ଆଡଲ୍ଟ ଷ୍ଟାର ସୋଫିଆ ଲିଓନଙ୍କ ୨୬ ବର୍ଷ ବୟସରେ ପରଲୋକ
ଓ୍ବାଶିଂଟନ,୧୦।୩: ଆଡଲ୍ଟ ମୁଭି ଷ୍ଟାର ସୋଫିଆ ଲିଓନଙ୍କର ପରଲୋକ ହୋଇଛି। ସୋଫିଆ ମାତ୍ର ୨୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବାସଭବନରେ ସେ ଚେତାଶୂନ୍ୟ ହୋଇପଡିଥିଲେ।ଏହାପରେ ତାଙ୍କର ମୃତ୍ୟୁ ଖବର ମିଳିଛି। ସାବତ ପିତା ମାଇକ ରୋମେରୋ ତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ବର୍ତ୍ତମାନ ମୃତ୍ୟୁର କାରଣ ଜଣାପଡିନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି ତେବେ ଆଡଲ୍ଟ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦେହାନ୍ତ ହେବାର ଖବର ଦୀର୍ଘ ଦିନ ଧରି ବାହାରକୁ ଆସୁଛି। ଜାନୁଆରୀରେ, […] The post ଆଡଲ୍ଟ ଷ୍ଟାର ସୋଫିଆ ଲିଓନଙ୍କ ୨୬ ବର୍ଷ ବୟସରେ ପରଲୋକ appeared first on Dharitri Odia News.
ଓ୍ବାଶିଂଟନ,୧୦।୩: ଆଡଲ୍ଟ ମୁଭି ଷ୍ଟାର ସୋଫିଆ ଲିଓନଙ୍କର ପରଲୋକ ହୋଇଛି। ସୋଫିଆ ମାତ୍ର ୨୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବାସଭବନରେ ସେ ଚେତାଶୂନ୍ୟ ହୋଇପଡିଥିଲେ।ଏହାପରେ ତାଙ୍କର ମୃତ୍ୟୁ ଖବର ମିଳିଛି। ସାବତ ପିତା ମାଇକ ରୋମେରୋ ତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ବର୍ତ୍ତମାନ ମୃତ୍ୟୁର କାରଣ ଜଣାପଡିନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି
ତେବେ ଆଡଲ୍ଟ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦେହାନ୍ତ ହେବାର ଖବର ଦୀର୍ଘ ଦିନ ଧରି ବାହାରକୁ ଆସୁଛି। ଜାନୁଆରୀରେ, ଥେନା ଫିଲ୍ଡସ ତାଙ୍କ ଘରେ ମୃତ ଅବସ୍ଥାରେ ମିଳିଥିଲେ ଏବଂ ଫେବୃଆରୀରେ ୩୬ ବର୍ଷିୟ କ୍ୟାଗ୍ନି ଲିନ କାର୍ଟର ଆତ୍ମହତ୍ୟା କରିଥିଲେ। ବର୍ତ୍ତମାନ ବୟସ୍କ ଚଳଚ୍ଚିତ୍ର ତାରକା ସୋଫିଆ ଲିଓନଙ୍କର ଦେହାନ୍ତ ହୋଇଛି। ସୋଫିଆଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆରେ ଏକ ବିତର୍କ ଆରମ୍ଭ ହୋଇଛି। ଲୋକମାନେ ପ୍ରଶ୍ନ ଉଠାଉଛନ୍ତି ଯେ ଆଡଲ୍ଟ ଫିଲ୍ମ ତାରକାମାନେ ଅଳ୍ପ ବୟସରେ ହଠାତ୍ କାହିଁକି ମରୁଛନ୍ତି? ଗତ ତିନି ମାସ ମଧ୍ୟରେ ଏହା ହେଉଛି ତୃତୀୟ ଘଟଣା ଯେତେବେଳେ ଜଣେ ଆଡଲ୍ଟ ଷ୍ଟାରଙ୍କର ମୃତ୍ୟୁ ହୋଇଛି।
ସାବତ ପିତା ଗୋଫଡମିରେ ତାଙ୍କ ସ୍ମାରକ ପାଇଁ ଟଙ୍କା ମାଗୁଛନ୍ତି । ସେ କହିଛନ୍ତି ଯେ ମାର୍ଚ୍ଚ ୧ରେ ସୋଫିଆ ତାଙ୍କ ବାସଭବନରେ ଚେତାଶୂନ୍ୟ ହୋଇପଡିଥିଲେ। ଏହା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
The post ଆଡଲ୍ଟ ଷ୍ଟାର ସୋଫିଆ ଲିଓନଙ୍କ ୨୬ ବର୍ଷ ବୟସରେ ପରଲୋକ appeared first on Dharitri Odia News.