ସେୟାର ଓ ମୂଲ୍ୟବାନ ଜମିକୁ ନେଇ ଜଗନ ରେଡ୍ଡୀ ଓ ଭଉଣୀ ମୁହାଁମୁହିଁ
ହାଇଦ୍ରାବାଦ ୨୪।୧୦: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇ.ଏସ୍ ଜଗନମୋହନ ରେଡ୍ଡୀ ଓ ତାଙ୍କ ଭଉଣୀ ୱାଇ.ଏସ. ଶର୍ମିଳାଙ୍କ ମଧ୍ୟରେ ବିବାଦ ଉପୁଜିଛି। ସମ୍ପତ୍ତି ପାଇଁ ସେମାନଙ୍କ ବିବାଦ ଏବେ ଏକ ହାଇ-ପ୍ରୋଫାଇଲ ଆଇନଗତ ଲଢେଇରେ ପରିଣତ ହୋଇଛି। ଜଗନମୋହନ ମାମଲାରେ ନ୍ୟାସନାଲ ଲ ଟ୍ରିବ୍ୟୁନାଲ (ଏନସିଏଲଟି)କୁ ପତ୍ର ଲେଖି ସରସ୍ୱତୀ ପାୱାର ଆଣ୍ଡ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ ଲିମିଟେଡରେ ତାଙ୍କର ଓ ତାଙ୍କ ମା ୱାଇ.ଏସ. ବିଜୟଲକ୍ଷ୍ମୀଙ୍କ ସେୟାରର ‘ଅବୈଧ’ ହସ୍ତାନ୍ତରଣ ରଦ୍ଦ କରିବା ପାଇଁ ଦାବି କରିଛନ୍ତି। ଜଗନ ଠକେଇର ଅଭିଯୋଗ କରି ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ସେମାନଙ୍କ ମଧ୍ୟରେ ହୋଇଥିବା ବୁଝାମଣାକୁ ସମ୍ମାନ କରିବାକୁ ତାଙ୍କର ଉଦ୍ଦେଶ୍ୟ ନାହିଁ। ଜଗନଙ୍କ ପତ୍ରର ମର୍ମ ସାର୍ବଜନିକ ହେବା ପରେ ତାଙ୍କ ଲିଖିତ ଜବାବ ମଧ୍ୟ ଏବେ ସାର୍ବଜନିକ ହୋଇଯାଇଛି। ଶର୍ମିଲା ସେପଟେ ଜଗନଙ୍କ ଉପରେ ଅଭିଯୋଗ କରିଛନ୍ତି ଯେ ୱାଇ.ଏସ୍. ରାଜଶେଖର ରଡ୍ଡୀଙ୍କ ଇଛାନୁସାରେ ତାଙ୍କର ୪ ନାତି, ନାତୁଣୀଙ୍କ ମଧ୍ୟରେ ସମ୍ପତ୍ତି ସମାନ ଭାବେ ବିତରଣ କରୁ ନାହାନ୍ତି। ସେପ୍ଟେମ୍ବର ୧୦ ତାରିଖ ଦିନ ଜଗନ ଓ ତାଙ୍କ ପତ୍ନୀ ଭାରତୀ ରେଡ୍ଡୀ ଏନସିଏଲଟିରେ ଆବେଦନ ଦାଖଲ କରି କମ୍ପାନୀକୁ ଅନୁରୋଧ କରିଥିଲେ ଯେ ସେ ଶର୍ମିଲାଙ୍କୁ ସ୍ଥାନାନ୍ତରଣ କରିବା ପୂର୍ବରୁ ଆଗଭଳି ସମାନ ଇକ୍ୟୁଟି ସେୟାର ସହିତ ତାହଙ୍କୁ ସମାନ ସେୟାରଧାରକ ରୂପେ ରଖାଯାଉ। ନିଜ ଭାଈଙ୍କ ସହି
ହାଇଦ୍ରାବାଦ ୨୪।୧୦: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇ.ଏସ୍ ଜଗନମୋହନ ରେଡ୍ଡୀ ଓ ତାଙ୍କ ଭଉଣୀ ୱାଇ.ଏସ. ଶର୍ମିଳାଙ୍କ ମଧ୍ୟରେ ବିବାଦ ଉପୁଜିଛି। ସମ୍ପତ୍ତି ପାଇଁ ସେମାନଙ୍କ ବିବାଦ ଏବେ ଏକ ହାଇ-ପ୍ରୋଫାଇଲ ଆଇନଗତ ଲଢେଇରେ ପରିଣତ ହୋଇଛି। ଜଗନମୋହନ ମାମଲାରେ ନ୍ୟାସନାଲ ଲ ଟ୍ରିବ୍ୟୁନାଲ (ଏନସିଏଲଟି)କୁ ପତ୍ର ଲେଖି ସରସ୍ୱତୀ ପାୱାର ଆଣ୍ଡ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ ଲିମିଟେଡରେ ତାଙ୍କର ଓ ତାଙ୍କ ମା ୱାଇ.ଏସ. ବିଜୟଲକ୍ଷ୍ମୀଙ୍କ ସେୟାରର ‘ଅବୈଧ’ ହସ୍ତାନ୍ତରଣ ରଦ୍ଦ କରିବା ପାଇଁ ଦାବି କରିଛନ୍ତି।
ଜଗନ ଠକେଇର ଅଭିଯୋଗ କରି ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ସେମାନଙ୍କ ମଧ୍ୟରେ ହୋଇଥିବା ବୁଝାମଣାକୁ ସମ୍ମାନ କରିବାକୁ ତାଙ୍କର ଉଦ୍ଦେଶ୍ୟ ନାହିଁ। ଜଗନଙ୍କ ପତ୍ରର ମର୍ମ ସାର୍ବଜନିକ ହେବା ପରେ ତାଙ୍କ ଲିଖିତ ଜବାବ ମଧ୍ୟ ଏବେ ସାର୍ବଜନିକ ହୋଇଯାଇଛି। ଶର୍ମିଲା ସେପଟେ ଜଗନଙ୍କ ଉପରେ ଅଭିଯୋଗ କରିଛନ୍ତି ଯେ ୱାଇ.ଏସ୍. ରାଜଶେଖର ରଡ୍ଡୀଙ୍କ ଇଛାନୁସାରେ ତାଙ୍କର ୪ ନାତି, ନାତୁଣୀଙ୍କ ମଧ୍ୟରେ ସମ୍ପତ୍ତି ସମାନ ଭାବେ ବିତରଣ କରୁ ନାହାନ୍ତି।
ସେପ୍ଟେମ୍ବର ୧୦ ତାରିଖ ଦିନ ଜଗନ ଓ ତାଙ୍କ ପତ୍ନୀ ଭାରତୀ ରେଡ୍ଡୀ ଏନସିଏଲଟିରେ ଆବେଦନ ଦାଖଲ କରି କମ୍ପାନୀକୁ ଅନୁରୋଧ କରିଥିଲେ ଯେ ସେ ଶର୍ମିଲାଙ୍କୁ ସ୍ଥାନାନ୍ତରଣ କରିବା ପୂର୍ବରୁ ଆଗଭଳି ସମାନ ଇକ୍ୟୁଟି ସେୟାର ସହିତ ତାହଙ୍କୁ ସମାନ ସେୟାରଧାରକ ରୂପେ ରଖାଯାଉ। ନିଜ ଭାଈଙ୍କ ସହିତ କଳିଗୋଳ ପରେ ଶର୍ମିଲା ୨୦୨୧ରେ ତାଙ୍କ ନିଜର ରାଜନୈତିକ ଦଳ ଗଠନ କରିଥିଲେ। ତେବେ ୨୦୨୪ ନିର୍ବାଚନ ପୂର୍ବରୁ ୱାଇଏସଆର ତେଲେଙ୍ଗାନା ପାର୍ଟିର କଂଗ୍ରେସରେ ବିଲୟ ହୋଇଯାଇଥିଲା ଏବଂ ୱାଇ.ଏସ ଶର୍ମିଲାଙ୍କୁ ଆନ୍ଧ୍ରପ୍ରଦେଶ କଂଗ୍ରେସର ମୁଖ୍ୟ କରାଯାଇଥିଲା। ସେତେବେଳେ ମୁଖ୍ୟମନ୍ତ୍ରୀ ଥିବା ଜଗନଙ୍କୁ ଶର୍ମିଲା ତୀବ୍ର ସମାଲୋଚନା କରିଥିଲେ।
ଆବେଦନରେ ରେଡ୍ଡୀ ଓ ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ ଶର୍ମିଲା ଓ ବିଜୟମ୍ମାଙ୍କୁ ସେୟାର ହସ୍ତାନ୍ତରଣ ଜୁଲାଇ ୨୦୨୪ରେ କରାଯାଇଥିଲା। ତେବେ ବୋର୍ଡର ପ୍ରସ୍ତାବ ମାଧ୍ୟମରେ ଉଚିତ ଆଇନଗତ ପ୍ରକ୍ରିୟା ପାଳନ ବିନା କରାଯାଇଥିଲା। ଆବେଦନରେ ଏହା ମଧ୍ୟ କୁହାଯାଇଛି ଯେ ରେଡ୍ଡୀ ଅଗଷ୍ଟ ୨୦୧୯ରେ ଶର୍ମିଲାଙ୍କ ସହିତ ଏକ ବୁଝାମଣାରେ ସ୍ୱାକ୍ଷର କରିଥିଲେ। ସେହି ଅନୁସାରେ କିଛି ସମ୍ପତ୍ତି ଓ ସେୟାର ସ୍ନେହ ସଦଭାବରେ ହସ୍ତାନ୍ତରଣ କରାଯିବାର ଥିଲା। ତେବେ ଏହି ହସ୍ତାନ୍ତରଣ ଏ ପର୍ଯ୍ୟନ୍ତ ହୋଇ ପାରି ନାହିଁ। ଭାଈ-ଭଉଣୀଙ୍କ ମଧ୍ୟରେ ହେଉଥିବା ପ୍ରତିଦ୍ୱନ୍ଦ୍ୱୀତା ଦେଖି ଜଗନ ତାଙ୍କ ମନ ବଦଳେଇ ଦେଇଛନ୍ତି।