ଆଜରବାଇଜାନ ବିମାନ ଦୁର୍ଘଟଣା ନେଇ ଋଷ ଉପରେ ଅସନ୍ତୋଷ ଝାଡ଼ିଲେ ରାଷ୍ଟ୍ରପତି ଇଲ୍ଲାହମ ଆଲିୟେଭ୍
ନୂଆଦିଲ୍ଲୀ: କଜାଖସ୍ତାନରେ ହୋଇଥିବା ଯାତ୍ରୀବାହୀ ବିମାନ ଦୁର୍ଘଟଣା ନେଇ ଋଷକୁ ଦାୟୀ କରିଛନ୍ତି ଆଜରବାଇଜାନ ରାଷ୍ଟ୍ରପତି ଇଲ୍ଲାହମ ଆଲିୟେଭ୍। ଋଷ ସେନା ନିଜ ସୀମାରୁ ବିମାନ ଉପରେ ରକେଟ୍ କରିବାରୁ ଏହି ଆକ୍ରମଣ ହୋଇଥିବା ଆଲିୟେଭ୍ କହିଛନ୍ତି। ଆଜରବାଇଜାନ ସରକାରୀ ଚ୍ୟାନେଲ୍ରେ ପ୍ରକାଶିତ ଖବରକୁ ରିପୋର୍ଟ ପ୍ରକାଶ କରିଛି ରୟଟର୍ସ।ଆଲିୟେଭ୍ ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ଘଟଣାରେ ସତ ଲୁଚାଇ ମିଛ କାହାଣୀ କୁହାଯାଉଥିବାରୁ ଋଷର କିଛି ଅଧିକାରୀଙ୍କ ଉପରେ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦୁର୍ଘଟଣା ପାଇଁ ଶନିବାର ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜରବାଇଜାନକୁ କ୍ଷମା ମାଗିଥିଲେ। ୟୁକ୍ରେନ୍ ଆକ୍ରମଣର ଜବାବ ଦେବା ପାଇଁ ଋଷର ଏୟାର ଡିଫେନ୍ସ ସିଷ୍ଟମ ଆକ୍ଟିଭ ଥିବାରୁ ଏଭଳି ଘଟଣା ଘଟିଥିଲା। ରାଷ୍ଟ୍ରପତି ପୁଟିନ ଦୁର୍ଘଟଣାର ଗଭୀର ଦୁଃଖ ଶୋକ ପ୍ରକାଶ କରିଛନ୍ତି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ବୋଲି କ୍ରେମଲିନ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସୂଚନା ଅନୁସାରେ, ଡିସେମ୍ବର ୨୫ ରେ ଆଜରବାଇଜାନ ଏୟାରଲାଇନ୍ସର ଏମ୍ବ୍ରାୟର ୧୯୦ ବାକୁରୁ ରୁଷିଆର ଗ୍ରୋଜନି ଅଭିମୁଖେ ଯାଉଥିଲା। ହେଲେ ହଠାତ୍ ଗତିପଥ ପରିବର୍ତ୍ତନ କରି କାଜାଖସ୍ତାନର ଅକ୍ଟାଉ ଅବତରଣ କରିବାକୁ ଉଦ୍ୟମ କରୁଥିବା ବେଳେ ଋଷର ଏୟାର ଡିଫେନ୍ସ ସିଷ୍ଟମ ରକେଟ ମାଡ଼ କରିଥିଲା। ଘଟଣାରେ ୩୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୯ ଜଣ ଆହତ ହୋଇଥିଲେ।
ନୂଆଦିଲ୍ଲୀ: କଜାଖସ୍ତାନରେ ହୋଇଥିବା ଯାତ୍ରୀବାହୀ ବିମାନ ଦୁର୍ଘଟଣା ନେଇ ଋଷକୁ ଦାୟୀ କରିଛନ୍ତି ଆଜରବାଇଜାନ ରାଷ୍ଟ୍ରପତି ଇଲ୍ଲାହମ ଆଲିୟେଭ୍। ଋଷ ସେନା ନିଜ ସୀମାରୁ ବିମାନ ଉପରେ ରକେଟ୍ କରିବାରୁ ଏହି ଆକ୍ରମଣ ହୋଇଥିବା ଆଲିୟେଭ୍ କହିଛନ୍ତି। ଆଜରବାଇଜାନ ସରକାରୀ ଚ୍ୟାନେଲ୍ରେ ପ୍ରକାଶିତ ଖବରକୁ ରିପୋର୍ଟ ପ୍ରକାଶ କରିଛି ରୟଟର୍ସ।
ଆଲିୟେଭ୍ ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ଘଟଣାରେ ସତ ଲୁଚାଇ ମିଛ କାହାଣୀ କୁହାଯାଉଥିବାରୁ ଋଷର କିଛି ଅଧିକାରୀଙ୍କ ଉପରେ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦୁର୍ଘଟଣା ପାଇଁ ଶନିବାର ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜରବାଇଜାନକୁ କ୍ଷମା ମାଗିଥିଲେ। ୟୁକ୍ରେନ୍ ଆକ୍ରମଣର ଜବାବ ଦେବା ପାଇଁ ଋଷର ଏୟାର ଡିଫେନ୍ସ ସିଷ୍ଟମ ଆକ୍ଟିଭ ଥିବାରୁ ଏଭଳି ଘଟଣା ଘଟିଥିଲା।
ରାଷ୍ଟ୍ରପତି ପୁଟିନ ଦୁର୍ଘଟଣାର ଗଭୀର ଦୁଃଖ ଶୋକ ପ୍ରକାଶ କରିଛନ୍ତି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ବୋଲି କ୍ରେମଲିନ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସୂଚନା ଅନୁସାରେ, ଡିସେମ୍ବର ୨୫ ରେ ଆଜରବାଇଜାନ ଏୟାରଲାଇନ୍ସର ଏମ୍ବ୍ରାୟର ୧୯୦ ବାକୁରୁ ରୁଷିଆର ଗ୍ରୋଜନି ଅଭିମୁଖେ ଯାଉଥିଲା। ହେଲେ ହଠାତ୍ ଗତିପଥ ପରିବର୍ତ୍ତନ କରି କାଜାଖସ୍ତାନର ଅକ୍ଟାଉ ଅବତରଣ କରିବାକୁ ଉଦ୍ୟମ କରୁଥିବା ବେଳେ ଋଷର ଏୟାର ଡିଫେନ୍ସ ସିଷ୍ଟମ ରକେଟ ମାଡ଼ କରିଥିଲା। ଘଟଣାରେ ୩୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୯ ଜଣ ଆହତ ହୋଇଥିଲେ। ତେବେ ବିମାନଟି ହଠାତ୍ କାହିଁକି ତାର ଗତିପଥ ପରିବର୍ତ୍ତନ କରିଥିଲା ସେ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟତା ଆସିପାରି ନାହିଁ।