ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ, ରାଜ୍ୟ କାର୍ଯ୍ୟାଳୟରେ କରିବେ ରାତି ଭୋଜନ

ଭୁବନେଶ୍ୱର ୨୭/୧୧: ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତା ୨୯ ତାରିଖରେ ସେ ଭୁବନେଶ୍ୱର ଆସିବେ । ଅନୁଷ୍ଠିତ ହେବାକୁ ଥିବା ଡିଜି ସମ୍ମିଳନୀରେ ସାମିଲ ହେବେ ମୋଦୀ । ସ୍ୱାଧୀନତା ପରେ ଏହା ପ୍ରଥମ ଡିଜି ସମିଳନୀ । ସେଥିପାଇଁ ପ୍ରଧାନମନ୍ତ୍ରୀ ଆସିବେ ଆଉ କାର୍ଯ୍ୟକ୍ରମରେ ଯୋଗଦେବେ । ଭୁବନେଶ୍ୱରର ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ଦିଆଯିବ ସ୍ୱାଗତ ସମ୍ବର୍ଦ୍ଧନା । ଭୁବନେଶ୍ୱର ବିମାନ ବନ୍ଦରରେ ହେବ ଏକ ସଭାର ଆୟୋଜନ । ତେବେ ଭୁବନେଶ୍ୱର କାର୍ଯ୍ୟାଳୟରେ କରିବେ ରାତ୍ରି ଭୋଜନ । ତେବେ ଏହି ଅବସରରେ ମୋଦୀକୁ ମନପସନ୍ଦ ଓଡ଼ିଆ ଖାଦ୍ୟ ଦେବାକୁ ଚିନ୍ତା କରିଛି ବିଜେପି । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଆସନ୍ତା ୨୯ତାରିଖରୁ ଭୁବନେଶ୍ବରରେ ଆରମ୍ଭ ହେବ ତିନିଦିନିଆ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ସମ୍ମିଳନୀ। ଏଥିରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପୁଲିସ ଡିଜିମାନେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମ୍ମିଳନୀ‌ର ଦ୍ବିତୀୟ ଦିନରେ ସମସ୍ତ ପୁଲିସ ଡିଜିଙ୍କ ସହ ଦେଶର ଅନ୍ତରୀଣ ସୁରକ୍ଷା ଓ ଜାତୀୟ ସୁରକ୍ଷା ନେଇ ଆଲୋଚନା କରିବା ସହ ଉଦ୍‌ଯାପନୀ ଉତ୍ସବରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ଆସନ୍ତା ୨୯ତାରିଖରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି।

ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ, ରାଜ୍ୟ କାର୍ଯ୍ୟାଳୟରେ କରିବେ ରାତି ଭୋଜନ

ଭୁବନେଶ୍ୱର ୨୭/୧୧: ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତା ୨୯ ତାରିଖରେ ସେ ଭୁବନେଶ୍ୱର ଆସିବେ । ଅନୁଷ୍ଠିତ ହେବାକୁ ଥିବା ଡିଜି ସମ୍ମିଳନୀରେ ସାମିଲ ହେବେ ମୋଦୀ । ସ୍ୱାଧୀନତା ପରେ ଏହା ପ୍ରଥମ ଡିଜି ସମିଳନୀ । ସେଥିପାଇଁ ପ୍ରଧାନମନ୍ତ୍ରୀ ଆସିବେ ଆଉ କାର୍ଯ୍ୟକ୍ରମରେ ଯୋଗଦେବେ । 

ଭୁବନେଶ୍ୱରର ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ଦିଆଯିବ ସ୍ୱାଗତ ସମ୍ବର୍ଦ୍ଧନା । ଭୁବନେଶ୍ୱର ବିମାନ ବନ୍ଦରରେ ହେବ ଏକ ସଭାର ଆୟୋଜନ । ତେବେ ଭୁବନେଶ୍ୱର କାର୍ଯ୍ୟାଳୟରେ କରିବେ ରାତ୍ରି ଭୋଜନ । ତେବେ ଏହି ଅବସରରେ ମୋଦୀକୁ ମନପସନ୍ଦ ଓଡ଼ିଆ ଖାଦ୍ୟ ଦେବାକୁ ଚିନ୍ତା କରିଛି ବିଜେପି । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । 

ଆସନ୍ତା ୨୯ତାରିଖରୁ ଭୁବନେଶ୍ବରରେ ଆରମ୍ଭ ହେବ ତିନିଦିନିଆ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ସମ୍ମିଳନୀ। ଏଥିରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପୁଲିସ ଡିଜିମାନେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମ୍ମିଳନୀ‌ର ଦ୍ବିତୀୟ ଦିନରେ ସମସ୍ତ ପୁଲିସ ଡିଜିଙ୍କ ସହ ଦେଶର ଅନ୍ତରୀଣ ସୁରକ୍ଷା ଓ ଜାତୀୟ ସୁରକ୍ଷା ନେଇ ଆଲୋଚନା କରିବା ସହ ଉଦ୍‌ଯାପନୀ ଉତ୍ସବରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ଆସନ୍ତା ୨୯ତାରିଖରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି।