ଶ୍ରମିକଙ୍କ ବଞ୍ଚିବା ଆଶା କ୍ଷୀଣ: ଅଷ୍ଟମ ଦିନରେ ୪ ଶ୍ରମିକ ଠାବ
ହାଇଦ୍ରାବାଦ,୧।୩: ତେଲଙ୍ଗାନାର ନଗରକୁର୍ନୁଲ ଜିଲାରେ ଥିବା ଏସ୍ଏଲ୍ବିସି ଟନେଲ ଭୁଶୁଡ଼ି ୮ ଶ୍ରମିକ ଏହା ଭିତରେ ୮ ଦିନ ହେଲା ଫସିରହିଥିବାରୁ ସେମାନଙ୍କ ବଞ୍ଚତ୍ବା ଆଶା କ୍ଷୀଣ ହେବାରେ ଲାଗିଛି। ଶନିବାର ଅଷ୍ଟମ ଦିନରେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଉଦ୍ଧାରକାରୀ ଟିମ୍ ଠାବ କରିଥିବା ରାଜ୍ୟ ମନ୍ତ୍ରୀ କ୍ରିଷ୍ଣା ରାଓ ସୂଚନା ଦେବା ସହ ରବିବାର ସନ୍ଧ୍ୟା ସୁଦ୍ଧା ସେମାନେ ସୁଡ଼ଙ୍ଗରୁ ଉଦ୍ଧାର ହେବା ନେଇ ଆଶାବ୍ୟକ୍ତ କରିଛନ୍ତି। ଅନ୍ୟ ୪ ଜଣ ଟନେଲ ଖନନ […] The post ଶ୍ରମିକଙ୍କ ବଞ୍ଚିବା ଆଶା କ୍ଷୀଣ: ଅଷ୍ଟମ ଦିନରେ ୪ ଶ୍ରମିକ ଠାବ appeared first on Dharitri Odia News.
ହାଇଦ୍ରାବାଦ,୧।୩: ତେଲଙ୍ଗାନାର ନଗରକୁର୍ନୁଲ ଜିଲାରେ ଥିବା ଏସ୍ଏଲ୍ବିସି ଟନେଲ ଭୁଶୁଡ଼ି ୮ ଶ୍ରମିକ ଏହା ଭିତରେ ୮ ଦିନ ହେଲା ଫସିରହିଥିବାରୁ ସେମାନଙ୍କ ବଞ୍ଚତ୍ବା ଆଶା କ୍ଷୀଣ ହେବାରେ ଲାଗିଛି। ଶନିବାର ଅଷ୍ଟମ ଦିନରେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଉଦ୍ଧାରକାରୀ ଟିମ୍ ଠାବ କରିଥିବା ରାଜ୍ୟ ମନ୍ତ୍ରୀ କ୍ରିଷ୍ଣା ରାଓ ସୂଚନା ଦେବା ସହ ରବିବାର ସନ୍ଧ୍ୟା ସୁଦ୍ଧା ସେମାନେ ସୁଡ଼ଙ୍ଗରୁ ଉଦ୍ଧାର ହେବା ନେଇ ଆଶାବ୍ୟକ୍ତ କରିଛନ୍ତି।
ଅନ୍ୟ ୪ ଜଣ ଟନେଲ ଖନନ ମେଶିନ୍ ତଳେ ଅଟକି ରହିଥିବା ସନ୍ଦେହ କରାଯାଉଛି। ନ୍ୟାଶନାଲ ଜିଓଫିଜିକାଲ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ (ଏନ୍ଜିଆର୍ଆଇ)ର ବୈଜ୍ଞାନିକମାନେ ଗ୍ରାଉଣ୍ଡ ପେନେଟ୍ରେଟିଙ୍ଗ ରାଡାର (ଜିପିଆର୍) ବ୍ୟବହାର କରି ଟନେଲ ଭିତରର କେତେକ ଅସଙ୍ଗତିକୁ ଚିହ୍ନଟ କରିଛନ୍ତି, ଯାହା ରେସ୍କ୍ୟୁ ଅପରେଶନରେ ସହାୟକ ହୋଇଛି।
The post ଶ୍ରମିକଙ୍କ ବଞ୍ଚିବା ଆଶା କ୍ଷୀଣ: ଅଷ୍ଟମ ଦିନରେ ୪ ଶ୍ରମିକ ଠାବ appeared first on Dharitri Odia News.