ଆଜମେର ଗଣ ଦୁଷ୍କର୍ମ ମାମଲାରେ ବଡ ନିଷ୍ପତ୍ତି, ୬ ଅଭିଯୁକ୍ତ ପୋକ୍ସୋ କୋର୍ଟରେ ଦୋଷୀ ସାବ୍ୟସ୍ତ
ଆଜମେର ୨୦/୦୮: ୩୨ ବର୍ଷ ପରେ ଦଣ୍ଡାଦେଶ । ୧୯୯୨ରେ ଆଜମେରରେ ଘଟିଥିବା ଘଟଣାର ପ୍ରକାଶ ପାଇଛି ରାୟ । ସେତେବଳେ ଆଜମେରରେ ଗଣଦୁଷ୍କର୍ମ ଏବଂ ବ୍ଲାକମେଲିଂ ମାମଲାରେ ଅବଶିଷ୍ଟ ୬ ଅଭିଯୁକ୍ତଙ୍କୁ ସ୍ୱତନ୍ତ୍ର POCSO କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅପରାଧୀଙ୍କୁ କୋର୍ଟ ଖୁବ୍ ଶୀଘ୍ର ଦଣ୍ଡିତ କରାଯିବ । ସମସ୍ତ ଦୋଷୀଙ୍କୁ ଆଜି କୋର୍ଟରେ ହାଜର କରାଯାଇଛି । ୧୯୯୨ ମସିହାରେ, ୧୦୦ରୁ ଅଧିକ ସ୍କୁଲ ଏବଂ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଏବଂ ବ୍ଲାକମେଲିଂ ମାମଲାରେ ୧୮ଜଣ ଅଭିଯୁକ୍ତ ଥିଲେ । ଏପର୍ଯ୍ୟନ୍ତ ୯ଜଣଙ୍କୁ ଦଣ୍ଡିତ କରାଯାଇଛି । ଜଣେ ଆତ୍ମହତ୍ୟା କରିଥିବାବେଳେ ଜଣେ ଫେରାର ଥିଲେ । ସୂଚନା ଥାଉକି, ରାଜସ୍ଥାନର ଆଜମେର ସୁଫି ସନ୍ଥ ଖ୍ୱାଜା ମୋଇନୁଦ୍ଦିନ ହାସନ ଚିସ୍ତି ଏବଂ ଜଗତ ପିତା ବ୍ରହ୍ମାଙ୍କର ପବିତ୍ର ସ୍ଥାନ ତିର୍ଥରାଜ ପୁଷ୍କରରେ ଧାର୍ମିକ ପର୍ଯ୍ୟଟନ ମାନଚିତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା । ଆଜମେରକୁ ଗଙ୍ଗା-ଯମୂନା ସଂସ୍କୃତି ଭାବରେ ଜଣାଶୁଣା । ୧୯୯୦ ରୁ ୧୯୯୨ ପର୍ଯ୍ୟନ୍ତ ଏଠାରେ ଯାହା ଘଟିଥିଲା । କେବଳ ଗଙ୍ଗା-ଯମୂନା ସଂସ୍କୃତିକୁ କ୍ଷୁର୍ଣ୍ଣ କରିନଥିଲା, ବରଂ ଆଜମେର ସାମାଜିକ ଚଳନୀ ଉପରେ ଗୋଟିଏ କଳଙ୍କର ଦାଗ ଲଗାଇଦେଇଥିଲା । ବାସ୍ତବରେ, ଅଜମେରର ବିଭିନ୍ନ ବିଦ୍ୟାଳୟରେ ପଢୁଥିବା ୧୭ ରୁ ୨୦ ବର୍ଷୀୟା ୧୦୦ରୁ ଅଧିକ ଛାତ୍ରୀଙ୍କୁ ବ୍ଲାକମେଲ କରି ଯୌନ ଶୋଷଣ କରିବା ସହ ଗଣ ଦୁଷ୍କର୍ମ କରିବା ନେଇ ଅଭ
ଆଜମେର ୨୦/୦୮: ୩୨ ବର୍ଷ ପରେ ଦଣ୍ଡାଦେଶ । ୧୯୯୨ରେ ଆଜମେରରେ ଘଟିଥିବା ଘଟଣାର ପ୍ରକାଶ ପାଇଛି ରାୟ । ସେତେବଳେ ଆଜମେରରେ ଗଣଦୁଷ୍କର୍ମ ଏବଂ ବ୍ଲାକମେଲିଂ ମାମଲାରେ ଅବଶିଷ୍ଟ ୬ ଅଭିଯୁକ୍ତଙ୍କୁ ସ୍ୱତନ୍ତ୍ର POCSO କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅପରାଧୀଙ୍କୁ କୋର୍ଟ ଖୁବ୍ ଶୀଘ୍ର ଦଣ୍ଡିତ କରାଯିବ । ସମସ୍ତ ଦୋଷୀଙ୍କୁ ଆଜି କୋର୍ଟରେ ହାଜର କରାଯାଇଛି ।
୧୯୯୨ ମସିହାରେ, ୧୦୦ରୁ ଅଧିକ ସ୍କୁଲ ଏବଂ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଏବଂ ବ୍ଲାକମେଲିଂ ମାମଲାରେ ୧୮ଜଣ ଅଭିଯୁକ୍ତ ଥିଲେ । ଏପର୍ଯ୍ୟନ୍ତ ୯ଜଣଙ୍କୁ ଦଣ୍ଡିତ କରାଯାଇଛି । ଜଣେ ଆତ୍ମହତ୍ୟା କରିଥିବାବେଳେ ଜଣେ ଫେରାର ଥିଲେ ।
ସୂଚନା ଥାଉକି, ରାଜସ୍ଥାନର ଆଜମେର ସୁଫି ସନ୍ଥ ଖ୍ୱାଜା ମୋଇନୁଦ୍ଦିନ ହାସନ ଚିସ୍ତି ଏବଂ ଜଗତ ପିତା ବ୍ରହ୍ମାଙ୍କର ପବିତ୍ର ସ୍ଥାନ ତିର୍ଥରାଜ ପୁଷ୍କରରେ ଧାର୍ମିକ ପର୍ଯ୍ୟଟନ ମାନଚିତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା । ଆଜମେରକୁ ଗଙ୍ଗା-ଯମୂନା ସଂସ୍କୃତି ଭାବରେ ଜଣାଶୁଣା । ୧୯୯୦ ରୁ ୧୯୯୨ ପର୍ଯ୍ୟନ୍ତ ଏଠାରେ ଯାହା ଘଟିଥିଲା । କେବଳ ଗଙ୍ଗା-ଯମୂନା ସଂସ୍କୃତିକୁ କ୍ଷୁର୍ଣ୍ଣ କରିନଥିଲା, ବରଂ ଆଜମେର ସାମାଜିକ ଚଳନୀ ଉପରେ ଗୋଟିଏ କଳଙ୍କର ଦାଗ ଲଗାଇଦେଇଥିଲା ।
ବାସ୍ତବରେ, ଅଜମେରର ବିଭିନ୍ନ ବିଦ୍ୟାଳୟରେ ପଢୁଥିବା ୧୭ ରୁ ୨୦ ବର୍ଷୀୟା ୧୦୦ରୁ ଅଧିକ ଛାତ୍ରୀଙ୍କୁ ବ୍ଲାକମେଲ କରି ଯୌନ ଶୋଷଣ କରିବା ସହ ଗଣ ଦୁଷ୍କର୍ମ କରିବା ନେଇ ଅଭିଯୋଗ ହୋଇଥିଲା । ଏହି ଗମ ଦୁଷ୍କର୍ମରେ ଧାର୍ମିକ, ରାଜନୈତିକ, ତଥା ପ୍ରଭାବଶାଳୀ ଲୋକଙ୍କ ହାତ ଥିବା ବୋଲି ଜଣାପଡିଥିଲା ।