜେଲ୍‌, ୫ ଲକ୍ଷ ଟଙ୍କା ଜୋରିମନା

ଲକ୍ଷ୍ନୌ,୧୮।୩: ସମାଜବାଦୀ ପାର୍ଟି ନେତା ତଥା ଉତ୍ତରପ୍ରଦେଶର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଆଜମ ଖାନଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ଡୁଙ୍ଗରପୁର ମାମଲାରେ ରାମପୁରର ଏମ୍‌ପି-ବିଧାୟକ କୋର୍ଟ ତାଙ୍କୁ ସାତ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଧାରା ୪୨୭ ଅନୁଯାୟୀ ୭ ବର୍ଷ ଜେଲ ଏବଂ ୧ ଲକ୍ଷ ଜୋରିମନା ଏବଂ ଧାରା ୫୦୪, ୫୦୬, ୨ ବର୍ଷ ଜେଲ୍‌ ଏବଂ ୧ ଲକ୍ଷ ଜୋରିମନା ଲଗାଯାଇଛି। ଏହା ବ୍ୟତୀତ, ରାମପୁର ସିଟିର ପୂର୍ବତନ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ […] The post ଆଜମ ଖାନଙ୍କୁ ୭ ବର୍ଷ ଜେଲ୍‌, ୫ ଲକ୍ଷ ଟଙ୍କା ଜୋରିମନା appeared first on Dharitri Odia News.

ଆଜମ ଖାନଙ୍କୁ ୭ ବର୍ଷ ଜେଲ୍‌, ୫ ଲକ୍ଷ ଟଙ୍କା ଜୋରିମନା

ଲକ୍ଷ୍ନୌ,୧୮।୩: ସମାଜବାଦୀ ପାର୍ଟି ନେତା ତଥା ଉତ୍ତରପ୍ରଦେଶର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଆଜମ ଖାନଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ଡୁଙ୍ଗରପୁର ମାମଲାରେ ରାମପୁରର ଏମ୍‌ପି-ବିଧାୟକ କୋର୍ଟ ତାଙ୍କୁ ସାତ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଧାରା ୪୨୭ ଅନୁଯାୟୀ ୭ ବର୍ଷ ଜେଲ ଏବଂ ୧ ଲକ୍ଷ ଜୋରିମନା ଏବଂ ଧାରା ୫୦୪, ୫୦୬, ୨ ବର୍ଷ ଜେଲ୍‌ ଏବଂ ୧ ଲକ୍ଷ ଜୋରିମନା ଲଗାଯାଇଛି।
ଏହା ବ୍ୟତୀତ, ରାମପୁର ସିଟିର ପୂର୍ବତନ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଆଲେ ହାସନ ଖାନ ଏବଂ ପୂର୍ବତନ ପୌରପାଳିକା ସଭାପତି ଅଜହର ଅହମ୍ମଦ ଖାନଙ୍କ ସହ ତିନି ଜଣଙ୍କୁ ଧାରା ୪୫୨ ଅନୁଯାୟୀ ୫ ବର୍ଷ କାରାଦଣ୍ଡ ଏବଂ ୨ ଲକ୍ଷ ଟଙ୍କା ଜୋରିମାନା ଏବଂ ଧାରା ୪୨୭, ୫୦୬, ୫୦୪ ଅନୁଯାୟୀ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।
ଆଜମ ଖାନଙ୍କୁ ଦଣ୍ଡିତ କରାଯିବା ପରେ ଭାରତୀୟ ଜନତା ପାର୍ଟି ନେତା ତଥା ରାମପୁର ବିଧାୟକ ଆକାଶ ସକ୍ସେନା କହିଛନ୍ତି,ଏହା ଏକ ଗୁରୁତର ବିଷୟ। ଏହା ଡକାୟତି ମାମଲା ଥିଲା। କୋର୍ଟଙ୍କ ନିଷ୍ପତ୍ତି ଐତିହାସିକ ଅଟେ।

The post ଆଜମ ଖାନଙ୍କୁ ୭ ବର୍ଷ ଜେଲ୍‌, ୫ ଲକ୍ଷ ଟଙ୍କା ଜୋରିମନା appeared first on Dharitri Odia News.