କାଳବୈଶାଖୀ ବର୍ଷା ସମ୍ଭାବନା, ୧୯ ଓ ୨୦ ପାଇଁ ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର
ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହୋଇଯାଇଛି ଗ୍ରୀଷ୍ମ ପ୍ରବାହ। ଖରାଯୋଗୁଁ ଦିନ ତାପମାତ୍ରା ୪୦ ଛୁଇଁଛି। ଏମିତିକି ଗୁଳୁଗୁଳି ମଧ୍ୟ ଅନୁଭବ ମଧ୍ୟ ହେଲାଣି। ଏହାରି ମଧ୍ୟ ୧୯ରେ ରାଜ୍ୟରେ କାଳବୈଶାଖୀ ବର୍ଷା ନେଇ ଅନୁମାନ କରିଛି ପାଣିପାଗ ବିଭାଗ । ଏହି ସମୟରେ ରାଜ୍ୟର କିଛି ଜିଲ୍ଲାରେ ଝଡ଼ ପବନ ଘଣ୍ଟା ପ୍ରତି ୪୦-୫୦ କିଲୋମିଟର ଯାଏଁ ବହିବ । ଏଥିସହ କୁଆପଥର ମାଡ ସହ କିଛି ଜିଲ୍ଲାରେ ଭାରି ବର୍ଷା ସମ୍ଭାବନା ରହିଛି ।ତେବେ କାଳବୈଶାଖୀ ନେଇ ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର , ରାୟଗଡା, ନବରଙ୍ଗପୁର, ଅନୁଗୁଳ , ନୟାଗଡ, ଢେଙ୍କାନାଳ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ସେହିପରି ଘଣ୍ଟା ପ୍ରତି ୩୦-୪୦ କିଲୋମିଟର ଝଡ଼ ପବନ ନେଇ ବାଲେଶ୍ୱର, ଭଦ୍ରକ ,ଯାଜପୁର , କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଜପତି, ଦେଓଗଡ଼, କେଉଁଝର, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି, ସୋନପୁର ଓ ସମ୍ବଲପୁର ଜିଲ୍ଲାରେ ଘଡ ଘଡି ସହ ବର୍ଷ। ନେଇ ୟେଲୋ ୱାର୍ଣ୍ଣିଂ ଜାରୀ କରିଛି ପାଣିପାଗ କେନ୍ଦ୍ର ।୨୦ ରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ପାଇଁ କଟକ, ନୟାଗଡ଼, ଖୋର୍ଦ୍ଧା, କନ୍ଧମାଳ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ତେବେ ବଙ୍ଗୋପସାଗର ଉପକୂଳରେ ଗୁରୁଚାପ ବଳୟ ଏବଂ ବାୟୁମଣ୍ଡଳର ଉପରି ଭାଗରେ ଏକ ନିମ୍ନ ଚାପ ରେଖା ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହାରି ପ୍ରଭ
ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହୋଇଯାଇଛି ଗ୍ରୀଷ୍ମ ପ୍ରବାହ। ଖରାଯୋଗୁଁ ଦିନ ତାପମାତ୍ରା ୪୦ ଛୁଇଁଛି। ଏମିତିକି ଗୁଳୁଗୁଳି ମଧ୍ୟ ଅନୁଭବ ମଧ୍ୟ ହେଲାଣି। ଏହାରି ମଧ୍ୟ ୧୯ରେ ରାଜ୍ୟରେ କାଳବୈଶାଖୀ ବର୍ଷା ନେଇ ଅନୁମାନ କରିଛି ପାଣିପାଗ ବିଭାଗ । ଏହି ସମୟରେ ରାଜ୍ୟର କିଛି ଜିଲ୍ଲାରେ ଝଡ଼ ପବନ ଘଣ୍ଟା ପ୍ରତି ୪୦-୫୦ କିଲୋମିଟର ଯାଏଁ ବହିବ । ଏଥିସହ କୁଆପଥର ମାଡ ସହ କିଛି ଜିଲ୍ଲାରେ ଭାରି ବର୍ଷା ସମ୍ଭାବନା ରହିଛି ।
ତେବେ କାଳବୈଶାଖୀ ନେଇ ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର , ରାୟଗଡା, ନବରଙ୍ଗପୁର, ଅନୁଗୁଳ , ନୟାଗଡ, ଢେଙ୍କାନାଳ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ସେହିପରି ଘଣ୍ଟା ପ୍ରତି ୩୦-୪୦ କିଲୋମିଟର ଝଡ଼ ପବନ ନେଇ ବାଲେଶ୍ୱର, ଭଦ୍ରକ ,ଯାଜପୁର , କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଜପତି, ଦେଓଗଡ଼, କେଉଁଝର, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି, ସୋନପୁର ଓ ସମ୍ବଲପୁର ଜିଲ୍ଲାରେ ଘଡ ଘଡି ସହ ବର୍ଷ। ନେଇ ୟେଲୋ ୱାର୍ଣ୍ଣିଂ ଜାରୀ କରିଛି ପାଣିପାଗ କେନ୍ଦ୍ର ।
୨୦ ରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ପାଇଁ କଟକ, ନୟାଗଡ଼, ଖୋର୍ଦ୍ଧା, କନ୍ଧମାଳ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ତେବେ ବଙ୍ଗୋପସାଗର ଉପକୂଳରେ ଗୁରୁଚାପ ବଳୟ ଏବଂ ବାୟୁମଣ୍ଡଳର ଉପରି ଭାଗରେ ଏକ ନିମ୍ନ ଚାପ ରେଖା ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହାରି ପ୍ରଭାବରେ ରାଜ୍ୟରେ କାଳବୈଶାଖୀ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଖାଲି ସେତିକି ନୁହେଁ ଏହି ଗୁରୁଚାପ ବଳୟ ପ୍ରଭାବରେ ଆଗାମୀ ୭ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି।