କଲେଜ ଛାତ୍ରଙ୍କୁ ଛୁରୀ ଭୁସିଦେଲେ ଅଣଛାତ୍ର, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
ଜୟପୁର: ଜୟପୁର ବିକ୍ରମଦେବ କଲେଜର ଅଭାବନୀୟ ଘଟଣା। ଜଣେ ଛାତ୍ରକୁ ଛୁରୀ ଭୁସି ଦେଲେ ଏକାଧିକ ଅଣଛାତ୍ର । ଗୁରୁତର ଅବସ୍ଥାରେ ଆହତ ଛାତ୍ରଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତ ଛାତ୍ରଙ୍କ ନାଁ ରାମଚନ୍ଦ୍ର ମାଢ଼ୀ। ସେ ଯୁକ୍ତ ୩ ଦ୍ବିତୀୟ ବର୍ଷର ଛାତ୍ର।ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ କୋରାପୁଟ ଜିଲ୍ଲା ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ପଠାଯାଇଛି। ଅଭିଯୋଗ ଅନୁସାରେ ଆହତ ରାମଚନ୍ଦ୍ର ମାଢ଼ୀ ଓ ତାଙ୍କର ଜଣେ ସାଙ୍ଗ ସରସ୍ବତୀ ମୂର୍ତ୍ତୀ ବିସର୍ଜନ ସାରି କଲେଜକୁ ଫେରୁଥିଲେ। ଏହି ସମୟରେ ଜଣେ ଅଣ ଛାତ୍ର ରାମଚନ୍ଦ୍ରଙ୍କ ମୋବାଇଲ ଛଡ଼ାଇ ନେବାକୁ ଚେଷ୍ଟା କରୁଥିଲେ। ହେଲେ ଏହାକୁ ବିରୋଧ କରିଥିଲେ ରାମଚନ୍ଦ୍ର ଓ ତାଙ୍କ ସାଙ୍ଗ। ଆଉ ଝଗଡ଼ା ବଢ଼ିବା ପରେ ସଂପୃକ୍ତ ଅଣଛାତ୍ର ଜଣଙ୍କ ସ୍ଥାନୀୟ କିଛି ପିଲାଙ୍କୁ ଡାକି ରାମଚନ୍ଦ୍ରଙ୍କୁ ଆକ୍ରମଣ କରିବା ସହ ପେଟରେ ଛୁରୀ ଭୁସିଦେଇଥିଲେ ।
ଜୟପୁର: ଜୟପୁର ବିକ୍ରମଦେବ କଲେଜର ଅଭାବନୀୟ ଘଟଣା। ଜଣେ ଛାତ୍ରକୁ ଛୁରୀ ଭୁସି ଦେଲେ ଏକାଧିକ ଅଣଛାତ୍ର । ଗୁରୁତର ଅବସ୍ଥାରେ ଆହତ ଛାତ୍ରଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତ ଛାତ୍ରଙ୍କ ନାଁ ରାମଚନ୍ଦ୍ର ମାଢ଼ୀ। ସେ ଯୁକ୍ତ ୩ ଦ୍ବିତୀୟ ବର୍ଷର ଛାତ୍ର।
ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ କୋରାପୁଟ ଜିଲ୍ଲା ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ପଠାଯାଇଛି। ଅଭିଯୋଗ ଅନୁସାରେ ଆହତ ରାମଚନ୍ଦ୍ର ମାଢ଼ୀ ଓ ତାଙ୍କର ଜଣେ ସାଙ୍ଗ ସରସ୍ବତୀ ମୂର୍ତ୍ତୀ ବିସର୍ଜନ ସାରି କଲେଜକୁ ଫେରୁଥିଲେ। ଏହି ସମୟରେ ଜଣେ ଅଣ ଛାତ୍ର ରାମଚନ୍ଦ୍ରଙ୍କ ମୋବାଇଲ ଛଡ଼ାଇ ନେବାକୁ ଚେଷ୍ଟା କରୁଥିଲେ। ହେଲେ ଏହାକୁ ବିରୋଧ କରିଥିଲେ ରାମଚନ୍ଦ୍ର ଓ ତାଙ୍କ ସାଙ୍ଗ। ଆଉ ଝଗଡ଼ା ବଢ଼ିବା ପରେ ସଂପୃକ୍ତ ଅଣଛାତ୍ର ଜଣଙ୍କ ସ୍ଥାନୀୟ କିଛି ପିଲାଙ୍କୁ ଡାକି ରାମଚନ୍ଦ୍ରଙ୍କୁ ଆକ୍ରମଣ କରିବା ସହ ପେଟରେ ଛୁରୀ ଭୁସିଦେଇଥିଲେ ।