ସପ୍ତାହରେ ସାଢେ ୩ ଦିନ କାମ, ୧୦୦ ବର୍ଷର ଜୀବନ... ଜେପି ମର୍ଗାନ ସିଇଓଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ: AI ଲୋକଙ୍କ ଚାକିରି ଛଡାଇ ନେବ ବୋଲି ଯେଉଁ ଭବିଷ୍ୟବାଣୀ କରାଯାଉଛି, ତାହାକୁ ଜେପି ମର୍ଗାନ ସିଇଓ ଅସ୍ୱୀକାର କରିଛନ୍ତି । ଏହାସହ ଏଆଇକୁ ନେଇ ଜେପି ମର୍ଗନ ଚେଜ୍ ସିଇଓ ଜେମି ଡିମନ ଆଶାବାଦୀ ଅଛନ୍ତି । ଡିମନଙ୍କ ମତରେ ଏଆଇ ବ୍ୟବସାୟ ସହ କର୍ମଚାରୀଙ୍କ କାମ ଏବଂ ଜୀବନ ମଧ୍ୟରେ ସନ୍ତୁଳନ ବଜାୟ ରଖିବ । ଏହାଦ୍ୱାରା ଲୋକେ ସପ୍ତାହରେ କମ ଦିନ କାମ କରିପାରିବେ । ଦ ଫର୍ଚ୍ୟୁନ ରିପୋର୍ଟ ଅନୁସାରେ କାମ କରିବାର ପୁରୁଣା ପଦ୍ଧତି ଯେପରି କି ପରିଶ୍ରମ କରିବା ଏବଂ ଅଫିସରେ କାମ କରିବାକୁ ଡିମନ ସମର୍ଥନ କରନ୍ତି । କିନ୍ତୁ ଏଆଇ ଯୋଗୁଁ ଆଗାମୀ ପିଢି ସପ୍ତାହରେ କେବଳ ସାଢେ ତିନି ଦିନ କାମ କରିପାରିବେ ବୋଲି ସେ ମତ ଦେଇଛନ୍ତି । ଡିମନଙ୍କ ଏହି ଭବିଷ୍ୟତବାଣୀ ଏଭଳି ସମୟରେ ଆସିଛି, ଯେତେବେଳେ ଇନଫୋସିସ୍ ସହ-ପ୍ରତିଷ୍ଠାତା ନାରାୟଣମୂର୍ତ୍ତିଙ୍କ କାମ କରିବା ସମୟ ବଢାଇବା ଉପରେ ଚର୍ଚ୍ଚା ଚାଲିଛି । ଯୁବ ପିଢି ସପ୍ତାହକୁ ୭୦ ଘଣ୍ଟା କାମ କରିବା ଦରକାର ବୋଲି ନାରାୟଣମୂର୍ତ୍ତି ଅପିଲ୍ କରିଥିଲେ ।ଜେମି ଡିମନଙ୍କ ମତରେ AI ସାହାଯ୍ୟରେ କର୍ମଚାରୀ ସପ୍ତାହରେ କବେଳ ସାଢେ ତିନି ଦିନ କାମ କରିବେ । ବର୍ତ୍ତମାନରେ ଯେଉଁ କାମ କର୍ମଚାରୀଙ୍କ ୬୦ରୁ ୭୦ ପ୍ରତିଶତ ସମୟ ନେଉଛି, ତାହା ଏଆଇ ଅଟୋମେଟ୍ କରି ଦେବ । ଡିମନଙ୍କ ମତରେ ଆଗାମୀ ପିଢି ୧୦୦ ବର୍ଷ ଯାଏ ଜୀବିତ ରହିବେ ଏବଂ ଉନ୍ନତ ପ୍ରଯୁକ୍ତି ଯୋଗୁଁ ସେମାନଙ୍କୁ କ୍ୟାନ୍ସର ମଧ୍ୟ ହେବ ନା

ସପ୍ତାହରେ ସାଢେ ୩ ଦିନ କାମ, ୧୦୦ ବର୍ଷର ଜୀବନ... ଜେପି ମର୍ଗାନ ସିଇଓଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ: AI ଲୋକଙ୍କ ଚାକିରି ଛଡାଇ ନେବ ବୋଲି ଯେଉଁ ଭବିଷ୍ୟବାଣୀ କରାଯାଉଛି, ତାହାକୁ ଜେପି ମର୍ଗାନ ସିଇଓ ଅସ୍ୱୀକାର କରିଛନ୍ତି । ଏହାସହ ଏଆଇକୁ ନେଇ ଜେପି ମର୍ଗନ ଚେଜ୍ ସିଇଓ ଜେମି ଡିମନ ଆଶାବାଦୀ ଅଛନ୍ତି । ଡିମନଙ୍କ ମତରେ ଏଆଇ ବ୍ୟବସାୟ ସହ କର୍ମଚାରୀଙ୍କ କାମ ଏବଂ ଜୀବନ ମଧ୍ୟରେ ସନ୍ତୁଳନ ବଜାୟ ରଖିବ । ଏହାଦ୍ୱାରା ଲୋକେ ସପ୍ତାହରେ କମ ଦିନ କାମ କରିପାରିବେ । ଦ ଫର୍ଚ୍ୟୁନ ରିପୋର୍ଟ ଅନୁସାରେ କାମ କରିବାର ପୁରୁଣା ପଦ୍ଧତି ଯେପରି କି ପରିଶ୍ରମ କରିବା ଏବଂ ଅଫିସରେ କାମ କରିବାକୁ ଡିମନ ସମର୍ଥନ କରନ୍ତି । କିନ୍ତୁ ଏଆଇ ଯୋଗୁଁ ଆଗାମୀ ପିଢି ସପ୍ତାହରେ କେବଳ ସାଢେ ତିନି ଦିନ କାମ କରିପାରିବେ ବୋଲି ସେ ମତ ଦେଇଛନ୍ତି । 

ଡିମନଙ୍କ ଏହି ଭବିଷ୍ୟତବାଣୀ ଏଭଳି ସମୟରେ ଆସିଛି, ଯେତେବେଳେ ଇନଫୋସିସ୍ ସହ-ପ୍ରତିଷ୍ଠାତା ନାରାୟଣମୂର୍ତ୍ତିଙ୍କ କାମ କରିବା ସମୟ ବଢାଇବା ଉପରେ ଚର୍ଚ୍ଚା ଚାଲିଛି । ଯୁବ ପିଢି ସପ୍ତାହକୁ ୭୦ ଘଣ୍ଟା କାମ କରିବା ଦରକାର ବୋଲି ନାରାୟଣମୂର୍ତ୍ତି ଅପିଲ୍ କରିଥିଲେ ।

ଜେମି ଡିମନଙ୍କ ମତରେ AI ସାହାଯ୍ୟରେ କର୍ମଚାରୀ ସପ୍ତାହରେ କବେଳ ସାଢେ ତିନି ଦିନ କାମ କରିବେ । ବର୍ତ୍ତମାନରେ ଯେଉଁ କାମ କର୍ମଚାରୀଙ୍କ ୬୦ରୁ ୭୦ ପ୍ରତିଶତ ସମୟ ନେଉଛି, ତାହା ଏଆଇ ଅଟୋମେଟ୍ କରି ଦେବ । ଡିମନଙ୍କ ମତରେ ଆଗାମୀ ପିଢି ୧୦୦ ବର୍ଷ ଯାଏ ଜୀବିତ ରହିବେ ଏବଂ ଉନ୍ନତ ପ୍ରଯୁକ୍ତି ଯୋଗୁଁ ସେମାନଙ୍କୁ କ୍ୟାନ୍ସର ମଧ୍ୟ ହେବ ନାହିଁ । ଆମେରିକାର ସବୁଠୁ ବଡ଼ ବ୍ୟାଙ୍କ ଜେପି ମର୍ଗାନ ଏଆଇକୁ ନିଜ କାମରେ ସାମିଲ କରିସାରିଛି । ତ୍ରୁଟି ଖୋଜିବା, ଟ୍ରେଡିଂ, ରିସର୍ଚ୍ଚ ଏବଂ ହେଜିଂରେ ସାମିଲ କରାଯାଇଛି । ଡିମନ କହିଛନ୍ତି ଯେ ଏଆଇ ସମୟ ସହ ବଦଳୁଥିବା ଏକ ପ୍ରକ୍ରିୟା । ଅନେକ କ୍ଷେତ୍ରରେ ଏଆଇକୁ ନେଇ ଭୟ ରହିଛି ଯେ ଏହା ମଣିଷଙ୍କ ସ୍ଥାନ ନେବ । ଗୋଲ୍ଡମ୍ୟାନ୍ ସାକ୍ସର ଭବିଷ୍ୟବାଣୀରେ ଅଡଭାନ୍ସ ଟେକ୍ନୋଲଜି ଯୋଗୁଁ ପ୍ରାୟ ୩୦ କୋଟି ଚାକିରି ହରାଇବେ । ଆମେରିକାର ଏକ-ଚତୁର୍ଥାଂଶ କର୍ମଚାରୀ ଏଆଇ ତାଙ୍କ ଚାକିରି ଛଡ଼ାଇ ନେବ ବୋଲି ଭୟରେ ଅଛନ୍ତି । ତେବେ ଡିମନଙ୍କ ମତରେ ଏଆଇ ଏବଂ ଅନ୍ୟ ଟେକ୍ନୋଲଜି ଜୀବନର ସ୍ତର ସୁଧାରିବାରେ ବଡ଼ ସୁଯୋଗ ପ୍ରଦାନ କରିବ ।