ଯୁବକଙ୍କୁ ନୃଶଂସ ଭାବରେ ହତ୍ୟା କଲେ ଦୁଇ ଭାଇ

ଥୁଆମୂଳ ରାମପୁର,୨୦/୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଟେଭାକଲମ ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ବିବାହିତ ଯୁବକ ପାନି ମାଝି (୪୫)ଙ୍କୁ ହତ୍ୟା କରାଯାଇଥିବା ନେଇ ସ୍ତ୍ରୀ କୁନି ମାଝି ଥୁଆମୂଳ ରାମପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା (ନଂ. ୧୦୪/୨୪) ରୁଜୁକରି ତଦନ୍ତ ଆରମ୍ଭ କରିଛି। ଅଭିଯୋଗକ୍ରମେ ପାନି ବୁଧବାର ରାତିରେ ଶୋଇଥିବା ବେଳେ ଉକ୍ତ ଗ୍ରାମର ଦୁଇଭାଇ ତାଙ୍କ ଘର ପାଖକୁ […] The post ଯୁବକଙ୍କୁ ନୃଶଂସ ଭାବରେ ହତ୍ୟା କଲେ ଦୁଇ ଭାଇ appeared first on Dharitri Odia News.

ଯୁବକଙ୍କୁ ନୃଶଂସ ଭାବରେ ହତ୍ୟା କଲେ ଦୁଇ ଭାଇ

ଥୁଆମୂଳ ରାମପୁର,୨୦/୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଟେଭାକଲମ ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ବିବାହିତ ଯୁବକ ପାନି ମାଝି (୪୫)ଙ୍କୁ ହତ୍ୟା କରାଯାଇଥିବା ନେଇ ସ୍ତ୍ରୀ କୁନି ମାଝି ଥୁଆମୂଳ ରାମପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା (ନଂ. ୧୦୪/୨୪) ରୁଜୁକରି ତଦନ୍ତ ଆରମ୍ଭ କରିଛି। ଅଭିଯୋଗକ୍ରମେ ପାନି ବୁଧବାର ରାତିରେ ଶୋଇଥିବା ବେଳେ ଉକ୍ତ ଗ୍ରାମର ଦୁଇଭାଇ ତାଙ୍କ ଘର ପାଖକୁ ଆସି ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ। ଏହାପରେ ପାନି ନିଦରୁଉଠି ବାହାରକୁ ଆସିବାରୁ ଦୁଇ ଭାଇ ତାଙ୍କୁ କିଛିଦଦୂର ଟାଣି ନେଇ ଟାଙ୍ଗିଆରେ ହତ୍ୟା କରି ଚାଲିଯାଇଥିଲେ। ଗୁରୁବାର ସକାଳେ ସ୍ତ୍ରୀ କୁନି ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପରେ ସାଇଣ୍ଟିଫିକ ଟିମ୍‌ ସହିତ ଥାନା ଅଧିକାରୀ କୈବଲ୍ୟ ସେଠ ଓ ସବ୍‌ଇନ୍ସପେକ୍ଟର ରଶ୍ମିରଞ୍ଜନ ବାଗ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହ ବ୍ୟବଚ୍ଛେଦ ପାଇଁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି। ଜମିବାଡ଼ି ବିବାଦରୁ ଏଭଳି ହତ୍ୟାକାଣ୍ଡ ଘଟିଛି ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି।ଯୁବକଙ୍କୁ ନୃଶଂସ ଭାବରେ ହତ୍ୟା କଲେ ଦୁଇ ଭାଇ

The post ଯୁବକଙ୍କୁ ନୃଶଂସ ଭାବରେ ହତ୍ୟା କଲେ ଦୁଇ ଭାଇ appeared first on Dharitri Odia News.